Latest Odisha News

ବଢିଲା ସରପଞ୍ଚଙ୍କ ଦରମା, ମାସିକ ପାଇବେ ୧୦ହଜାର ଟଙ୍କା

ଭୁବନେଶ୍ବର: ରାଜ୍ୟର ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ…

‘ଦେଶରେ ସିଏଏ ଲାଗୁ: ମୁସଲିମଙ୍କ ସ୍ବାର୍ଥ ବିରୋଧୀ’

ନୂଆଦିଲ୍ଲୀ: ଗତକାଲି ଦେଶରେ ସିଏଏ ଲାଗୁ କରିଛନ୍ତି ଗୃହମନ୍ତ୍ରାଳୟ । ଦ୍ବିତୀୟ ଦିନ ଅର୍ଥାତ ଆଜି ଏହାକୁ ବିରୋଧ କରି ମୁସଲିମ୍ ସଂଗଠନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ ଡେମୋକ୍ରାକ୍ଟିକ୍ ୟୁଥ ଫ୍ରେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏହି ଆଇନ୍…

ଫାର୍ମ ହାଉସରୁ ମିଳିଲା ୨୫ ମଣିଷ ଖପୁରୀ, ହାଡ

ବାଙ୍ଗାଲୋର: କର୍ଣ୍ଣାଟକର ଜୋଗନହଲ୍ଲୀ ଗ୍ରାମରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଏଠାରେ ଏକ ଫାର୍ମ ହାଉସରୁ ୨୫ଟି ମଣିଷ ଖପୁରୀ ମିଳିବା ସହ ଅନେକ ହାଡ ଜବତ ହୋଇଛି । ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ମଧ୍ୟ ଏହାକୁ ଦେଖିବା ପରେ ସହଜରେ ବିଶ୍ୱାସ କରିପାରି ନ ଥିଲେ । ବଳରାମ…

ଗୋଟେ ଦିନରେ ୧୯୦ କେସ୍, କେରଳରେ ଚିନ୍ତା ବଢାଉଛି ମମ୍ପସ

ଥିରୁବନନ୍ତପୁରମ୍: ମମ୍ପସ୍, ଯାହାକୁ ଆମେ ଗାଲୁଆ ମଧ୍ୟ କହିଥାଉ । କେରଳରେ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହି ରୋଗ । ଗୋଟିଏ ଦିନରେ ରାଜ୍ୟରେ ୧୯୦ଟି ମାମଲା ସାମ୍ନାକୁ ଆସିଛି । କେରଳ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏହାକୁ ମିଶାଇ ଚଳିତ ମାସରେ ୨,୫୦୫ ଜଣ ଏହି ରୋଗରେ…

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ । ଆଜି ହାଇକୋର୍ଟ ଓସେପାର ମେରିଟ୍‌ ଲିଷ୍ଟ ଖାରଜ କରିଦେଇଛନ୍ତି । ଏହାସହ ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟକୁ ମଧ୍ୟ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି, ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ବାର୍ଷିକ ସାମୟିକ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ଖୁସିଖବର । ମହିଳା କର୍ମଚାରୀଙ୍କ ପାଇଁ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ…

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ନଲଢ଼ିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର କଂଗ୍ରେସର ଅଧ୍ୟକ୍ଷ ଯିଏ ନିର୍ବାଚନ ଲଢ଼ିବେନି । ଖଡ଼ଗେଙ୍କ ଏପରି ନିଷ୍ପତି ଭବିଷ୍ୟତରେ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ବିପଦ ହୋଇପାରେ ।…

ରଣବୀର କପୁରଙ୍କୁ ପ୍ରଶଂସା ସହ ସଂସ୍କାରୀ କହିଲେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ 'ରାମାୟଣ' ର ଷ୍ଟାର କାଷ୍ଟ ଏବ ଚର୍ଚ୍ଚାରେ ରହିଛି । ଅନେକ ପ୍ରସିଦ୍ଧ କଳାକର ମାନେ ଏହି ଚଳଚ୍ଚିତ୍ରରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ରାମାନନ୍ଦ ସାଗର ଙ୍କ ଆଇକନିକ ଟିଭି ଶୋ' ରାମାୟଣ ଫେମ୍ ଅରୁଣ ଗୋଭିଲ ଫିଲ୍ମ…

ଭାଙ୍ଗିବ ବିଜେପି-ଜେଜେପି ମେଣ୍ଟ, ନିର୍ବାଚନ ପୂର୍ବରୁ ବଦଳିବେ ମୁଖ୍ୟମନ୍ତ୍ରୀ?

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଲୋକସଭା ଆସନକୁ ନେଇ ଦୁଷ୍ୟନ୍ତ ଚୌଟାଲାଙ୍କ ନେତୃତ୍ବାଧୀନ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ବିବାଦ ଦେଖାଦେବା ପରେ ବିଜେପି ଏବେ ମେଣ୍ଟ ସରକାର ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି।…

ଦ୍ୱିତୀୟ ଦିନରେ ସଫେଇକର୍ମୀଙ୍କ ଆନ୍ଦୋଳନ; ୩ ଦିନର ସମୟ ମାଗିଲା ବିଏମସି

ଭୁବନେଶ୍ୱର: ଦ୍ବିତୀୟ ଦିନରେ ଜାରି ରହିଛି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଏହାଭିତରେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛି ବିଏମସି । ବର୍ଦ୍ଧିତ ଦରମା ନେଇ ତିନି ଦିନର ସମୟ ମାଗିଲା ବିଏମସି । ତିନି ଦିନ ମଧ୍ୟରେ ସରକାର ଘୋଷଣା କରିବେ ବୋଲି କହିଛି ବିଏମସି । ସେହିପରି ଅଳିଆ…