କବିତା : ଅଭିମାନ
ବିଜୟିନୀ ଜେନା
ସଖା ମୋର,
ମୋ ଦୁଃଖ ବାନ୍ଧବ ବୋଲାଇଲ
କହି ପାରିବ
କାହିଁକି ମତେ ବସ୍ତ୍ରହୀନା କରିବାର
ସବୁ ବନ୍ଦୋବସ୍ତ କରି
ପୁଣି ଅଜସ୍ର ବସ୍ତ୍ରରେ
ପୋତିପକାଇଲ ?
ସବୁ ଫନ୍ଦିଫିକରକୁ
ଜାଣି ବି ଅଜଣା ହେଲ
ଆଖିରେ ଆଖିଏ ଲୁହ
ଛାତିରେ ଛାତିଏ କୋହ ଦେଇ...
ଅପମାନର ବିଷ ପିଆଇ....…