ଅନୁବାଦ କବିତା : ଏକା ହୋଇଯାଅ
ମୂଳ ରଚନା : ମହାଦେବ ସାହା
ସଙ୍ଗହୀନ ଗଛ ପରି ଏକା ହୋଇଯାଅ
ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ
ନିର୍ଜନ ନଦୀ ସମ
ହୋଇଯାଅ ତୁମେ
ଆହୁରି ପୃଥକ, ବିଚ୍ଛିନ୍ନ
ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ
ୟୁରୋପର ମାନଚିତ୍ର ପରି;
ଅଲଗା ହୋଇଯାଅ
ସବୁ ସଙ୍ଘଠାରୁ…