Latest Odisha News

BREAKING NEWS

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା । ତେବେ ଏହା…

ସାରା ଦେଶ ଦେଖୁଛି, ଏକୁଟିଆ ଜଣେ କେତେ ଲୋକଙ୍କ ପାଇଁ ଭାରି ପଡୁଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରାଜ୍ୟସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି  ମୋଦି କହିଛନ୍ତି, ଆଜି ସାରା ଦେଶ ଦେଖୁଛି, ଜଣେ ଏକୁଟିଆ କେତେ ଲୋକଙ୍କ ଉପରେ…

ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଆସାମରୁ ଗିରଫ କଲା STF

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫ୍ ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଗିରଫ ଜଣଙ୍କ ସଲିମ ଅହମ୍ମଦ ଘର ମଣିପୁରର ଇମ୍ଫାଲରେ । ଏସଟିଏଫ୍ ସଲିମକୁ ଗୌହାଟିରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।…

ଗାଁ ଦାଣ୍ଡରେ ଖେଳୁଥିଲା କୁନିପୁଅ, ଚଢିଗଲା ଟ୍ରାକ୍ଟର

ଢେଙ୍କାନାଳ:ମୃତ୍ୟୁ କେତେବେଳେ ଓ କେମିତି ଆସେ କେହି କହିପାରନ୍ତି ନାହିଁ ।  ଯେ କୌଣସି ମୂହୁର୍ତ୍ତରେ ଯେ କୌଣସି ସ୍ଥାନରେ  ଆସି ପହଞ୍ଚିଯାଏ  ମୃତ୍ୟୁ । ମୃତ୍ୟୁ କେବେ ଦେଖେନି ସ୍ଥାନ, କାଳ, ପାତ୍ର । ମୃତ୍ୟୁ ଆସେ ଅତର୍କିତ । ଏଠି ବି ଏମିତି ଅଚାନକ ଆସିଥିଲା, ଗାଁ ଦାଣ୍ଡରେ ବାଲି ଖେଳରେ…

ଆଉ ୨ ଦିନ ଘନ କୁହୁଡ଼ି, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ବେଆଇନ ଗିରଫଦାରୀ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି, ଆଇଆଇସି 

କଟକ:ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି  ଓ ଟାଉନ ଥାନା ଆଇଆଇସି । ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାରେ କୋରାପୁଟ ଡିଏସପି ଓ ଟାଉନ ଥାନା ଅଧିକାରୀଙ୍କୁ ହାଜର ହେବା ପାଇଁ କୁହାଯାଇଛି ।…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ…

ବାପାଙ୍କ କଥା ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ‘ଯେତେବେଳେ ଷ୍ଟେଜ ଉପରକୁ ଆସୁଥିଲି, କିଛି କହୁଥିଲି,  ସବୁବେଳେ ବାପା  ମୋ ପଛରେ ବସି ମୋତେ ହାତ ଦେଖାଇ ଉତ୍ସାହିତ କରୁଥିଲେ । ହେଲେ ଆଜି ମୁଁ କହୁଛି, କିନ୍ତୁ ପଛରେ ନାହାନ୍ତି…’ଶ୍ରଦ୍ଧାଞ୍ଜଳି ସଭାରେ ବାପାଙ୍କୁ ମନେ ପକାଇ କାନ୍ଦି ପକେଇେଲ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ…

ଭିନ୍ନକ୍ଷମ ସତ୍ତ୍ୱେ ସାଜିଛନ୍ତି ସକ୍ଷମ, ଅଭାବ ଅନଟନ ଭିତରେ ବି ଜିତି ଚାଲିଛନ୍ତି ଦୁଇ ଭାଇ

ନବରଙ୍ଗପୁର: ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ଭାଙ୍ଗି ପଡିଥାନ୍ତି । ହେଲେ ଏ ଦୁଇ ଭାଇଙ୍କୁ ଦେଖନ୍ତୁ ।  ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ  । ଦୁଇ ଭାଇ ଭିନ୍ନକ୍ଷମ ହୋଇ ବି ହାରି ନାହାନ୍ତି, ମୁଣ୍ଡ ନୁୃଆଇଁ ନାହାନ୍ତି । ସେମାନେ ଭିନ୍ନକ୍ଷମ ହେଲେ ମଧ୍ୟ…

ଝଲସୁଛି ଯାଜପୁର, ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଜିଲ୍ଲା ମହୋତ୍ସବ

ଯାଜପୁର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା । ବାଳାଶ୍ରମ ପଡିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଜିଲ୍ଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା…