Latest Odisha News

BREAKING NEWS

ମିତାଲୀଙ୍କ ଧୁଆଁଧାର ବ୍ୟାଟିଂରେ ପାକିସ୍ତାନ ଚିତପଟ୍ଟାଙ୍ଗ୍

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ବିଶ୍ୱକପ ଟି-୨୦ରେ ରବିବାର ଦିନ ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ସମସ୍ତ ବିଭାଗରେ ଭାରତ ସୁନ୍ଦର ଖେଳ ପ୍ରଦର୍ଶନ କରି ଏହି ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ଧୂଳି ଚଟାଇଛି । ଭାରତୀୟ…

ମୀନତି ବେହେରା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ମହିଳା ଜନତା ଦଳକୁ ପୁନର୍ଗଠନ କରି କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜୁ ମହିଳା ଜନତା ଦଳର ପୂର୍ବତନ ସଭାନେତ୍ରୀ…

ଉତ୍କୋଚ ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଗିରଫ

ବେଙ୍ଗାଲୁରୁ: ପୂର୍ବତନ ବିଜେପି ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ରବିବାର ଦିନ ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚ ପୋଲିସ ଆମ୍ବିଏଣ୍ଟ୍ ଗ୍ରୁପ ଲାଞ୍ଚ କାରବାର ମାମଲାରେ ଗିରଫ କରିଛି । ବେଲାରୀ ଖଣି ସମ୍ରାଟ ଭାବେ ପରିଚିତ ଜି ଜନାର୍ଦ୍ଦନ ରେଡ୍ଡି ଓ ତାଙ୍କର ସହଯୋଗୀ ଅଲ୍ଲୀ ଖାନଙ୍କୁ…

ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର୍, ହରମନପ୍ରୀତଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତୀୟ ମହିଳା ଦଳ ପାକିସ୍ତାନକୁ ଭେଟୁଛି । ଟାଇଟଲ୍ ଦାବିଦାର ଭାରତ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଆଜିର ଏହି ମ୍ୟାଚରେ ପାକିସ୍ତାନକୁ ଧୁଳିଚଟାଇ ବିଜୟ ହାସଲ କରିବାକୁ ଚେଷ୍ଟା…

‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଲେ ଲୋପାମୁଦ୍ରା ବକ୍ସିପାତ୍ର

ଭୁବନେଶ୍ୱର: ଲୋପାମୁଦ୍ରା ବକ୍ସିପାତ୍ର ରବିବାର ଦିନ ‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ଥିବା ଲୋପାମୁଦ୍ରାଙ୍କର କାର୍ଯ୍ୟକାଳ ଆସନ୍ତା ଡ଼ିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଥିଲା, ତେବେ…

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଲାଗି କଡ୍ଡା ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀର ଜନତା ମଇଦାନଠାରେ ରବିବାରଠାରୁ ଆରମ୍ଭ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗଣମାଧ୍ୟମକୁ ସୂଚନାଦେଇ ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି କହିଛନ୍ତି, ଏହି ଇଭେଣ୍ଟ କିପରି…

ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଭାରତ

ଚେନ୍ନାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଏମଏ ଚିନ୍ଦାବରମ୍ ଷ୍ଟାଡିୟମରେ ଏହି ୩ୟ ତଥା ଶେଷ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ମୂଳପୋଛ କରିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।…

କେରଳରେ ୩୪ଜଣ ଦାଦନ ଶ୍ରମିକ ଗୃହବନ୍ଦୀ, ଓଡ଼ିଶା ଫେରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ

ରାୟଗଡ଼ା: କେରଳର ଏକ ଫୁଡ଼ କମ୍ପାନିରେ କାମ କରିବାକୁ ଯାଇଥିବା ୩୪ ଶ୍ରମିକ ଗୃହବନ୍ଦୀ ଓଡ଼ିଶା ଫେରିବାକୁ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଜଣ ଦାଦନ ଶ୍ରମିକ କେରଳର ଆନାପୁଜା ଜିଲ୍ଲା…

ପୂର୍ବତନ ବିଜେଡ଼ି ନେତା ଦାମ ରାଉତ ଗଢିଲେ ନୂଆ ଦଳ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେବା ପରେ ପ୍ରାୟ ୨ମାସ ପରେ ବରିଷ୍ଠ ନେତା ଦାମୋଦର ରାଉତ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଥିବା ଏକ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି । ନିଜର ନିର୍ବାଚନ ମଣ୍ଡଳୀ ପାରାଦୀପ ଗସ୍ତ ସମୟରେ ଦାମ ଗଣମାଧ୍ୟମକୁ ସୂଚନାଦେଇ…

ରାଜଧାନୀରେ ବେଆଇନ ଦେଶୀ ପିସ୍ତଲ ରଖିଥିିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ

ଭୁବନେଶ୍ୱର: ରାଜଧାନୀର ୪ନଂ ୟୁନିଟସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ସାମ୍ନାରେ ଶନିବାର ଦିନ ଇମ୍ରାନ ଖାନ (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ବେଆଇନ ଦେଶୀ ପିସ୍ତଲ ଓ ଅଫୁଟା ଗୁଳି ରଖିଥିବା ଅଭିଯୋଗରେ ଗିରଫ କରିଛି । ଅଭିଯୁକ୍ତ ଜଣକଙ୍କ ଘର ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ…