Latest Odisha News

BREAKING NEWS

ପୁଣି ୩ ମାସ ବଢ଼ିଲା ମେହେବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି

ଶ୍ରୀନଗର: ବଢ଼ିଲା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତୀଙ୍କ ଅଟକ ଅବଧି । ତାଙ୍କ ଗୃହବନ୍ଦୀ ଅବଧିକୁ ଆହୁରି ୩ ମାସ ବଢ଼ାଇ ଦିଆଯାଇଛି । ଅର୍ଥାତ ସେ ନଭେମ୍ବର ୫ ଯାଏଁ ଅଟକ ରହିବେ । ସୂଚନା ଯୋଗ୍ୟ ଯେ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର…

ଭୁବନେଶ୍ୱରରେ ୧୨ ଶହ ଟପିଲା କରୋନା ଆକ୍ଟିଭ କେସ୍‌; ନୂଆ ୧୨୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୮୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୩ଟି ସ୍ଥାନୀୟ ମାମଲା ରହିଛି ।…

ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଇସ୍ପାତ ନଗରୀ ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ତୃତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ।…

[ଭିଡିଓ] ସ୍ୱାମୀ ଯଦି ସାଜେ ଅବିଶ୍ୱାସର ପ୍ରତୀକ…

ମଧ୍ୟପ୍ରଦେଶ: ସ୍ୱାମୀ ସ୍ତ୍ରୀ ସଂପର୍କରେ ଲାଗିଲା ଅବିଶ୍ୱାସ ଓ କଳଙ୍କର ଛିଟା । ପରକୀୟା ପ୍ରିତୀ ସନ୍ଦେହରେ ବିଚ୍ ରାସ୍ତାରେ ସ୍ତ୍ରୀକୁ ଅପମାନିତ କଲା ସନ୍ଦେହି ସ୍ୱାମୀ । ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମଙ୍ଗଳବାର ଭୋପାଳ ଝାବୁଆ ଗାଁରେ ଜଣେ…

ଦେଶରେ ବଢ଼ୁଛି ସୁସ୍ଥ ହାର, କମୁଛି ମୃତ୍ୟୁ ହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ-୧୯ରେ ଏଯାଏଁ ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ…

ଅଗଷ୍ଟ ୩ରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତନ ଆସିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ଶୁକ୍ରବାର ଦିନ ୨୮ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୦୭୧ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା

ଅନୁଗୁଳ: ରାଜ୍ୟରେ ଜାରି ରହିଛି କରୋନା କୋପ । ଦିନକୁ ୧ ହଜାରୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସମସ୍ତ ହାଟ, ମାର୍କେଟ ଅଗଷ୍ଟ ୩୧ଯାଏଁ ବନ୍ଦ ରହିବ ।ସକାଳ ୭ଟାରୁ ଦିନ…

ଯୋଗ୍ୟ ଓ ଅଯୋଗ୍ୟ ଭିତରେ ଯୋଜନା ବାଟବଣା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ କାମ ଯାହାର, କି ଆନନ୍ଦ ତାହାର- ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ନି ମୁଠାଏ…

ରାଜସ୍ଥାନ ରାଜନୀତିରେ ପୁଣି ଲୁଚାଛପା ଖେଳ, ଜୈସଲମେର ଗଲେ ଗେହଲଟଙ୍କ ସମର୍ଥକ ବିଧାୟକ

ଜୟପୁର: ଜାରି ରହିଛି ରାଜସ୍ଥାନ ରାଜନୈତିକ ସଙ୍କଟ । ପୁଣି ଆରମ୍ଭ ହୋଇଛି ଲୁଚାଛପାର ଖେଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଛି । ଚାଟାର୍ଡ ଫ୍ଲାଇଟ୍‌ରେ ସେମାନଙ୍କୁ ଜୈସଲମେର ନିଆଯାଇଛି । ସୂଚନା ମୁତାବକ,…