Latest Odisha News

BREAKING NEWS

ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ ଓ ଆୟୁଷୀଙ୍କ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ : ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ। ଆଜି ଡେରାଡୁନ୍‌ରେ ଚେତନ ଆନନ୍ଦ ଏବଂ ଆୟୁଷୀଙ୍କ ପଡ଼ିବ ହାତଗଣ୍ଠି । ପାଟଣାରେ ୨୪ ଅପ୍ରେଲରେ ଉଭୟଙ୍କର ହୋଇଥିଲା ନିର୍ବନ୍ଧ । ଆଜି ସାତ ଘେରା ନେଇ ସାରା ଜୀବନ ପାଇଁ ସାଥି ହେବେ…

ଜଳୁଛି ମଣିପୁର: ୮ ଜିଲ୍ଲାରେ କର୍ଫ୍ୟୁ, ସେନାର ଫ୍ଲାଗମାର୍ଚ୍ଚ

ଇମ୍ଫାଲ:ଉଗ୍ର ହେଉଛି ମଣିପୁର ହିଂସା । ଗତକାଲିଠାରୁ ସାରା ରାଜ୍ୟ ଯେମିତି ଜଳୁଛି ।   ଆଦିବାସୀ ଆନ୍ଦୋଳନରୁ ସୃଷ୍ଟ ଏହି ହଂସା ଅନେକ ଜିଲ୍ଲାକୁ ବ୍ୟାପି ଗଲାଣି । ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ମଣିପୁରରେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ…

ଜନ୍ମମାଟିରେ ମହାମହିମ; ବାଦାମପାହାଡ ହେଲିପ୍ୟାଡରେ ସ୍ୱାଗତ କଲେ ରାଜ୍ୟପାଳ

ବାରିପଦା: ଜନ୍ମମାଟିରେ ପହଞ୍ଚିଲେ ମହାମହିମ । ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି  । ବାଦାମପାହାଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ  ରାଜ୍ୟପାଳ ଗଣେଶୀ ଲାଲା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର…

ରାତି ଅଧରେ ପୁଲିସ ଆକ୍ରମଣ! କ୍ୟାମେରା ସାମ୍ନାରେ କାନ୍ଦିଲେ ବିନେଶ, ଗୃହମନ୍ତ୍ରୀଙ୍କୁ ଅଭିଯୋଗ

ନୂଆଦିଲ୍ଲୀ: କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଗତ ୧୧ ଦିନ ହେଲା ଆନ୍ଦୋଳନ କରୁଥିବା କୁସ୍ତି ଯୋଦ୍ଧାମାନେ ନାନା ହଇରାଣ ହରକତ ହେଉଛନ୍ତି। ତେବେ ବୁଧବାର ରାତିରେ ପୁଲିସ ତାଙ୍କ ଉପରେ ଆକ୍ରମଣ କରିଛି ବୋଲି ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ୍…

ବାହାଘର ଭୋଜି ଖାଇବାକୁ ଯାଉଥିଲେ, ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ୧୦ ସଦସ୍ୟ

ରାୟପୁର:ବାହାଘର ଭୋଜିରେ ଯୋଗ ଦେବା ପାଇଁ ଯାଉଥିଲେ । ସାରା ପରିବାର ଏକାଠି ହୋଇ ଏକ ବଡ ଗାଡିରେ ଯାଉଥିଲେ । ଖୁବ ମଜା ମସ୍ତି ବି ଚାଲିଥିବ । ହେଲେ କିଏ ଜାଣିଥିଲା ଏହି ଯାତ୍ରା ସେମାନଙ୍କ ଜୀବନର ଶେଷ ଯାତ୍ରା ଥିଲା ବୋଲି ? ଅଧାରାସ୍ତାରେ ଏମିତି ଯମ ଜଗି ବସିଥିବ ବୋଲି ? ଟ୍ରକ ଧକ୍କାରେ…

ଦଶାହ କ୍ରିୟା ସାରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର, ୩ ମୃତ ୭ରୁ ଉର୍ଦ୍ଧ୍ୱ ଗୁରୁତର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ବଡପୁଟ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ୩ ମୃତ ହୋଇଥିବା ବେଳେ ୭ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ପଡ଼ପଦର ଗାଁର ପ୍ରାୟ ୧୫ ଜଣ ଲୋକ ଏକ ଦଶାହ କ୍ରିୟା…

ୟୁକ୍ରେନ୍‌ ଉପରେ ଭୟଙ୍କର ଆକ୍ରମଣ କଲା ଋଷ, ୨୧ ମୃତ, ୪୮ ଆହତ

ମସ୍କୋ: ପୁଟିନଙ୍କ ସରକାରୀ ବାସ ଭବନ ଉପରେ ୟୁକ୍ରେନ୍‌ର ଡ୍ରୋନ୍ ଆଟାକ୍ ପରେ ପ୍ରତିଶୋଧ ନେଇଛି ଋଷ। ୟୁକ୍ରେନ୍‌ ଉପରେ ଭୟଙ୍କର ରକେଟ୍ ମାଡ଼ କରି ୨୧ ଜଣଙ୍କୁ ମାରି ଦେଇଛି ଋଷିଆ। ସୁପରମାର୍କେଟ୍, ରେଳ ଷ୍ଟେସନ୍ ଓ ଅନ୍ୟ ଜନବହୁଳ ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି ଋଷ। ଏଥିରେ ୪୮ ଜଣ ଆହତ ହୋଇଛନ୍ତି…

ଗ୍ରାହକଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ସୁନା ଦାମ୍‌, ଜାଣନ୍ତୁ ଆଜି କେତେ….

ଭୁବନେଶ୍ୱର : ବିବାହ ଋତୁ ଆରମ୍ଭ ହୋଇସାରିଛି । ବିବାହ ପାଇଁ ଗହଣା ବି ଜୋରସୋରରେ କିଣା ଚାଲିଛି । ଏହି ସମୟରେ ଗ୍ରାହକଙ୍କୁ ଲାଗିଛି ଝଟ୍‌କା । କାରଣ ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୯୨୦ ଟଙ୍କା ହୋଇଥିବା ବେଳେ ୨୪…

ମାନବ ଜୀବନର ମୂଲ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ନିଜ ସ୍ୱାର୍ଥ ପାଇଁ ମଣିଷ ହିସାବ କରେ । ଅନ୍ୟ ଜିନିଷର ମୂଲ୍ୟ ଜାଣିବାକୁ ଚେଷ୍ଟା କରେ । ହେଲେ କେବେ ନିଜ ଜୀବନର ମୂଲ୍ୟ ଉପରେ ବିଚାର କରେ ନାହିଁ । ସେ ଜାଣିବାକୁନ ଚେଷ୍ଟା କରେନି ତା’ଜୀବନର ଦାମ୍ କେତେ । ମାନବ ସମାଜ ହେଉଛି ଏକ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ପାସ୍ତା ଆଉ ମାର୍‌ମାଲେଡ଼୍‌” କହି ଦୁଇଟି ପ୍ଲେଟ୍ ଟେବୁଲ ଉପରେ ରଖିଦେଲେ ମିସେସ୍‌ ମାହେଶ୍ୱରୀ । ବୀରା ପଚାରିଲା, “ବାବା?” ବାବାଙ୍କ ଅନୁପସ୍ଥିତିରେ ଏ ଦୁଇଭଉଣୀଙ୍କ ଯୋଜନା ସଫଳ ହୋଇପାରିବନି ।…