Latest Odisha News

BREAKING NEWS

କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆରମ୍ଭ ହେଲା ଦେବ୍ରୀଗଡ ବାଘ ମୃତ୍ୟୁ ଘଟଣାର ତଦନ୍ତ

ବରଗଡ : ବରଗଡ ଜିଲ୍ଲା ଦେବ୍ରୀଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ସୋମବାର ଦିନ କ୍ରାଇମ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ଡିଏସପି ବିଳାସିନୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚିଥିଲେ । ସମ୍ପୃକ୍ତ ଟିମ୍ ଘଟଣାସ୍ଥଳରେ ପହଞ୍ଚି…

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ: ସରକାରଙ୍କ ଦ୍ୱାରା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ସମାବେଶରେ ଯୋଗଦେବାକୁ ହଜାର ହଜାର ଚାଷୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିଲେ । ଭୁବନେଶ୍ୱର ସହର ମଧ୍ୟକୁ ପ୍ରବେଶ କରିବାକୁ ହଂସପାଳ ଏବଂ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋଠାରେ ଏକଜୁଟ ହୋଇଥିଲେ । ତମାଣ୍ଡୋଠାରେ…

ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହେବେ ସୋଆ ପ୍ରଫେସର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ବାୟୋଫୁଏଲ୍ ଏବଂ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ତଥା ରିସର୍ଚ୍ଚ ପ୍ରଫେସର ଲାଲା ବିହାରୀ ଶୁକ୍ଳା ପାଇବେ ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନ । ଲାଇଫ୍ ୱେ ଟେକ୍ ଇଣ୍ଡିଆ ପ୍ରାଇଭେଟ୍…

ସୋଆରେ ଉଦଯାପିତ ହେଲା ଜାତୀୟ ଏକତା ଶିବିର, ଯୋଗଦେଲେ ୨୧ଟି ବିଶ୍ୱବିଦ୍ୟାଳୟର ଏନଏସଏସ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ଆୟୋଜନ କରାଯାଇଥିବା ଜାତୀୟ ଏକତା ଶିବିରର ଉଦଯାପନୀ ହୋଇଯାଇଛି । ଏହି ଶିବିରରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ୨୧ଟି ବିଶ୍ୱବିଦ୍ୟାଳୟର ୨୦୦ରୁ ଅଧିକ ଏନଏସଏସ…

‘ଭୁବନେଶ୍ୱର ମି ୱାଇଫାଇ’ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ‘ଭୁବନେଶ୍ୱର ମି ୱାଇଫାଇ’ ନାମକ ଏକ ୱାଇଫାଇ ସେବା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, “ଭୁବେନଶ୍ୱରର ବାସିନ୍ଦାଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଏହି…

ଅଳ୍ପକେ ଖସିଗଲା ସୁନ୍ଦରୀ, ସାତକୋଶିଆରେ ଟ୍ରାଙ୍କୁଲାଇଜ୍ ଟିମର ଉଦ୍ୟମ ଜାରି

ଅନୁଗୁଳ: ପୁଣି ଥରେ ବିଶେଷଜ୍ଞଙ୍କୁ ଚକମା ଦେଖାଇ ସୁନ୍ଦରୀ ହାତମୁଠାରୁ ଖସିଯାଇଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ୟାନରେ ହାତୀ ମାଧ୍ୟମରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାର ପ୍ରଚେଷ୍ଟା ପୁଣି ଥରେ ବିଫଳ ହୋଇଥିଲେ ମଧ୍ୟ ବିଶେଷଜ୍ଞ ଦଳର ଉଦ୍ୟମ ଅବ୍ୟାହତ ରହିଛି ।…

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟର ସରକାରୀ ଉଦ୍ୟୋଗ (ପି.ଏସ୍.ୟୁ)ଗୁଡିକର କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି । ଏହାଦ୍ୱାରା ପରିବର୍ତ୍ତୀତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭…

ରାଜଧାନୀରେ ଅଖା ଭିତରୁ ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳ ନିକଟରୁ ସୋମବାର ଦିନ ମଞ୍ଚେଶ୍ୱର ପୋଲିସ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି । ପୋଲିସ ସୂଚନା ଅନୁଯାୟୀ ମୃତକଙ୍କ ନାମ ରାଜେଶ ଭଦ୍ରା ବୋଲି ଜଣାପଡିଥିବା ବେଳେ ମୃତଦେହଟି ଏକ ଅଖା ଭିତରୁ ମିଳିଥିବା ନେଇ ସୂଚନା…

ସହରବ୍ୟାପୀ ମାଗଣା ୱାଇଫାଇ ସେବା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ସ୍ମାର୍ଟସିଟିର ଏକ ଅଂଶବିଶେଷ ଭାବେ ପଦକ୍ଷେପ ନିଆଯାଇ ମାଗଣା ୱାଇଫାଇ ସେବା ସୋମବାର ଠାରୁ ସହରବ୍ୟାପୀ ଆରମ୍ଭ ହେବାକୁ ଯାଉଛି । ସ୍ମାର୍ଟସିଟିରେ ପ୍ରଥମଥର ପାଇଁ ଏହି ସେବା ପ୍ରଥମ ୩୦ ମିନିଟ୍ ପାଇଁ ମାଗଣା ପ୍ରଦାନ କରାଯିବ । ଇଣ୍ଟରନେଟ୍ ଡାଟା ୨୫୦ ଏମବି ଦିଆଯିବାକୁ…

କାହିଁକି ପାଳନ କରାଯାଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…