Latest Odisha News

BREAKING NEWS

ଶେଷ ହେଲା କିଟ୍‍ ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଦୀର୍ଘ ୩ମାସ ଧରି ଚାଲିଥିବା କିଟ୍‍ର ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ଶାନ୍ତି ଶୃଙ୍ଖଳାର ସହ ଉଦ୍‍ଯାପିତ ହୋଇଛି । କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ କିଟ୍‍ ଉତ୍ସବମୁଖର ରହିଥିଲା । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସରେ ନିରାଡ଼ମ୍ବର…

ସମ୍ ହସ୍ପିଟାଲକୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ…

ପଠାନ ପରେ ଶାହାରୁଖ-ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମ କରିବେ ୟଶରାଜ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସ ଏବେ ଟାଇଗର ୩ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଠାନ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇସାରିଛି । ୟଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସରେ ଟାଇଗର ଓ ୱାର ପରେ ଏବେ ପଠାନ ସାମିଲ ହୋଇଛି ।…

ନାରାରେ ନାରୀ, ଆନ୍ତରିକତା ଅଛି ତ ?

ଭୁବନେଶ୍ୱର: ରାଜନୈତିକ ରୂପ ନେଉଛି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପୋଲିସ ଉପରେ ଆକ୍ରମଣ ପ୍ରସଙ୍ଗ। ଶାସକ ବିଜେଡି ଏ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିବା ସହ ରାଜରାସ୍ତାକୁ ଓଲ୍ହାଇଛି। ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତାଙ୍କ ଅସଲ ରୂପ ପଦାରେ…

ଉପାସନାଙ୍କ ‘ବିଜୟ’ ଗଣିତ, କେତେ ହେବ ସଫଳ ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ରୂପରେଖ କଣ ହେବ। ଯେଉଁମାନେ ପ୍ରମୁଖ ଦଳର ଆଗ ଧାଡ଼ିର ନେତା ସେମାନେ କଣ ସେହି ଦଳରେ ରହି ନିର୍ବାଚନ ଲଢ଼ିବେ ? ନା ଚିତ୍ର କିଛି ଅଲଗା ହେବ। ଏଭଳି କିଛି କଳ୍ପନା କଳ୍ପନା ଏବେ ମୁଣ୍ଡ ଟେକିଛି। ରାଜ୍ୟରେ ବିଆରଏସର ଏଣ୍ଟ୍ରି ଓ ଏଥିରେ ବିଜୟ ମହାପାତ୍ରଙ୍କ…

ମୋର ବାପାଙ୍କ ସମସ୍ତ କାମକୁ ପୂରଣ କରିବି: ନବ ଦାସଙ୍କ ଝିଅ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ମନ୍ତ୍ରୀ ନବ ଦାସଙ୍କ କର୍ମ ପରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ସେ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ। ନରସିଂହ ବିଷ୍ଣୁପ୍ରିୟା ଚେରିଟେବୁଲ ଟ୍ରଷ୍ଟର ଆମ୍ବୁଲେନ୍ସ ସେବାର ଉଦଘାଟନ କରିବା ଅବସରରେ…

ରଣଜୀ ଟ୍ରଫି ଫାଇନାଲ: ବେଙ୍ଗଲ ୧୭୪, ସୌରାଷ୍ଟ ୮୧/୨

କୋଲକାତା: ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ପ୍ରଥମ ଦିବସରେ ୧୨ଟି ୱିକେଟର ପତନ ଘଟିଛି । ବେଙ୍ଗଲକୁ ୧୭୪ ରନରେ ଅଲଆଉଟ କରିବା ପରେ ଷ୍ଟମ୍ପସ ଅପସାରଣ ବେଳକୁ ସୌରାଷ୍ଟ୍ର ୨ଟି ୱିକେଟ ହରାଇ ୮୧ ରନ କରିଛି । ହାର୍ଭିକ ଦେଶାଇ ୩୮ ଓ ଚେତନ ଶାକାରିୟା ୨ ରନ କରି ଅପରାଜିତ…

୨୦୨୪ ନିର୍ବାଚନରେ ବିଜେଡି, ବିଜେପିକୁ ଭାରି ପଡ଼ିବେ କି ଏସବୁ ନେତା ?

ଭୁବନେଶ୍ୱର: ସମ୍ବଲପୁରରେ ବିରୋଧୀ ଦଳ ନେତା ଓ ପୋଲିସ ହାତାହାତିକୁ ନେଇ ରାଜନୀତି ତେଜୁଛି । ଶାସକ ବିଜେଡି, ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି କହିଛି, ସରକାର ନିଜ ମନ୍ତ୍ରୀ ଓ ବିଧାୟକଙ୍କୁ ପରଖନ୍ତୁ । ତେବେ ବିଜେପି ହେଉ ଅବା ବିଜେଡି ନେତା । ଅନେକଙ୍କ…

ବିବାହ କଲେ ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସମାଜବାଦୀ ୟୁଥ ୱିଙ୍ଗର ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ଫହାଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ଜାନୁୟାରୀ ୬ରେ ସେ ବିବାହ କରିଥିଲେ ମଧ୍ୟ ଆଜି ସୋସିଆଲ ମିଡିଆ ମାଧ୍ୟମରେ…

ବିଜେଡି ଷଡ଼ଯନ୍ତ୍ର କରି ହତ୍ୟା କରିବାକୁ ଯୋଜନା କରୁଛି: ଜୟନାରାୟଣ

ଭୁବନେଶ୍ୱର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳକୁ ନେଇ ଓଡିଶାରେ ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ମଧ୍ୟରେ ଗୁରୁବାର ଦିନ ବିଜେପିର ବରିଷ୍ଠ ନେତା ଏକ ଚାଞ୍ଚଲ୍ୟକର…