Latest Odisha News

BREAKING NEWS

ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍, ବଡ଼ଧରଣର ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ…

ପଶ୍ଚିମବଙ୍ଗରେ ଛୋଟ ପିଲାଙ୍କ ଜୀବନ ନେଉଛି ଏଡିନୋ ଭାଇରସ!

କୋଲକାତା: ପଶ୍ଚିମବଙ୍ଗରେ ଏଡିନୋ ଭାଇରସ ବିପଦ ବଢିବାରେ ଲାଗିଛି। ଶ୍ୱାସକ୍ରିୟାରେ ସଂକ୍ରମଣ ହେତୁ ଅନେକ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଡିନୋ ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବିଷୟରେ କହିଛନ୍ତି। ପିଲାମାନଙ୍କୁ ଘରେ…

୨୦୨୪ରେ ଏକାକୀ ନିର୍ବାଚନ ଲଢ଼ିବ ଟିଏମସି: ମମତା

କୋଲକାତା: ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମେଣ୍ଟରେ ଯୋଗ ଦେବ ନାହିଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଚିଏମସି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ଏହା ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚ ୧ରେ ଚେନ୍ନାଇରେ ଡିଏମକେର ଏକ ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…

ଟ୍ରେନରେ ବିଦେଶୀ ଯୁବତୀଙ୍କୁ ଅସଦାଚରଣ, ଆରପିଏଫ କନେଷ୍ଟବଳ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଅଗରତାଲା ଯାଉଥିବା ରାଜଧାନୀ ତେଜସ୍ ଏକ୍ସପ୍ରେସରେ ଜଣେ ବିଦେଶୀ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗରେ ଜଣେ ଆରପିଏଫ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଅଭିଯୋଗ ହୋଇଛି ଯେ ଆରପିଏଫ କନଷ୍ଟେବଳ ଯୁବତୀ ଜଣଙ୍କ ଶୌଚାଳୟରୁ ବାହାରିବା ସମୟରେ ବଳ…

ପୂର୍ବୋତ୍ତରରେ ବଢୁଛି ବିଜେପି ଏବଂ ଆଞ୍ଚଳିକ ଦଳ, ନିରାଶ ହେଲା କଂଗ୍ରେସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୂର୍ବୋତ୍ତରର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ତିନୋଟି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ମେଘାଳୟରେ ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତୃତାଧୀନ…

ଗ୍ୟାସରୁ ରାଜ୍ୟ ପାଉଥିବା ଅଂଶରୁ ସିଂହଭାଗ ଟଙ୍କା ଛାଡ଼ କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ଗ୍ୟାସ୍ ଦର ବୃଦ୍ଧି ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବିଜେଡି, ବିଜେପି ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି । ବିଜେଡି ଗ୍ୟାସ ଦର ବୃଦ୍ଧି ପାଇଁ ବିଜେପିକୁ ସମାଲୋଚନା କରିଛି । ଯାହାର ଜବାବ ଦେଇ ବିଜେପି କହିଛି, ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ…

ମୟୂରଭଞ୍ଜ ଗସ୍ତରେ 5T ସଚିବ, ପର୍ଯ୍ୟଟନସ୍ଥଳୀ ସହ ଐତହ୍ୟସ୍ଥଳୀର ହେବ ନବୀକରଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଐତହ୍ୟ ସ୍ଥଳ ଝଲସିବ । ଖିଚିଂ, ଦେବକୁଣ୍ଡ, ଭୀମକୁଣ୍ଡ ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ନବୀକରଣ ହେବ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ନୂଆ ରୂପ ପାଇବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି…

ପାଣି ପାଇଁ ଲୋକେ ଡହଳ ବିକଳ, ଏପଟେ ଅଯଥା ନଷ୍ଟ ହେଉଛି ଜଳ

ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍ ଲାଇନ୍ ସଂଯୋଗ…

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୮୭ କୋଟିର ବଜେଟ୍, ଗତବର୍ଷ ଅପେକ୍ଷା ଅଧିକ ୧୦୦ କୋଟି

କଟକ: କଟକ ମହାନଗର ନିଗମରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଗତ ହୋଇଛି ବଜେଟ୍ । ଚଳିତ ବର୍ଷ ୫୮୭ କୋଟି ୫୬ ଲକ୍ଷ ୫୭ ହଜାର ଟଙ୍କାର ବଜେଟ୍ ଆଗତ ହୋଇଛି କାଉନସିଲ୍ ବୈଠକରେ । ଆସନ୍ତା ୯ ତାରିଖରେ ବଜେଟର ପୂର୍ଣ୍ଣାଙ୍ଗ ରୂପ ଧାର୍ଯ୍ୟ କରାଯାଇ ସରକାରଙ୍କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି…

ବିଶ୍ୱ ପୁନଃଉତ୍ଥାନର ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ଆଲୋଚନାଚକ୍ର

ଭୁବନେଶ୍ୱର: ଏସିଆଟିକ୍ ସୋସାଇଟି ଫର୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ୱିମେନ୍ସ ଷ୍ଟଡିଜ୍ ଓ ଇତିହାସ ବିଭାଗ ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ୩ ଦିନିଆ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି । ଆଲୋଚନାଚକ୍ରରେ…