Latest Odisha News

BREAKING NEWS

ଆପ୍ କର୍ମୀଙ୍କ ଉପରକୁ ଗୁଳିମାଡ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ନୂଆଦିଲ୍ଲୀ: ଉତ୍ସବ ମୁଖର ଦିଲ୍ଲୀ ରଣକ୍ଷେତ୍ର ପାଲଟିଛି । ମହରୋଲି ବିଧାୟକ ନରେଶ ଯାଦବଙ୍କ ଉପରକୁ ଶିବିରରେ ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍‌)କୁ ବଡ ସଫଳତା ମିଳିଛି । ଏହା ମଧ୍ୟରେ ଆପ୍ ବିଧାୟକ ନରେଶ ଯାଦବଙ୍କ ଶିବିରକୁ ଗୁଳିମାଡ…

ଏସସିବି ସଂପ୍ରସାରଣ ମାମଲା: ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକ ଏସସିବି ମେଡିକାଲ କଲେଜ ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମଙ୍କ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଛି । ହିନ୍ଦ୍ ସିନେମା ହଲ ପଛ ପଟ, ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ରେ ଉଚ୍ଛେଦ ଚାଲିଛି । ପ୍ରଶାସନ…

ଆଜି ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି; ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…

ଘରର ଏହି କୋଣରେ ରଖନ୍ତୁ ମନି ପ୍ଲାଣ୍ଟ: ଭରିଯିବ ସୁଖଶାନ୍ତି !

‍‍ଭୁବନେଶ୍ୱର: ଘରର ବାସ୍ତୁଦୋଷ ଥିଲେ ଏହାର ସମାଧାନ ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରନ୍ତି। ବସ୍ତୁଦୋଷ କାଟିବା ପାଇଁ ଅନେକ ଜିନିଷ ଘରେ ଆଣି ରଖନ୍ତି । ତେବେ ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି ବଜାୟ ରହିଥାଏ…

‘ପିଏମ୍ କିଷାନ କ୍ରେଡିଟ୍ କାର୍ଡ’ର କିପରି ସୁବିଧା ନେଇ ପାରିବେ ଚାଷୀ, ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ…

ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨ ମୃତ ୪୫ ଆହତ

ଭଦ୍ରକ: ରାସ୍ତା କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ହେଉଛି ଏକ ତୀର୍ଥଯାତ୍ରୀ ବସ୍ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କ ମଧ୍ୟରେ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

କେତେ ଉପକାରୀ ପବିତ୍ର ଓଁକାର ଉଚ୍ଚାରଣ; ଜାଣନ୍ତୁ…

ଭୁବନେଶ୍ୱର: ଯେଉଁ ପରିବାରରେ କ୍ଳେଶ,ଅଶାନ୍ତି ସବୁବେଳେ ଲାଗି ରହୁଥିବ ସେମାନଙ୍କ ପୂଜା ସ୍ଥାନରେ କିମ୍ବା ଘରର କବାଟ ରେ ଓଁ ଲେଖାଗଲେ ଶାନ୍ତିର ବାତାବରଣ ଉତ୍ପନ ହୋଇଥାଏ । ସବୁ କାମ ଆପେ ଆପେ ଶାନ୍ତିପୂର୍ବକ ହୋଇଯାଇଥାଏ । ୧. ଓଁ ର ସ୍ଥାପନା କରିବା ସମୟରେ ଶ୍ରୀଗଣେଷ ମନ୍ତ୍ର ଉଚ୍ଚାରଣ…

୩ ବର୍ଷ ଭିତରେ ହ୍ରାସ ଘଟିଛି ନକ୍ସଲ ହିଂସା ଘଟଣା: କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ମଙ୍ଗଳବାର ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ।…

ପ୍ରେମ ସପ୍ତାହରେ କ’ଣ ରହିଛି ହଗ୍ ଡେ’ ର ଗୁରୁତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରେମ ସପ୍ତାହ ଭାବେ ପାଳନ ହୁଏ ଫେବ୍ରୁଆରୀ ମାସର ୨ୟ ସପ୍ତାହ । ପ୍ରେମୀ ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସପ୍ତାହ । ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଡେ ସେଲିବ୍ରେସନ କରି ମନରେ ଲୁଚି ରହିଥିବା ଭାବନାକୁ ପରସ୍ପର ସହ ଆଦାନପ୍ରଦାନ କରିଥାନ୍ତି । ଏହି ପ୍ରେମ…

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନରର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ । ସଂଧ୍ୟାର ପ୍ରଥମ…