Latest Odisha News

BREAKING NEWS

ଭାରତରେ ଆଉ ୪୭ ଚାଇନିଜ୍ ଆପ ବ୍ୟାନ୍

ନୂଆଦିଲ୍ଲୀ: ଚୀନକୁ ପୁଣି ଚାପୁଡ଼ା । ଭାରତରେ ଆଉ ୪୭ଟି ଚାଇନିଜ ଆପ୍ ଉପରେ ଲାଗିଲା ବ୍ୟାନ । ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ଦର୍ଶାଇ ସେସବୁ ଆପ୍ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଛନ୍ତି । ଭାରତର ଡାଟା ପ୍ରୋଟୋକଲ୍ ଉଲ୍ଲଂଘନ ଓ…

ପୁଣି ଖୋଲିବ ନବରଙ୍ଗପୁର ଥାନା

ନବରଙ୍ଗପୁର: ନବରଙ୍ଗପୁର ଥାନା ସୋମବାର ଦିନ ପୁଣିଥରେ ଖୋଲାଯିବ । ନିକଟରେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ୨ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଥାନାକୁ ସାନିଟାଇଜେସନ୍ କରିବା ପାଇଁ ବନ୍ଦ କରାଯାଇଥିଲା । ଏସମ୍ପର୍କରେ ସୂଚନା ଦେଇ ନବରଙ୍ଗପୁର ଏସପି କହିଛନ୍ତି ଯେ ନବରଙ୍ଗପୁର…

ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆସୁଛି ରାଫେଲ୍ । ଆଜି ଫ୍ରାନ୍ସରୁ ଉଡ଼ାଣ ଭରିବ ୫ଟି ରାଫେଲ୍ ଲଢୁଆ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଆସୁଛନ୍ତି । ସ୍ୱତନ୍ତ୍ର ଭାବରେ ତାଲିମ ନେଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ଏହାକୁ ଭାରତ ଅଭିମୁଖେ ଆଣିବେ ।…

ଗଜପତି ଜିଲ୍ଲାରେ ହଜାରେ ଟପିଲା କୋଭିଡ୍ ପଜିଟିଭ୍ କେସ୍

ଗଜପତି: ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୩ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର କରିଛି । କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୫୬କୁ ବୃଦ୍ଧି ପାଇଛି । ଗଜପତି ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି…

ମାଲକାନଗିରିରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୭ ମୃତ

ଭୁବନେଶ୍ୱର: ମାଡୁଛି କରୋନା । ରାଜ୍ୟରେ ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ ।  ଏମାନଙ୍କ ଭିତରେ ଛଅ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ମାଲକାନଗିରି ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ୫୧ ବର୍ଷୀୟ ବ୍ୟକ୍ତି ପ୍ରାଣ…

ଗୋଟିଏ ଦିନରେ ୧୫୦୩ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ପୁଣି ଲମ୍ବା ଲମ୍ଫ । ଗୋଟିଏ ଦିନରେ ଏକାଥରକେ ୧୫ ଶହ ପାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୦୩ ନୂଆ କରୋନା ଆକ୍ରାନ୍ତ । ମୋଟ୍ ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର…

ଦେଶରେ ୧୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୧୪ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯ ହଜାର ୯୩୧ ନୂଆ ପଜିଟିଭ୍ । ଏହାକୁ ମିଶାଇ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି । ୨୪ ଘଣ୍ଟାରେ ୭୦୮ ମୃତ୍ୟୁ ଗତ ୨୪ ଘଣ୍ଟାରେ ଆଉ ୭୦୮ କରୋନା…

ତିନିଟି କୋଭିଡ୍ ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶର ତିନିଟି ସହର ନୋଏଡା, ମୁମ୍ବାଇ ଓ କୋଲକାତାରେ କୋଭିଡ୍ ଟେଷ୍ଟିଂ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଡିକାଲ୍ ସାଇନ୍ସ ଭାଷାରେ ଏହି ଟେଷ୍ଟିଂ କେନ୍ଦ୍ରକୁ ହାଇ-ଥ୍ରୋପୁଟ କୋଭିଡ-୧୯ ପରୀକ୍ଷା କୁହାଯାଉଛି । ଅପରାହ୍‌ଣ ୪ଟା ୩୦ରେ ଏହାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୭-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୭ ରିଖ ସୋମବାର କର୍କଟ ୧୨ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର- ମିଥୁନ ରାଶିର ଆଜି- ତାଳ ଓ ନଡିଆ ଖାଇବା ନିଷେଧ…

ହ୍ୱାଟ୍ସଆପରେ ପୋଲିସରେ ଅଭିଯୋଗ କରିପାରିବେ କଟକବାସୀ

କଟକ: କରୋନା ମହାମାରୀ ବେଳେ ହ୍ୱାଟ୍ସଆପରେ ଅଭିଯୋଗ କରି ପାରିବେ କଟକ ସହରର ଲୋକ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଜାରି କରିଛନ୍ତି ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ୱର । ଏହି ନମ୍ୱରଟି ହେଲା ୮୭୬୩୦୬୮୧୬୭ । କରୋନା ବେଳେ କୌଣସି ସମସ୍ୟା କିମ୍ବା ଅସୁବଧା…