Latest Odisha News

BREAKING NEWS

ଗଞ୍ଜାମ: ପୋଲିସ ଏନକାଉଣ୍ଟରରେ ଅପରାଧି ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ-ଡିଭିଜନ ସ୍ଥିତ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ରାମପାଦ ଜଂଗଲ ନିକଟରେ ଗଞ୍ଜାମ ପୋଲିସର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ । ଆହତ ଅପରାଧୀର ନାମ ବେଣୁଧର ବାରିକ ଓ ତା’ ଘର ନୟାଗଡ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ ଜାମପାଟଣା ବୋଲି…

‘ହକି ବିଶ୍ୱକପ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଐତିହାସିକ କ୍ରୀଡ଼ା ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକିର ଆକର୍ଷଣୀୟ ଟ୍ରଫିକୁ ଉନ୍ମୋଚିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ଉତ୍ସବରେ ଏକାଧିକ ମହାନ କ୍ରୀଡ଼ାବିତଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏହି ଟ୍ରଫିର ଉନ୍ମୋଚନ କରିଥିଲେ ।…

‘ଧଉଳି ଏକ୍ସପ୍ରେସ’ର ଗୋଟିଏ ବଗି ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର : ହାୱଡା-ପୁରୀ ଧଉଳି ଏକ୍ସପ୍ରେସ ମଙ୍ଗଳବାର ସକାଳେ ଖଡଗପୁର ନିକଟସ୍ଥ ଭୋଗପୁର - ପାଂସକୁରା ମଧ୍ୟରେ ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ ଭୋଗପୁର - ପାଂସକୁରା ମଧ୍ୟରେ ଆସୁଥିବାବେଳେ ଏହି ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ବାହାରି ଯାଇଥିଲା। ଅନ୍ୟପକ୍ଷରେ ଏହି ବଗିରେ…

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ର ଗାୟକ ଚିତ୍ତ ଜେନାଙ୍କ ଦେହାନ୍ତ

କଟକ : ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ଆଜି ସକାଳେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ସେବେଠୁ…

‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତଙ୍କ ରିଲ୍ ରୋମାନ୍ସ

ଭୁବନେଶ୍ୱର: ରିୟା-ସମ୍ବିତଙ୍କ ରିୟଲ୍ ନୁହେଁ ରିଲ୍ ରୋମାନ୍ସକୁ ନେଇ ଏବେ ଓଲିଉଡ଼ରେ ବେଶ୍ ଚର୍ଚ୍ଚା । ଓଲିଉଡ଼ର କୁଲ୍ ବୟ ସମ୍ବିତଙ୍କ ସହିତ ଚୁଲବୁଲି ନାୟିକା ରିୟା ଦେ ‘ପ୍ରେମ ପାଇଁ ମହାଭାରତ’ରେ ଅଭିନୟ କରିଛନ୍ତି । ଫିଲ୍ମଟିରେ ଅଭିନୟ କରିଥିବା ଏହି ଦୁଇ ଷ୍ଟାରଙ୍କ ରୋମାଣ୍ଟିକ୍ ଅଭିନୟକୁ…

ପୋଲିସ-ଓକିଲ ବିବାଦ: ଆଜି ହାଇକୋର୍ଟରେ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟ ଆଇନଜୀବୀ-ପୋଲିସ ମାମଲାର ଶୁଣାଣି ଆଜି ଅନୁଷ୍ଠିତ ହେଉଛି । ସୋମବାରଦିନ ହାଇକୋର୍ଟ ପୋଲିସ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ’କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୨୮ ତାରିଖରେ ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ଓକିଲଙ୍କ ପକ୍ଷରୁ…

କନ୍ଧମାଳରେ ମାଓବାଦୀ ପୋଷ୍ଟର, ଆନ୍ଦୋଳନରତ କୃଷକଙ୍କ ଦାବିକୁ ସମର୍ଥନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅନ୍ତର୍ଗତ ଆଦିବାସୀ ବହୁଳ କୁକୁରୁମା ଏବଂ ଖଦିର ଗ୍ରାମରେ ପୋଲିସ ଦ୍ୱାରା ମାଓବାଦୀ ପୋଷ୍ଟର ଜବତ ହୋଇଛି । ଜବତ ହୋଇଥିବା ଏହି ପୋଷ୍ଟରଟି ସିପିଆଇ (ମାଓବାଦୀ)ରାଜ୍ୟ କମିଟି ପକ୍ଷରୁ ଲଗା ହୋଇଥିବା ଉଲ୍ଲେଖ ରହିଛି ଏବଂ ଏହି ପୋଷ୍ଟରରେ ଚାଷୀଙ୍କ…

ଖୋର୍ଦ୍ଧା: ଏଟିଏମ୍ ତାଡି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ତାଡ଼ି ନେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା…

ପାଲାର ‘ପାଠାଗାର’ – ଗାୟକ ମାର୍କଣ୍ଡେୟ ବାହିନୀପତି

ଭୁବନେଶ୍ୱର: ୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତକ୍ରାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର…

ଆଜି ମାଲକାନଗିରି ଗସ୍ତରେ ଓଡିଶା ରାଜ୍ୟପାଳ

ଭୁବନେଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ଦିନ ମାଲକାନଗିରି ଗସ୍ତ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଗସ୍ତ କରି ରାଜ୍ୟପାଳ ପ୍ରଥମେ ବିଏସଏଫ୍ ଶିବିରରେ ପହଞ୍ଚି ସେଠାରେ ଆୟୋଜିତ ଏକ ବୈଠକରେ ଯୋଗଦେବେ । ବାଲିମେଳା ବ୍ଲକର କୋରୁକୁଣ୍ଡା ଅନ୍ତର୍ଗତ ଏକ…