Latest Odisha News

BREAKING NEWS

ବ୍ୟବସ୍ଥିତ ହୋଇପାରୁନି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା, ଅସନ୍ତୋଷ ଭକ୍ତ

ପୁରୀ: ପ୍ରତିଦିନ ପୁରୀରେ ଜଗା ଦର୍ଶନ ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଭକ୍ତ । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଶ୍ରୀମନ୍ଦିରରେ ବୃଦ୍ଧି ପାଇବ ଭକ୍ତଙ୍କ ଭିଡ । ସେପଟେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲେ ସୁଦ୍ଧା ନୀତି ବିଳମ୍ବ ଯୋଗୁଁ ଦର୍ଶନଟିଏ ପାଇବା ପାଇଁ ଭକ୍ତଙ୍କୁ ଘଣ୍ଟାଘଣ୍ଟା…

ପୂର୍ବ ଶତ୍ରୁତାରୁ ବାପ-ପୁଅଙ୍କ ସମେତ ୩ ଜଣଙ୍କୁ ଏସିଡ ମାଡ 

ଫୁଲବାଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କ ସହ ୩ ଜଣଙ୍କୁ ଏସିଡ ମାଡ। ଫୁଲବାଣୀ ଟାଉନ ଥାନା ଶଶୀ ପାନଦୋକାନ ଛକରେ ଘଟିଛି ଏଭଳି ଘଟଣା । ଆହତ ବ୍ୟକ୍ତି ହେଲେ ଚନ୍ଦ୍ର ମହାନ୍ତି, ପୁଅ ସୁରଜ ମହାନ୍ତି ଓ ଅନ୍ୟ ଜଣେ ତାଙ୍କ ବନ୍ଧୁ ରାକେଶ ମିଶ୍ର। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

କତାରରେ ୮ ଭାରତୀୟଙ୍କ ମୃତ୍ୟୁ ଦଣ୍ଡ ଉପରେ ରୋକ୍

ନୂଆଦିଲ୍ଲୀ: କତାରରେ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି । କତାର କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ…

‘ରାମ ମନ୍ଦିର ନ ଯିବା ହିନ୍ଦୁ ବିରୋଧୀ ନୁହଁ’

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତିକି ଏହାକୁ ନେଇ ରାଜନୀତି ଯୋର ଧରୁଛି । ଏହି ସମୟରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ କି ନାହିଁ ସେନେଇ ଆଲୋଚନା ଜୋରଦାର ହେଉଛି ।…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା । ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଏସ୍‌ଓଜି ଯବାନ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି । କୋରାପୁଟ ଏସ୍‌ପିଙ୍କ ସୂଚନା କ୍ରମେ, ବିଶ୍ବସ୍ତ…

ଐତିହ୍ୟ ପଦଯାତ୍ରୀଙ୍କ ଯାଜପୁର ପରିଦର୍ଶନ

ଯାଜପୁର : କଟକ ହେରିଟେଜ ୱାକସ ନେତୃତ୍ୱରେ ଆୟୋଜିତ ଯାଜପୁରର ଡାକ ଯାତ୍ରାରେ ପ୍ରାୟ ପଚିଶ ଜଣ ଐତିହ୍ୟ ପ୍ରେମୀ ବିରଜା କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରାରମ୍ଭରେ ଆବାହକ ଦୀପକ ସାମନ୍ତରାୟଙ୍କ ସ୍ୱାଗତ ତଥା ଯାଜପୁର ଜିଲ୍ଲା ସମ୍ପର୍କିତ ସାମାନ୍ୟ ସୂଚନା ସହ ଆରମ୍ଭ ହୋଇଥିବା ଏହି…

ହରେକୃଷ୍ଣ ମହତାବଙ୍କ ଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ (ଓୟୁଏଟି)ଙ୍କ ମିଳିତ ଆନୁକୂଲ୍ୟରେ ଓୟୁଏଟି ସମ୍ମିଳନୀ କକ୍ଷରେ ଏଥିରେ ହରେକୃଷ୍ଣ ମହତାବଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଏକ 'ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ସର୍ଟସର୍କିଟ ଘଟି ତେଲ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧୀନ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ରିଫାଇନ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ, ତଦନ୍ତ ପରେ ହିଁ ଜଣାପଡିବ ।…

ଜାନୁଆରୀ ୬ରେ ଓଡିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ବର : ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏଥିରେ  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉତ୍କଳ ଭାରତ କଂଗ୍ରେସ କମିଟିର…

ପରଲୋକରେ ବିଜୟକାନ୍ତ

ନୂଆଦିଲ୍ଲୀ : ଅଭିନେତାରୁ ସେ ପାଲଟିଥିଲେ ରାଜନେତା  । ଆଜି ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆମେ କହୁଛୁ ବିଜୟକାନ୍ତଙ୍କ କଥା  । ସେ କେବଳ ଜଣେ ଅଭିନେତା ନଥିଲେ , ସେ ଥିଲେ ଡିଏମ୍‌ଡିକେ ନେତା । ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।…