Latest Odisha News

BREAKING NEWS

ରାଜସ୍ୱ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି: ଜଗନ୍ନାଥଙ୍କ ଜମି ଉପରେ ତିଆରି ହୋଇଛି ସମ୍ରାଟ କମ୍ପ୍ଲେକ୍ସ

ପୁରୀ: ଅସ୍ତିତ୍ୱ ହରାଇବ କି ସମ୍ରାଟ କମ୍ପ୍ଲେକ୍ସ ? ଭଙ୍ଗାଯିବ କି ସମ୍ରାଟ କମ୍ପ୍ଲେକ୍ସର କୋଠା ? ହଟିବ ଜବରଦଖଲ ? ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ରାଟ କମ୍ପ୍ଲେକ୍ସ ଜମି ନେଇ ତହସିଲଦାରଙ୍କୁ ଚିଠି ଦିଆଯିବା ପରେ ଉଠିଛି ଏମିତି କିଛି ପ୍ରଶ୍ନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏମିତି…

୩ ଦିନ ଭିଜିବ ଓଡ଼ିଶା ! ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଖୁବ ଶୀଘ୍ର ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ବାୟୁମଣ୍ଡଳ…

ଗାଁକୁ ନାହିଁ ରାସ୍ତା, ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ଜଗତସିଂହପୁର : ଗାଁକୁ ନାହିଁ ରାସ୍ତା । ରୋଗୀଟିଏ ରୋଗରେ ପଡ଼ିଲେ ନାଁ ଆସିପାରୁଛି ଆମ୍ବୁଲାନ୍ସ, ନାଁ ଆସିପାରୁଛି ଅଗ୍ନିଶମ ଗାଡ଼ି । ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଟେକିଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥାନ୍ତି ଗ୍ରାମବାସୀ। ଆମେ କୌଣସି ଉପାନ୍ତ ଅଞ୍ଚଳ କଥା କହୁନାହୁଁ ବରଂ ଏ…

ବିଲଡିଂରୁ ଖସିପଡି ଏୟାର ହୋଷ୍ଟେସଙ୍କ ମୃତ୍ୟୁ, ପ୍ରେମିକଙ୍କୁ ଧରିଲା ପୁଲିସ

ବେଙ୍ଗାଲୁରୁ: ପ୍ରେମିକଙ୍କ ସହ ଝଗଡା ପରେ ଏକ କୋଠାର ଚତୁର୍ଥ ମହଲାରୁ ଖସିପଡି ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ପେସାରେ ଏୟାର ହୋଷ୍ଟେସ ଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ପରିବାର ପ୍ରେମିକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଏୟାର ହୋଷ୍ଟେସଙ୍କ ନାମ ଅର୍ଚ୍ଚନା…

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ ! ମାରିସାରିଲାଣି ୨୬ଟି ମେଣ୍ଢା, ବନ ବିଭାଗର ତନାଘନା

କଟକ : ନିଆଳିକୁ ପୁଣି ଫେରିଛି ଅଜଣା ଜନ୍ତୁ ଆତଙ୍କ ! କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ୧୦ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଗାଁର ଶରତ ଚୌଧୁରୀଙ୍କ ଆଜି ସକାଳେ ଗୁହାଳ ଖୋଲିବାପରେ ୧୦ଟି ମେଣ୍ଢାଙ୍କ…

ଗରମ ଡାଲିରେ ପଡି ଛାତ୍ର ମୃତ୍ୟୁ ଘଟଣାରେ WEO, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ   ଗରମ  ଡାଲିରେ ପଡି ଛାତ୍ରଙ୍କର ମୃତ୍ୟୁ ଘଟଣାରେ କୋଇଡା ବ୍ଲକ WEO (Welfare Extension Officer) ବିକାଶ ରଞ୍ଜନ ନାଏକ ଏବଂ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ସୁନ୍ଦରଗଡ…

ସାବଧାନ, ମାତିଛି ଚୁମା ପାଗଳ! ଦେଖନ୍ତୁ ଭିଡିଓ

ପାଟନା: ସାବଧାନ, ଏବେ ମାତିଛି ଚୁମା ପାଗଳ । ବିହାରର ଜମୁଇ ଅଞ୍ଚଳରେ ଏବେ ଜଣେ ଯୁବକଙ୍କ କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଯୁବକ ଜଣକ ଯେଉଁ ମହିଳାଙ୍କୁ ଦେଖୁଛନ୍ତି ତାଙ୍କ ସହ ଅସଦାଚରଣ କରୁଛି । କିଛି ଦିନ ହେଲା ଏଭଳି ଅଭିଯୋଗ ଆସୁଥିଲେ ବି ଯୁବକ ବାବଦରେ କୌଣସି ତଥ୍ୟ…

ସ୍ୱଳ୍ପ ଗଳ୍ପ : ଅଗ୍ନି ପରୀକ୍ଷା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୯  ଇନଗ୍ରୀଡ୍ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ। କିଛିଦିନ ଆଗରୁ ତାଙ୍କୁ ଗୋଟିଏ ଭୀଡର ଦୃଶ୍ୟପରକ ସମସ୍ତ ଉତ୍ସୁକତାର ସାମ୍ନାରେ ନିଆଁରେ ଜିଅନ୍ତା ଜାଳି ଦିଆଯାଇଥିଲା। ସେ ସେହି ଲେଲିହାନ ନିଆଁରେ ଜଳିପୋଡି ପାଉଁଶ…

ପାକିସ୍ତାନରେ ଜନଗଣନାକାରୀ ଟିମ ଉପରେ ଆତଙ୍କୀ ଆକ୍ରମଣ: ୨ ପୋଲିସ କର୍ମଚାରୀ ମୃତ

ଇସଲାମବାଦ:ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ । ଜନଗଣନା କରୁଥିବା ଏକ ଟିମ ଉପରେ ଅଚାନକ ଆତଙ୍କୀ ଆକ୍ରମଣ ଯୋଗୁ ୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆତଙ୍କୀମାନେ ଦୁଇ ଭିନ୍ନ ଭିନ୍ନ ଜିଲ୍ଲାରେ କାମ କରୁଥିବା ଜନଗଣନା ଟିମକୁ…

ବନ୍ଦେ ଭାରତ ଟ୍ରେନ ଚଳାଇଲେ ଏସିଆର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର

ମୁମ୍ବାଇ: ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ବନ୍ଦେ ଭାରତ ଏକ୍ସପ୍ରେସକୁ ସୋଲାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଚଳାଇଛନ୍ତି । ଆଉ ଏଥିପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସର ପ୍ଲାଟଫର୍ମ ନମ୍ବର ୮ରେ ସୁରେଖା ଯାଦବଙ୍କୁ ଭରପୁର ସ୍ୱାଗତ କରାଯାଇଥିଲା। ସୁରେଖା ଯାଦବ କହିଛନ୍ତି…