ଶିଶୁ କବିତା : କାର୍ତ୍ତିକ ଚାଲିଛି ବୋଲି
ତରୁଣ କୁମାର ମିଶ୍ର
ଫୁଲଝରି ଧରି ମାଙ୍କଡ଼ ନାଚୁଛି
ଭାଲୁ ଖେଳେ ଲୁଚକାଳି ,
ହାତୀ ପିଠି ପରେ ବାଘ ମାମୁଁ ବସି
ଆନନ୍ଦେ ବଜାଏ ତାଳି ।
କୁକୁର ମୁଣ୍ଡରେ ହେଲମେଟ ବାନ୍ଧି
ସ୍କୁଟି ଚଲାଉଛି ଦେଖ ,
ତା ପଛରେ ବସି ଛେଳି ମହାନନ୍ଦେ
ଚୋବାଉଛି ବରପତ୍ର ।
ବିଲେଇ ନାନୀ ତ ସେଲଫି ଉଠାଏ…