Latest Odisha News

BREAKING NEWS

ନବୀନ କାହାକୁ ଭରସା କରିବେ ମୋଦୀ ନା ନୀତିଶ?

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ କାହା ସହିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି । ଏହା ପୂର୍ବରୁ ନବୀନଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଅନେକ…

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ। ସେ ଯାଜପୁର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମୋହନ ଜେନା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ସେ ଚାରି ବର୍ଷ…

ଏକାଠି ହେଲେ ପ୍ରେମପକ୍ଷୀ, ବଙ୍ଗାଳୀ ବୋହୂ ସାଜିଲେ ରୁଷୀୟ କନ୍ୟା

ନୂଆଦିଲ୍ଲୀ : ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମରେ ଭରି ରହିଥାଏ ବିଶ୍ୱାସ  । ପ୍ରେମ କୌଣସି ପ୍ରତିବନ୍ଧକ ମାନିନଥାଏ  । କଥାରେ ଅଛି ପ୍ରେମ ପାଇଁ ସାତ ସମୁଦ୍ର ପାର କରିଯାଆନ୍ତି ପ୍ରେମଚଢ଼େଇ । ତେବେ ଏହି କଥାକୁ ବାସ୍ତବ ରୂପ ଦେଇ ପ୍ରେମର ପରିଭାଷାକୁ ବୁଝିଛନ୍ତି ଜଣେ ରୁଷୀୟ ଯୁବତୀ  ।…

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ…

ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଜଡିତ ଥିବା ହାଇ ପ୍ରୋଫାଇଲ ବ୍ଯକ୍ତିଙ୍କ ବାବଦରେ ଅଧିକ ଜାଣିବାକୁ ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ…

କାଶ୍ମୀରକୁ ନେଇ କ’ଣ କହିଲା ମୁସଲିମ୍ ଦେଶର ସଂଗଠନ OIC ?

ନୂଆଦିଲ୍ଲୀ: କାଶ୍ମୀର ବିବାଦକୁ ନେଇ ଇସଲାମିକ୍ ଦେଶର ସଂଗଠନ OIC (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍) ପୁଣି ଥରେ ମନ୍ତବ୍ୟ ଦେଇଛି । କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନାର ରାସ୍ତା ପାଇଁ ସଂଗଠନ ଏକ ପ୍ଲାନ୍ ଉପରେ କାମ କରୁଥିବା କହିଛି । ପିଓକେ ଗସ୍ତ ପରେ…

ବିଳମ୍ବିତ ରାତି ଯାଏ ବାର ଚଳାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଲାଇବା ପଡିଲା ମହଙ୍ଗା। ଦୁଇଟି ବାରକୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି ଦୁଇ ବାର ହେଲେ ଏକାମ୍ର ବାର ଓ ରଙ୍ଗିଲା ବାର। ଗତକାଲି ଅବକାରୀ ଟିମ୍ ଏକକାଳୀନ 8ଟି ବାରରେ ଚଢ଼ାଉ କରିଥିଲା। ଲକ୍ଷ୍ମୀସାଗର ପୋଲିସ ସହାୟତାରେ ଏହି…

ଖାଦ୍ୟରୁ ବାହାରିଲା ଚୁଟି, ରାଗରେ ସ୍ତ୍ରୀକୁ ଲଣ୍ଡା କଲା ସ୍ୱାମୀ

ଉତ୍ତରପ୍ରଦେଶ : ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରାଇଥାଏ କେଶ  । କେଶ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ଘୃଣା କରିଥାଆନ୍ତି  । ବିଶେଷ କରି କୌଣସି ଖାଦ୍ୟରୁ ଚୁଟି ବାହାରିଲେ ଲୋକମାନେ ବିରକ୍ତ ହୋଇଥାଆନ୍ତି  । ତେବେ ଚୁଟିକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ଆପଣମାନେ…

ଅନଲାଇନରେ ଭାରତୀୟଙ୍କ ଆଧାର, ପାନ କାର୍ଡ ତଥ୍ୟ ବିକୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ତଥ୍ୟ ଲିକକୁ ନେଇ ବଡ଼ ଖବର ଆସିଛି । ଏଥରକ ହଜାର ହଜାର ଭାରତୀୟ ଆଧାର କାର୍ଡ ସହ ପାନ କାର୍ଡ ତଥ୍ୟ ଲିକ୍ ହୋଇଛି । ଆଉ ଏ ଡାଟା ଲାଗିଛି ପାକିସ୍ତାନୀ ହ୍ୟାକରଙ୍କ ହାତରେ । ପ୍ରାୟ ୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ପାନ ସହ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ…

ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଭେଟି, ତୋର ମୋର କଟି । ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍ ହୋଇଛି । ଝିଲିକ ମୋସନ୍ ପିକଚର୍ସର ତୃତୀୟ ଭେଟି, ତୋର ମୋର କଟି ।  ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ୍ ହୋଇଛି । ଅଭିନେତ୍ରୀରୁ ପ୍ରଯୋଜିକା…