Latest Odisha News

BREAKING NEWS

ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଆଜି ହାଇକୋର୍ଟ ବାର୍ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ନେଇ ଆଜି ହାଇକୋର୍ଟ ବାର୍ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଗତ ୨ ମାସ ଧରି ଆଇନଜୀବୀମାନେ ଚଳାଇଥିବା ଏହି ଆନ୍ଦୋଳନର ଭବିଷ୍ୟତପନ୍ଥା କ’ଣ ହେବ ସେନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଦଶହରା ଛୁଟି…

ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ କୋଣାର୍କ ବନ୍ଦ ଡାକରା

କୋଣାର୍କ : କୋଣାର୍କରେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ଏକ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଦିଆଯାଇଥିବା ଏହି ୧୨ ଘଣ୍ଟିଆ ବନ୍ଦରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ, ବନ୍ଧୁକ ଓ କାର ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡିରେ ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଅଭିଯୁକ୍ତ ଦୁଇ ଅପରାଧି ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ମନୋଜ ସାହୁ ଓ ଅନ୍ୟ ଜଣଙ୍କ ବିଶ୍ୱଜିତ ବାରିକ ଓରଫ୍ ମୁନା ଖୋର୍ଦ୍ଧା ଜିଲ୍ଲାର କାଇପଦର ଅଞ୍ଚଳର…

ଅଭିଜିତ ମିତ୍ରଙ୍କ ଜାମିନ ଆବେଦନ ଖାରଜ, ଏବେ ନିମାପଡ଼ା ସବ-ଜେଲରେ

ନିମାପଡ଼ା: ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ଏବେ ନିମାପଡ଼ା ସବ-ଜେଲରେ । ପୁରୀ ଜିଲ୍ଲା କୋଣାର୍କର ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) ଗୁରୁବାର ଦିନ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ଏବେ ନିମାପଡ଼ା ସବ-ଜେଲକୁ ପଠାଇଦିଆଯାଇଛି ।…

ସଲମାନ୍ ଖାନଙ୍କ ଘରେ ବାଜିବ ସାହାନାଇ !

ମୁମ୍ବାଇ: ବଲିଉଡ଼ରେ ଏଯାଏଁ କୁଆଁରା ରହିଥିବା ସଲମାନ୍ ଖାନଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜାରି ରହିଥାଏ । ମାତ୍ର ଶୁଣିବାକୁ ମିଳୁଛି ସଲ୍ଲୁଭାଇଙ୍କ ବାହାଘର କଥା ନଉଠିଥିଲେ ବି ତାଙ୍କ ଘରେ କିନ୍ତୁ ବାହାଘର ହେବ, ସାହାନାଇ ବାଜିବ ।  ଭାଇ ଅରବାଜ୍ ଖାନ ଦ୍ୱିତୀୟ ବିବାହ କରିବାର…

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସଭାସ୍ଥଳୀରେ ଅଣ୍ଡାମାଡ

କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତଙ୍କ ସଭାସ୍ଥଳୀରେ ଅଣ୍ଡାମାଡ଼ ହୋଇଛି । ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତ କଟକ ଜିଲ୍ଲା ନିଆଳୀ ହାଇସ୍କୁଲ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।…

କାର୍ତ୍ତିକ ହବିଷ୍ୟାଳୀ ବ୍ରତ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଚଳିତ ବର୍ଷର କାର୍ତ୍ତିକ ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁରୀଠାରେ ସମବେତ ହବିଷ୍ୟାଳୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, “କାର୍ତ୍ତିକ ବ୍ରତ ପାଇଁ ପୁରୀଠାରେ…

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗ: କୋର୍ଟ ଯିବାବେଳେ ବିଚାରପତିଙ୍କୁ ଅଟକାଇଲେ ଆନ୍ଦୋଳନରତ ଓକିଲ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ଆଇନଜୀବୀମାନେ ସମ୍ବଲପୁରରେ ଜିଲ୍ଲା ଦୌରା ଜଜ୍ ମଳୟ ରଞ୍ଜନ ଦାସଙ୍କୁ ଘେରିଯାଇ ପ୍ରତିବାଦ ଜାହିର କରିଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ପ୍ରାୟ ୨ ମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା…

ସଂକଟରେ ସିବିଆଇ

ଭୁବନେଶ୍ୱର: ଯେଉଁ ତଦନ୍ତକାରୀ ସଂସ୍ଥାକୁ ନେଇ ସାରା ଦେଶ ଗର୍ବ କରୁଥିଲା, ଏବେ ସେଇ ସଂସ୍ଥା ଉପରୁ ଯେମିତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ସିବିଆଇର ଉପର ଅଧିକାରୀମାନଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ତେବେ ଉପର ଅଧିକାରୀଙ୍କ ସହ ସରକାର ଏଥିରେ ରାଜନୀତି ପୁରାଉ ଥିବାରୁ…

ଅକ୍ଟୋବର ୨୭ରୁ ବିଜେପିର ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ଘେରାଉ

ଭୁବନେଶ୍ୱର : ଶାସକ ଦଳର ୧୯ ବର୍ଷର ଶାସନରେ ହୋଇଥିବା ଦୁର୍ନୀତି ଦର୍ଶାଇ ଆସନ୍ତା ୨୭ରେ ରାଜ୍ୟ ବ୍ୟାପୀ ସମସ୍ତ ବ୍ଲକକୁ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଚିଟ୍ ଫଣ୍ଡ…