Latest Odisha News

BREAKING NEWS

ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ବ୍ରହ୍ମପୁର: ବ୍ରହ୍ମପୁରର ଏମ.କେ.ସି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ କୋଭିଡ-୧୯ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଧକ୍କାରେ ବୁଧବାର ଦିନ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଓଁ ଥାନା ଅନ୍ତର୍ଗତ ନାଚୁନି ଗାଁର ବାସିନ୍ଦା ମଞ୍ଜୁ…

ସମୃଦ୍ଧି ପଥରେ କଳିଙ୍ଗନଗର: ପ୍ରତିଷ୍ଠା ହେବ ୩୬ଟି ମଧ୍ୟମ ଓ କ୍ଷୁଦ୍ର କାରଖାନା !

ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଇସ୍ପାତ ଅନୁଷ୍ଠାନ ।ପ୍ରତିଷ୍ଠା ହେବ ୩୬ ଟି ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କାରଖାନା। ଏନେଇ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଷ୍ଟିଲ୍ ଇଣ୍ଡଷ୍ଟ୍ରିଜର ଆନୁସଂଗିକ କାରଖାନା କଳିଙ୍ଗ ନଗରରେ…

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ଆସନ୍ତା ମାସରେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ ପୁନର୍ବାର ଟି୨୦ ବିଶ୍ୱକପ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ବୁଧବାର…

ଲଗାତାର ପଞ୍ଚମ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୫ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଗତକାଲି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ…

କରୋନା ତାଣ୍ଡବ: ଦେଶରେ ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୮୬୫୭୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୧୦୨ ଛୁଇଁଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୯୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।…

+୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ପ୍ରସଙ୍ଗ: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି ଜରୁରୀ ବୈଠକ

ଭୁବନେଶ୍ୱର: ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା କୁ ନେଇ ସାରା ରାଜ୍ୟରେ ବିରୋଧ ପରେ ଆଜି ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ। ଭିଡିଓ କନଫରେନସିଂ ଜରିଆରେ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ସମସ୍ତ ସ୍ଵୟଂ ଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ…

ରଜରେ ଭିଜିବ ସାରା ରାଜ୍ୟ: ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଓଡ଼ିଶା ଛଇଁବ ମୌସୁମୀ । ଯାହାର ପ୍ରଭାବରେ ଚଳିତବର୍ଷ ବର୍ଷାରେ ଭିଜିବ ରଜ । ମାତ୍ର ମୌସୁମୀ ପୂର୍ବରୁ ଲଘୁଚାପ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଲଘୁଚାପରେ ପରିଣତ ହୋଇଛି…

ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ସାବିତ୍ରୀ ରଥ

କଟକ: ହାଇକୋର୍ଟର ବିଚାରପତି ଭାବେ ନିଷ୍ପତ୍ତି ନେବେ ଜଷ୍ଟିସ ସାବିତ୍ରୀ ରଥ । ଆଜି ଦିନ ୧୦ ଟା ୩୦ ରେ ତାଙ୍କୁ ଶପଥ ଗ୍ରହଣ କରାଇବେ ଚିଫ ଜଷ୍ଟିସ ମହମ୍ମଦ ରାଫିକ । କୋଭିଡ କଟକଣା ସହ ଏହି ଶପଥ ଗ୍ରହଣ ହେବା ନେଇ ଜଣାପଡିଛି । ଜଷ୍ଟିସ ସାବିତ୍ରୀ ରଥ ପୂୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ…

ଡିଏଲ୍ ଟେଷ୍ଟ୍ ପାଇଁ ଆଜିଠାରୁ ଆରମ୍ଭ ହେଲା ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହୋଇଛି ସ୍ଲଟ୍‌ ବୁକିଂ । ଆଜି ସକାଳ ୭ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ୨୨ ତାରିଖ ଠାରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍‌ ବୁକିଂ କରିବେ,

କରୋନା ସହାୟତା: ପାଣ୍ଠି ସଂଗ୍ରହ କରିବା ପାଇ ଦୌଡୁଛନ୍ତି ୧୦୩ ବର୍ଷୀୟ ବୃଦ୍ଧ

ବ୍ରସେଲ୍ସ: କରୋନା ଆଁରେ ସାରା ବିଶ୍ୱ । ଏହାର ପ୍ରତିଷେଧକ ବାହାର କରିବାକୁ ଲାଗିପଡିଛନ୍ତି ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ । ଏହି ଟୀକା ଉଦ୍ଭାବନ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ। ଟୀକା ଉଦ୍ଭାବନ ପାଇଁ ପାଣ୍ଠି ସଂଗ୍ରହ…