Latest Odisha News

BREAKING NEWS

ରାଜ୍ୟରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂଲିଶ୍ ମିଡ଼ିୟମ ସେକ୍ସନ ଖୋଲାଯିବ । ଏହି…

ସିମେଣ୍ଟ କାରଖାନାରେ ବିସ୍ଫୋରଣ; ୧ ମୃତ, ୩ ଗୁରୁତର

ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ ଫ୍ୟାକ୍ଟ୍ରି ପରିସରରେ ବୁଧବାର ଅପରାହ୍ନରେ ଘଟିଥିବା ବିସ୍ଫୋରଣରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଡାଲମିଆ ଭାରତର ଅଧିନରେ ଥିବା ଓଡିଶା ସିମେଣ୍ଟ…

ବସର ମହିଳା ସିଟରେ ପୁରୁଷ ବସିଲେ ଫାଇନ୍‌

ଭୁବନେଶ୍ୱର: ଏଣିକି ବସରେ ମହିଳା ସିଟରେ ପୁରୁଷ ବସିଲେ ଭରିବେ ଫାଇନ୍ । ବସରେ ମହିଳାଙ୍କ ଉପରେ ହେଉଥିବା ଦୁର୍ବ୍ୟବହାରକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଚାଲୁଥିବା ବସରେ ମହିଳାଙ୍କ ସିଟରେ ପୁରୁଷ ବସିଥିବାର ଦେଖାଗଲେ, ସେମାନଙ୍କ ଠାରୁ…

ସୁପର ଓଭରରେ ରୋହିତଙ୍କ ଦମଦାର ପ୍ରଦର୍ଶନ; ସିରିଜ ଜିତିଲା ଭାରତ

ହେମିଲଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚର ସୁପର ଓଭରରେ ଧୁଆଁଧାର ପ୍ରଦର୍ଶନ କରି ସିରିଜ ହାତେଇଛନ୍ତି ବିରାଟ ବାହିନୀ । ଆଜିର ମ୍ୟାଚ୍ ଧାର୍ଯ୍ୟ ଓଭରରେ ଟାଇ ହୋଇଯିବାରୁ ସୁପର ଓଭରର ସହାୟତା ନିଆଯାଇଥିଲା । ଯାହାକୁ ଜିତିନେଇ ସିରିଜ ହାତେଇଛି ଭାରତୀୟ…

ଗର୍ଭପାତ ସଂଶୋଧନ ପ୍ରସ୍ତାବକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଏଣିକି ମହିଳାମାନେ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ । ଏନେଇ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗର୍ଭପାତ ସଂଶୋଧନ ନିୟମ ୨୦୨୦କୁ ଆଜି ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନିୟମ ଅନୁସାରେ, ଗର୍ଭପାତ କରାଇବାର ସମୟ ସୀମାକୁ ୨୦ ସପ୍ତାହରୁ ବଢ଼ାଇ ୨୪ ସପ୍ତାହ କରିବାର ବ୍ୟବସ୍ଥା…

ଫେବୃଆରୀ ୨ ଯାଏଁ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ କିଛି ଦିନ ଯାଏଁ ଓଡିଶାରେ ବର୍ଷା ସହ ଘନ କୁହୁଡି ଜାରି ରହିବ ବୋଲି ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଭାଗର ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଳାର କିଛି…

ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ଶୋ’ରେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ:ମ୍ୟାନ ଭର୍ସେସ୍ ୱାଇଲ୍ଡ ଶୋ’ରେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଥିଲେ । ଡିସ୍‌କଭରୀ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ପ୍ରସିଦ୍ଧ ଶୋ’ର ଆଗାମୀ ଏପିସୋଡରେ ଶୋ’ ହୋଷ୍ଟ ବେୟର ଗ୍ରିଲ୍ସଙ୍କ ସହ ଟଲିଉଡ ସୁପରଷ୍ଟାର…

ତପ୍ତପାଣି ବସ୍ ଦୁର୍ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟରେ ବୁଧବାର ଦିନ ହୋଇଥିବା ସଡକ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଲାଗି ଏକ…

ପାକିସ୍ତାନ ସମର୍ଥନରେ ସ୍ଲୋଗାନ୍ ଦେଇ ଓଡ଼ିଶାରେ ୨ ଅଟକ

କେନ୍ଦୁଝର: ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇଥିବା ଅଭିଯୋଗରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦଳର ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ବୁଧବାର ଦିନ ପୁଲିସ ଅଟକ ରଖିଛି । କେନ୍ଦୁଝରରେ ନାଗରିକତା ସଂଶୋଧନ ଆଇନ(ସିଏଏ), ନାଗରିକଙ୍କ ଜାତୀୟ ପଂଜିକରଣ(ଏନଆରସି) ଓ ଜାତୀୟ ଜନସଂଖ୍ୟା ପଂଜିକରଣ(ଏନପିଆର)କୁ…

ବ୍ରହ୍ମପୁରରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରୁ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ବୁଧବାର ଦିନ ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଚଢାଉ…