ଅନୁବାଦ କବିତା : ଏଇ ଶୀତରେ
ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ
ମୁଁ ଯଦି ମରିପାରନ୍ତି
ଏଇ ଶୀତରେ
ଗଛ ଯେମିତି ଶୁଖିଯାଏ
ସାପ ଯେମିତି ଗାତରେ ପଶି ରହେ
ଏଇ ଦୀର୍ଘ ଶୀତ ସମୟରେ।
ଶୀତ ଚାଲିଗଲେ
ଗଛ ନୂଆ ହୋଇ ଗଜରେ
ଚେରରୁ ଉର୍ଦ୍ଧ୍ଵକୁ ଉଠେ
ତରୁଣ ଜୀବନ ରସ
ଚିତ୍କଣ ସବୁଜ ଡାଳ ପତ୍ରରେ
ଅଜସ୍ର ଉଦ୍ଧତ ଫୁଲର ହସ।…