Latest Odisha News

BREAKING NEWS

ଯାଜପୁର: କଳିଙ୍ଗ ନଗର ଗୁଳିକାଣ୍ଡର ୧୩ ବର୍ଷ ପୂର୍ତ୍ତି ଅବସରରେ କଡା ସୁରକ୍ଷା ବ୍ୟବସ୍ଥା

କଳିଙ୍ଗନଗର : ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୩ ବର୍ଷ ପୂର୍ତ୍ତିକୁ ସହୀଦ ସ୍ମୃତି ଦିବସ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ…

ନବବର୍ଷରେ କେବଳ ଭାରତରେ ଜନ୍ମ ନେଲେ ୬୯,୦୦୦ ଶିଶୁ !

ନ୍ୟୁୟର୍କ : ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ସର୍ବାଧିକ ୬୯,୦୦୦ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ସୂଚନାନୁଯାୟୀ ନବବର୍ଷ ଅବସରରେ ଭାରତ ଯେ କେବଳ ୨୦୧୯ ବର୍ଷକୁ…

ଓଡ଼ିଶାର ଶୀତ ଲହରୀ ସମ୍ପର୍କରେ ପାଣିପାଗ ବିଭାଗ ଜାରି କଲେ ସତର୍କ ସୂଚନା

ଭୁବନେଶ୍ୱର: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ ବୃଦ୍ଧି ପାଇ ଚାଲିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରିରହିବ ବୋଲି ବୁଧବାର ଦିନ ସତର୍କ ସୂଚନା ଜାରି କରିଛନ୍ତି । ଶୀତ ଲହରୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି…

ଢେଙ୍କାନାଳ: ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍ ଆଘାତରେ ୭ଟି ହାତୀ ମୃତ୍ୟୁବରଣ କରିବାର ପ୍ରାୟ ୩ମାସ ପରେ ପୁଣି ବିଦ୍ୟୁତ୍ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନାଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରକୋଟ ଜଙ୍ଗଲରେ ବୁଧବାର ଦିନ ବିଦ୍ୟୁତ୍ ତାର…

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ୨ମହିଳା, କେରଳରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ବୁଧବାର ମହିଳାଙ୍କ ପ୍ରବେଶ ପରେ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ଭୋର ପ୍ରାୟ ୩.୪୫ ରେ ପୋଲିସର କଡା ସୁରକ୍ଷାବଳୟରେ ୨ ଜଣ ମହିଳା ଭଗବାନ ଆୟାପ୍ପାଙ୍କ ଦର୍ଶନ ନିମେନ୍ତ ମନ୍ଦିର…

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବାଟରେ ପଇଡ଼ ପିଇଲେ, ବାପାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ଅବସରରେ ପୁରୀ ଶ୍ରୀମନ୍ଦିର ଯାଇ ସମସ୍ତ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଓଡ଼ିଶାବାସୀଙ୍କ ସୁଖ ଓ ସମୃଦ୍ଧିର କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ‘ଓଡ଼ିଶା ସମ୍ବାଦ’ର କିଛି…

ସିଡନୀ ଟେଷ୍ଟ: ଘୋଷିତ ୧୩ ଜଣିଆ ଦଳରେ ରାହୁଲ ଓ ଅଶ୍ୱିନ୍ ସାମିଲ, ବାଦ୍ ପଡିଲେ ରୋହିତ ଶର୍ମା

ସିଡନୀ : ସିଡନୀରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ଜାରି ଏକ ଟ୍ୱିଟରେ ସୂଚନା ଦିଆଯାଇଛି । ଆଜି ଘୋଷଣା କରାଯାଇଥିବା ୧୩ ଜଣିଆ ଦଳରେ ଓପନର୍ ଲୋକେଶ…

ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଏବେବି ଅସ୍ପଷ୍ଟ !

ନୂଆଦିଲ୍ଲୀ: ୨୦୧୯ ନୂତନବର୍ଷରେ ଗଣମାଧ୍ୟମ ଏଜେନ୍ସି ଏଏନଆଇକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ, ନିୟନ୍ତ୍ରଣ ରେଖା ନିକଟ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାମମନ୍ଦିର ପ୍ରସଙ୍ଗ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା…

ଶ୍ରୀଜଗନ୍ନାଥଙ୍କ ନିକଟରେ ସୁଖ ଓ ସମୃଦ୍ଧି କାମନା କରି ୨୦୧୯ ନବବର୍ଷରେ ଓଡ଼ିସାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା…

ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ନୂତନବର୍ଷର ପ୍ରଥମ ସୂର୍ଯ୍ୟେଦୟକୁ ଉପଭୋଗ କରିବା ସହିତ ଓଡ଼ିଆଙ୍କ ପ୍ରାଣର ଦେବତା ମହାପ୍ରଭୁ ଶ୍ରୀଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଲକ୍ଷ ଲକ୍ଷ ଜନସାଧାରଣ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ପ୍ରବଳ ଜନସମାଗମକୁ ଲକ୍ଷ୍ୟ…

ଆଠଗଡ ହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ଅନ୍ୟ ଜଣେ ଅଭିଯୁକ୍ତ

ଆଠଗଡ : କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ରେଞ୍ଜ ସୁକାସନ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ରାଜନଗର ସଦର ଅନ୍ତର୍ଗତ ତଇଲାରେ ଡିସେମ୍ବର ୧୨ ତାରିଖରେ ଏକ ମାଈ ହାତୀର ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ନାମ ଦେବ ଦେହୁରୀ…