Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୩୫ ରନରେ ପରାସ୍ତ କରି ଭାରତର ୪-୧ ରେ ସିରିଜ ବିଜୟ

ୱେଲିଂଟନ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିବା ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୧ ବ୍ୟବଧାନରେ ଦିନିକିଆ ସିରିଜ ବିଜୟ ହାସଲ କରି ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । Looks like the "JOSH" in the squad is "HIGH SIR" ?️ ? 'HOWS THE JOSH'…

ପଞ୍ଚମ ଦିନିକିଆ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ, ଭାରତର ୨୫୨ ରନ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ୫ମ ତଥା ଅନ୍ତିମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୨ ରନରେ ଅଲଆଉଟ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ୨୨ଟି ବଲରୁ ୫ଟି ବିଶାଳ ଛକା ସହିତ ୪୫ ରନ ଭାରତ ଏକ ଲଢୁଆ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଟସ…

ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ସଚିବାଳୟଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଓଡ଼ିଶା…

ପେନସନଭୋଗୀଙ୍କ ଶୀତକାଳନୀନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଏନଏସଏପି ଓ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ସମସ୍ତ ପେନସନଭୋଗୀଙ୍କ ଲାଗି ଶୀତକାଳୀନ ଭତ୍ତା ବୃଦ୍ଧି କରିଛନ୍ତି । ଏହି ଭତ୍ତା ପୂର୍ବରୁ ଦିଆଯାଉଥିବା ୨୦୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୩୦୦ ଟଙ୍କା ଯୋଗାଇ ଦିଆଯିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।…

ଗଡ଼ିଲା ‘କାଳିଆ ରଥ’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷକ ସଶକ୍ତିକରଣ ନିମନ୍ତେ ଓଡ଼ିଶାର ଅଗ୍ରଣୀ ଯୋଜନା ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଲାଗି ଆଜିଠୁ ଗଡ଼ିଲା ‘କାଳିଆ ରଥ’ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୨୦ଟି ‘କାଳିଆ ରଥ’ ପରିକ୍ରମାର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ’ଖୋଲି ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର: ଏକ ବିରଳ ଅସ୍ତ୍ରୋପଚାର ଯୋଗେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ‘ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ’ରେ ଅପସାରଣ କରାଯାଇଛି । ମସ୍ତିଷ୍କକୁ ନ’ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ତଥା ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି । ମିଳିଥିବା…

ରାଜଧାନୀ ୮ ନଂ ୟୁନିଟ୍ ଏନଏଚଏମ ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ୮ ନଂ ୟୁନିଟସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) କାର୍ଯ୍ୟାଳୟର ୨ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଶନିବାର ଦିନ ଏହା ରାଜଧାନୀର ୨ୟ ଅଗ୍ନିକାଣ୍ଡ ଘଟଣା । ଆଜି ଦିବସର ଆରମ୍ଭରେ ଗଜପତି ନଗରରେ ଥିବା ଆପୋଲୋ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଯାଇଥିଲା ।…

ଆଲବମ୍ ଅଭିନେତ୍ରୀ ସିମରନଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଗହୀରମଥା ନିକଟସ୍ଥ ମହାନଦୀ ସେତୁ ଉପରେ ଜାନୁଆରୀ ୩ ତାରିଖରେ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତଦେହ ଉଦ୍ଧାର ଘଟଣାରେ ତାଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ଏନେଇ ସିବିଆଇ ଦଦନ୍ତ କରିବାକୁ ଶନିବାର ଦିନ ପରିବାର ସଦସ୍ୟମାନେ ଝାରସୁଗୁଡ଼ା…

ଋଷି କୁମାର ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ଡ଼ିଜିପି ଋଷି କୁମାର ଶୁକ୍ଳା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୮୪ ମସିହା ବ୍ୟାଚ୍ ର ଆଇପିଏସ ଅଧିକାରୀ ଆସନ୍ତା ୨ ବର୍ଷ ଲାଗି ନିଯୁକ୍ତ ହୋଇଛନ୍ତି ।…

ରାଜଧାନୀରେ ୩୬ ଗ୍ରାମ ବ୍ରାଉନସୁଗାର ସହ ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସନ୍ତୋଷୀ ବିହାର ଅଞ୍ଚଳରେ କ୍ୱିକ୍ ଆକ୍ସନ ଟିମ (କ୍ୟୁଏଟି) ଏବଂ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢଉରେ ୩୬ ଗ୍ରାମ ବ୍ରାଉନସୁଗାର ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଗିରଫ ମହିଳା ଜଣକ ହେଲେ ରୁକସାନା ବେଗମ୍ (୩୪) ଓରଫ ଜେମା ।…