Latest Odisha News

BREAKING NEWS

ଆମାଜନ ବିକ୍ରି କରୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ, ଥାନାରେ ଏତଲା ଦେଲେ ସେବାୟତ

ପୁରୀ: ଅନଲାଇନ ସପିଂ ଆପ୍ ଆମାଜନରେ ମିଳୁନି ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜା । ବିନା ଅନୁମତିରେ ଅନ୍‌ଲାଇନ୍‌ରେ ଏହି ସବୁ ସାମଗ୍ରୀ ବିକ୍ରି ହେଉଥିବା ନେଇ କମ୍ପାନୀ ନାଁ ରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏନେଇ ସେ…

ରାଧା ମୋହନ ସ୍ୱାଇଁଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକ ପ୍ରକାଶ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୁରୁଣା କର୍ମଚାରୀ ରାଧା ମୋହନ ସ୍ୱାଇଁଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି…

ଝୁଲନ୍ତା ଅବସ୍ଥାରେ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ସରକାରୀ କ୍ୱାଟର୍ସରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୁଟୁପାଲି ଅଞ୍ଚଳରେ ଥିବା ପୋଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ତାଙ୍କ…

ଚନ୍ଦ୍ରଶେଖରପୁର ସ୍ଥିତ ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଆଜି (ବୁଧବାର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆଜି ଅପରାହ୍ନରେ ଓମଫେଡ୍…

ଅଡିଟ ସପ୍ତାହ ପାଳନ: ଅଡିଟ ରିପୋର୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି

ପୁରୀ: ଭାରତର ସାମ୍ବିଧାନିକ ସଂସ୍ଥା "ସିଏଜି" ଅନୁଷ୍ଠାନ ସ୍ଥାପନା ଉଦ୍ଦେଶ୍ୟ, କାର୍ଯ୍ୟଧାରା, ଅଡିଟ ରିପୋର୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ମହାଲେଖାକାର କାର୍ଯ୍ୟାଳୟରେ ନଭେମ୍ବର ୨୦ ତାରିଖରୁ ୨୪…

୧୦ ଦଫା ଦାବି ନେଇ ଧାରଣା ଦେଲେ ପାରାଦୀପ ପୋର୍ଟ ଶ୍ରମିକ

ପାରାଦୀପ: ପାରାଦୀପ ପୋର୍ଟ ଶ୍ରମିକ ସଂଘର ଧାରଣା । ଅନେକ ଥର ଶ୍ରମିକ ମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କମ୍ପାନୀ କତ୍ତୃପକ୍ଷ ଗ୍ରହଣ କରିନାହିଁ । ଯେଉଁଥିପାଇଁ ଆଜି ୧୦ ଦଫା ଦାବି ନେଇ ପିଆଇସିଟି (PICT) ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଶ୍ରମିକ । ଖବର ମୁତାବକ,…

ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼, ଲକ୍ଷ୍ମଣ ଗୁରୁତର

ପୁରୀ: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ରାମଲୀଳା ପ୍ରଦର୍ଶନ ସମୟରେ ମଞ୍ଚ ଉପରକୁ ବୋମା ମାଡ଼। ବୋମା ମାଡ଼ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର। ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ…

‘ସାରାଙ୍କ ବିବାହ କରାଇବା କରଣ ଜୋହରଙ୍କର ପରବର୍ତ୍ତୀ ମିଶନ’

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତ୍ରୀ ସାରା ଅଲି ଖାନ ୫୪ତମ 'ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ'ରେ…

ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ମେଡ଼ିକାଲ ପାଇଖାନାରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ମୁତାବକ, ଆଜି (ବୁଧବାର) ସକାଳୁ…

‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ସମ୍ବଲପୁର:  ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ । ନୈତିକ ଶିକ୍ଷା ଆମକୁ କରୁଣା, ଦୟା, ବନ୍ଧୁତା ଏବଂ ଭାଇଚାରାର ଜୀବନ ମୂଲ୍ୟବୋଧ ବିଷୟରେ ସଚେତନ କରେ । ଏହି ଗୁଣଥିବା ବ୍ୟକ୍ତି ମାନଙ୍କ ଠାରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ…