Latest Odisha News

BREAKING NEWS

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ନାଣ୍ଡିସ୍ ମୁମ୍ବାଇରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହି ନୂଆ ଘର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍ ଅଞ୍ଚଳରେ ରହିଛି । ଏହି ନୂଆ ଘରର କିଛି ଫଟୋ ନିଜେ ଜ୍ୟାକ୍‌ଲିନ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ବିଳାସପୂର୍ଣ୍ଣ ଘରେ ଏକ ପୁଲ,…

ଏମର୍ଜିଂ ଏସିଆ କପ କ୍ରିକେଟରେ ଭାରତ ଏ ଟିମର ନେତୃତ୍ୱ ନେବେ ୟଶ

ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ କ୍ରିକେଟ ପାଇଁ ଘୋଷିତ ଭାରତୀୟ ଦଳର ନେତୃତ୍ୱ ନେବେ ୟଶ ଢ଼ୁଲ । ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି । ଭାରତ ଏ ଗ୍ରୁପ ବି’ରେ ନେପାଳ, ୟୁଏଇ ଓ ପାକିସ୍ତାନ ଟିମ ସହ ସ୍ଥାନ ପାଇଛି । ୧୩, ୧୫…

ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ

ଭୁବନେଶ୍ୱର: ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ଜୁନିୟର ଛାତ୍ରଙ୍କୁ ନିଜ ରାଜନୈତିକ ଦଳରେ ସାମିଲ କରାଇବା ପାଇଁ ବରିଷ୍ଠ ଛାତ୍ରଙ୍କ ଏକ ଗୋଷ୍ଠୀ ଉଦ୍ୟମ କରିବାରୁ ଏହି ଗଣ୍ଡଗୋଳ ସୃଷ୍ଟି…

ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ମାସେ, ଏବେ ବି ହସ୍ପିଟାଲରେ ପଡି ରହିଛି ୫୨ରୁ ଊର୍ଦ୍ଧ୍ୱ ମୃତ ଦେହ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଘଟଣାର ମାସକ ପରେ ବି ଭୁବନେଶ୍ୱର ଏମ୍ସରେ ୫୦ରୁ ଊର୍ଦ୍ଧ୍ୱ ମୃତ ଦେହ ପଡ଼ି ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଶବ ରହିଥିଲା, ସେଥିମଧ୍ୟରୁ ୨୯ଟି ଶବକୁ ଡିଏନ୍ଏ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨ଟି ଶବ ବ୍ୟବଚ୍ଛେଦ…

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି ? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ…

ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ: ଆହତଙ୍କ ଜୀବନ ବଞ୍ଚାଇଲେ ବିଧାୟକ ଲଳିତେନ୍ଦୁ

ପୁରୀ: ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ। ମାନବିକତାର ପରିଚୟ ଦେଇ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କୁ ନିଜ କାରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଛନ୍ତି। ବ୍ରହ୍ମଗିରି ନିର୍ବାଚନ…

ଉର୍ଫିଙ୍କ ସହ କାମ କରିବେନି ବୋଲି ରୋକ୍‌ଠୋକ୍ ମନା କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ସହ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଛନ୍ତିି ଅଭିନେତା ଅଭିଷେକ ମାଲହାନ । ଏହା ଶୁଣିବା ପରେ ଉର୍ଫି ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅଭିନେତା ଅଭିଷେକ ମାଲହାନ୍ ଏବେ ‘ବିଗ୍ ବସ୍…

ଅଟୋକୁ ଧକ୍କା ଦେଲା ଓଏସଆରଟିସି ବସ୍, ତିନି ଜଣ ଯାତ୍ରୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାଡି ପାଟପୁର ନିକଟରେ ମଙ୍ଗଳବାର ସକାଳେ ଓଏସ୍ଆରଟିସିର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅଟୋରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୁରୀ ଅଭିମୁଖେ ଯାଉଥିବା ସରକାରୀ…

କୃତ୍ରିମ ବନ୍ୟାକୁ ସାମ୍ନା କରିବା ପାଇଁ ଏଆଇର ନୂଆ ଉଦ୍ୟମ : ଏମିତି ଗାଡ଼ି, ଯାହା ପାଣିରେ ଚାଲିବ

ମୁମ୍ବାଇ: ଏବେ ସାରା ଦେଶରେ କୃତ୍ରିମ ବନ୍ୟା ବିତ୍ପାତ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଏହି ବନ୍ୟା ଯୋଗୁ ଘରଦ୍ୱାର ନଷ୍ଟ ହେବାସହିତ ଜୀବନଯାତ୍ରା ବ୍ୟାହତ ହେଉଛି । ଦେଶରେ ମାୟାନଗରୀ ଭାବେ ପରିଚିିତ ମୁମ୍ବାଇରେ ଏହି ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ସାମାନ୍ୟ ବର୍ଷା ହେଲେ ବୁଡିଯାଉଛି ପୁରା…

ଆଶେସ ସିରିଜ: ଗୁରୁତ୍ୱପୂର୍ଣ୍ଣ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଧକ୍କା, ଓହରିଲେ ଓଲୀ ପୋପ

ଲଣ୍ଡନ: ଚଳିତ ଆଶେସ ସିରିଜରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ୪ ଜୁଲାଇରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇଂଲଣ୍ଡ ପାଇଁ କର ବା ମର ମୁକାବିଲା ପୂର୍ବରୁ ଦଳକୁ ଶକ୍ତ ଧକ୍କା ଲାଗିଛି । ଉପ ଅଧିନାୟକ ଓଲୀ ପୋପ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି…