Latest Odisha News

BREAKING NEWS

ଘୂର୍ଣ୍ଣିଝଡ଼ ଆଶଙ୍କା: ପାଣିପାଗ ବିଭାଗର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରବାର ଦିନ କେଇ ଘଣ୍ଟା ପରେ ଘୂର୍ଣ୍ଣିଝଡ଼ର ସତର୍କ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ୧୬ଟି ଜିଲ୍ଲାକୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।…

ଆରଡ଼ି ଆଖଣ୍ଡଳମଣି ମନ୍ଦିର ପରିସରରେ ଏସିଡ଼ ଆକ୍ରମଣ: ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଆହତ

ଭଦ୍ରକ/ଧୁଷୁରୀ/ଚାନ୍ଦବାଲି/ଧାମନଗର : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଆଖଣ୍ଡଳମଣି ପୀଠ ଏବେ ଅଶାନ୍ତ । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏସିଡ଼ ଆକ୍ରମଣ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷ ଓ ଏସିଡ଼ ଆକ୍ରମଣରେ ୬ ଜଣ ସେବାୟତ ଗୋଷ୍ଠୀର ପୂଜକ ଆହତ ହୋଇଥିବା ପୋଲସ ସୂତ୍ରରୁ…

ବାରବାଟୀ ଜମି ହେରଫେର ପ୍ରସଙ୍ଗ: ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରା !

କଟକ/ଭୁବନେଶ୍ୱର : ବାରବାଟୀ ଜମି ହେରଫେର ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ଗୁରବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜିତ ସାମଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପୂର୍ବରୁ ସଂଜିତଙ୍କୁ ପ୍ରବର୍ତ୍ତନ…

ଓଡ଼ିଶା ଆସୁଛି ମହାବଳ ବାଘ: ମଧ୍ୟପ୍ରଦେଶରୁ ମହାବଳ ବାଘ ଓଡ଼ିଶା ସ୍ଥାନାନ୍ତରୀତ ହେଉଛି

ଭୁବନେଶ୍ୱର : ମହାବଳ ବାଘ ଗାଡ଼ିରେ ଆସୁଛି । ମଧ୍ୟପ୍ରଦେଶରୁ ମହାବଳ ବାଘ ତା’ର ଯାତ୍ରାରମ୍ଭ କରିସାରିଛି । ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ସ୍ଥାନାନ୍ତରିତ ହେଉଛି । ଭାରତରେ କୌଣସି ବାଘ ଗୋଟିଏ…

ଓଡ଼ିଶାରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୭କୁ ବୃଦ୍ଧି ପାଇଛି । ଆଜି ଓଡ଼ିଶା ସରକାର ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୭ ବୋଲି ଘୋଷଣା କରିଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ…

ଯୋଗମୁଦ୍ରାରେ ନରେନ୍ଦ୍ର ମୋଦି: ୫୦ ହଜାର ଯୋଗ ପ୍ରଶିକ୍ଷକଙ୍କ ଗହଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଡ଼େରାଡୁନ : ଆଜି ସମଗ୍ର ବିଶ୍ୱ ପାଳନ କରୁଛି ‘ଆନ୍ତର୍ଜାତିକ ଯୋଗ ଦିବସ’ । ଆନ୍ତର୍ଜାତିକ ଯୋଗଦିବସର ଆଜି ହେଉଛି ୪ର୍ଥ ବର୍ଷ ପୁର୍ତ୍ତି । ଏହି ଦିବସଟିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଡ଼େରାଡୁନରେ ପ୍ରାୟ ୫୦ ହଜାର ଯୋଗ ପ୍ରଶିକ୍ଷକ ଓ…

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’ : ସମଗ୍ର ବିଶ୍ୱ ଯୋଗମୟ

ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ ସେହି…

ହାସ୍ୟାଭିନେତା ପପୁ ପମପମ୍ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନୂଆଦିଲ୍ଲୀ: ଓଲିଉଡ଼ ଅଭିନେତା ତଥା ଓଡ଼ିଆ ହାସ୍ୟାଭିନେତା ତତ୍ଥ୍ ପ୍ରକାଶ ଶତପଥି ଯିଏକି ପପୁ ପମପମ୍ ଭାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବେଶ୍ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସିତ ହେଉଥିବା ଏମ୍ସ୍ କର୍ତ୍ତୃପକ୍ଷ କହିଛନ୍ତି । ନୂଆଦିଲ୍ଲୀସ୍ଥିତ…

ରାସ୍ତାରେ ଚାଲୁଥିବା ବେଳେ ବଜ୍ରପାତ: ଶ୍ରମିକ ମୃତ

ଭଦ୍ରକ: ବଜ୍ରପାତ ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ରାସ୍ତାରେ ଚାଲୁଥିବା ଅବସ୍ଥାରେ ବଜ୍ରପାତର ଶୀକାର ହୋଇଛନ୍ତି ଜଣେ ଶ୍ରମିକ । ଭଦ୍ରକ ଜିଲ୍ଲା ବରପଦା ଅନ୍ତର୍ଗତ ରାନ୍ଦିଆ ରାମେଶ୍ୱର ଗ୍ରାମର ରାମ ମାରାଣ୍ଡି ରାସ୍ତାରେ ଚାଲିଚାଲି ଯିବାବେଳେ ତାଙ୍କ ଉପରେ…

୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୬ ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି । ଯେଉଁ ଜିଲ୍ଲା ଗୁଡ଼ିକ ଲାଗି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି, ସେହି…