Latest Odisha News

BREAKING NEWS

ତୋଷାଳି ମେଳାର ୮ମ ସନ୍ଧ୍ୟା; ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ ‘ଫେସନ୍‌ ସୋ’

ଭୁବନେଶ୍ୱର: ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫…

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି ।…

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ପ୍ଲାନରେ ମିଳିବ ୩ ଜିବି ଡାଟା ସହ ଅନଲିମିଟେଡ଼ କଲିଂ

ଭୁବନେଶ୍ୱର: ରିଲାଏନ୍ସ ଜିଓ, ଏୟାରଟେଲ ଭଳି ଆଗଧାଡ଼ିର ଟେଲିକମ ସେବାକୁ ଟକ୍କର ଦେବାକୁ ନୂଆ ପ୍ଲାନ ସହ ବଜାରକୁ ଆସୁଛି ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସଏନଏଲ) । ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସଏନଏଲ ଏହାର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ ଅପଡେଟ୍‌…

ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ବଲାଙ୍ଗିର: ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ୩ ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ…

ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଓଡ଼ିଆ ଯବାନ ନାରାୟଣ ସାହୁ(୩୫) ଗ୍ୱଲିଅରର ଏକ ଆର୍ମୀ ବେରକ ଠାରେ ନିଜ ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ନାରାୟଣ ୨୦୦୩ ମସିହାରେ ସେନାରେ ଯୋଗ ଦେଇଥିଲେ । ଏହାପରେ ସେ…

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ୪୨ଟି ଆସନ ସହ ଆଗରେ ଜେଏମଏମ-କଂଗ୍ରେସ ମେଣ୍ଟ, ବିଜେପି ୨୮

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦିନ ୧୧ଟା ସୁଦ୍ଧା ହୋଇଥିବା ଭୋଟଗଣତି ଅନୁଯାୟୀ ଜେଏମଏମ-କଂଗ୍ରେସ ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଶାସକ ବିଜେପି ୨୮ଟି ଆସନ ସହିତ ପଛରେ ରହିଛି । ସେହିପରି ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ନିର୍ଦ୍ଦଳୀୟ…

ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ମାଧପୁର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ ସାମ୍ବାଦିକ ଜଣକ…

ଡିସେମ୍ବର ୨୭ରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଏହି ଅବସରରେ ସେ ବଲାଙ୍ଗିରର ବରନିକଣାରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୨୦୧୮ ମସିହା ମେ’ ୨୧ରେ ପେଟ୍ରୋଲିୟମ୍ ଓ…

କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ କରାଡି ଅଞ୍ଚଳସ୍ଥିତ ଏକ କପଡା ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିôବାବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଝାଡଖଣ୍ଡ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ, ଭୋଟଗଣତି ଜାରି

ଋାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ନିର୍ଣ୍ଣୟ କରିବ କାହାହାତରେ ରହିବ ଝାଡଖଣ୍ଡ କ୍ଷମତା । ଭୋଟ୍ ଗଣତି ହେଉଥିବା ୮୧ଟି ଆସନ ମଧ୍ୟରୁ ଚଳିତଥର ମୋଟ୍ ୧୨୧୫ ଜଣ ପ୍ରାର୍ଥୀ…