Latest Odisha News

BREAKING NEWS

୧୩୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କଦଳୀ ଖାଇଲେ ଛାତ୍ରଛାତ୍ରୀ

ଜୟପୁର: ୧୩୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କଦଳୀ ଖାଇଲେ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଓ ପୌରାଞ୍ଚଳର ସମସ୍ତ ୧୩୦ଟି ସ୍କୁଲରେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କୁ ଅଣ୍ଡା ବଦଳରେ କଦଳୀ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ଯୋଗାଉଥିବା କେନ୍ଦ୍ରୀୟ କିଚେନ୍ ପକ୍ଷରୁ…

ବଢିଲା ବାଇଡେନଙ୍କ ଅଡୁଆ: ଟିକସ ଚୋରି ମାମଲାରେ ଫସିଲେ ପୁଅ ‘ହଣ୍ଟର’

ୱାଶିଂଟନ: ବଢିଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନଙ୍କ ଲାଗି ଅଡୁଆ ବଢିବାରେ ଲାଗିଛି। ଟିକସ ଚୋରି ମାମଲାରେ ଫସିଛନ୍ତି ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ହଣ୍ଟର ୧.୪ ମିଲିୟନ୍ ଡଲାର ଟିକସ ଚୋରି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ…

ଦକ୍ଷିଣ ଆଫ୍ରିକାରେ ଟି୨୦ ସିରିଜ ହାରିନି ଭାରତ

କେପଟାଉନ: ଭାରତୀୟ କ୍ରିକେଟ ଟିମ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏଠାରେ ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳାଯିବ । ଭାରତ ଗୋଟିଏ ଦିନିକିଆ ସିରିଜ ଜିତିଥିବା ବେଳେ ଟେଷ୍ଟରେ କେବେ ଏହି ସଫଳତା ହାସଲ କରିନି । ଅପରପକ୍ଷରେ ଟି୨୦ରେ ଭାରତ ଏଠାରେ ସିରିଜ ହାରିନି । ଡିସେମ୍ବର ୧୦ରୁ…

ଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣାପତ୍ର ସ୍ୱାକ୍ଷର, ଟ୍ରେନିଂ ନେବେ ୧୭୬ ଇଞ୍ଜିନିୟର

ଭୁବନେଶ୍ୱର: କ୍ଷୁଦ୍ର ଜଳସେଚନ ସିଭିଲ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଜଳବାୟୁ ସହନଶୀଳ କୃଷି ପାଇଁ ୬ ଦିନ ପାଇଁ ରୁର୍କିରେ ଜଳ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଞ୍ଜିନିୟର । ରାଜ୍ୟ…

ବାଳିକା ୧୪ ବର୍ଷରୁ କମ ଟେନିସ: ଓଡିଶାର ଆହାନ ଏକ ନମ୍ବର

ଭୁବନେଶ୍ୱର: ବାଳିକା ୧୪ ବର୍ଷରୁ କମ ଟେନିସ ଖେଳାଳିଙ୍କ ନୂତନ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଓଡିଶାର ଉଦୀୟମାନ ଖେଳାଳି ଆହନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଇଟା ପକ୍ଷରୁ ଜାରୀ ର‌୍ୟାଙ୍କିଙ୍ଗରେ ସେ ୧୨୫୯.୨୫ ପଂଏଟ ହାସଲ କରିଥିଲେ । ୧୩ ବର୍ଷୀୟା ଆହନ ନିକଟରେ ୨ଟି ଟାଇଟଲ ହାସଲ…

ଡିସେମ୍ବର ୧୭ରେ ସୈନିକ ସ୍କୁଲରେ ଆୟୋଜିତ ହେବ ଷଷ୍ଠ ବିଜୁ ମାରାଥନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସକାଳ ୬ ଟା ରେ ସୈନିକସ୍କୁଲ ଏବଂ ଓଏମ୍‌ସି ମିଳିତ ଅନୁକୂଲ୍ୟରେ ଷଷ୍ଠ ବିଜୁ ମାରାଥନ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତାରେ ସ୍କୁଲର ୬୦୦ କ୍ୟାଡ଼େଟ୍‌, ଦୁଇ ଶହ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀଙ୍କୁ ମିଶାଇ…

ଆରବିଆଇର ରେପୋରେଟ୍ ଅପରିବର୍ତ୍ତିତ, UPI ଟ୍ରାଞ୍ଜାକ୍ସନ ସୀମା ୫ ଲକ୍ଷକୁ ବୃଦ୍ଧି 

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ପଞ୍ଚମ ଥର ଲାଗି ରେପୋରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅନ୍ୟାନ୍ୟ ବ୍ୟାଙ୍କକୁ ଯେଉଁ…

ଗମ୍ଭୀରଙ୍କ ସହ ବିବାଦକୁ ନେଇ ଏଲଏଲସି କମିଶନର ଶ୍ରୀସନ୍ଥଙ୍କ ନିକଟକୁ ପଠାଇଲେ ଲିଗାଲ ନୋଟିସ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ସହ ମୁହାଁମୁହିଁ ହେବା ଏସ.ଶ୍ରୀସନ୍ଥଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଚଳିତ ଲିଜେଣ୍ଡ ଲିଗ କ୍ରିକେଟରେ ଗୌତମ ଗମ୍ଭୀର ଓ ଏସ ଶ୍ରୀସନ୍ଥଙ୍କ ବିବାଦ ଏବେ ଚର୍ଚ୍ଚାର କାରଣ ସାଜିଛି । ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିବା ନେଇ ଏଲଏଲସି କମିଶନର…

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ତାଳଚେରରେ ଉଦଘାଟିତ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ। ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ…

୩ ବର୍ଷ ପରେ ଫେରିଲା ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର: ୩ ବର୍ଷ ପରେ ଫେରିଛି ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟ । କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଏହା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ଟେନିସ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଉଦଘାଟନର ଉତ୍ସବରେ କ୍ରୀଡା ଓ ଯୁବ ବିଭାଗ ମନ୍ତ୍ରୀ ତୁଷାରକାନ୍ତି…