Latest Odisha News

BREAKING NEWS

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

ସ୍ତ୍ରୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ଜିଲ୍ଲା ଜଜ୍

ବାଲେଶ୍ୱର: ବହୁଚର୍ଚ୍ଚିତ ବାଲେଶ୍ୱର ଖନ୍ତାପଡା ସୁକାନ୍ତି ନାୟକ ହତ୍ୟା ମାମଲାର ରାୟ ଶୁଣାଇଲେ ମାନ୍ୟବର ଜିଲ୍ଲା ଜଜ୍ । ସ୍ତ୍ରୀହନ୍ତା ସ୍ୱାମୀ ତଥା ଅଭିଯୁକ୍ତ ଯଦୁନାଥ ନାୟକଙ୍କୁ ମିଳିଲା ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ । ୨୦୧୬, ଅଗଷ୍ଟ ୨୦ ତାରିଖ । ଖନ୍ତାପଡା ଥାନା ଅନ୍ତର୍ଗତ…

କୋଲକାତାରୁ ଆମଦାନୀ, କଟକରୁ ଜବତ ହେଲା ବେଆଇନ୍ କଫ୍ ସିରଫ୍

କଟକ: କଟକରୁ ଆଜି ୩୨ ଶହ ବେଆଇନ୍ କଫ୍ ସିରଫ୍ ଜବତ ହୋଇଛି । ମଧୂପାଟଣା ଥାନା ପୋଲିସ ଓ ଡ୍ରଗ୍ସ୍ କଣ୍ଟ୍ରୋଲ୍ ମିଳିତ ଉଦ୍ୟମରେ ଚଢାଉ କରାଯାଇ ଜବତ କରାଯାଇଛି । ଖପୁରିଆ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇ କଫ ସିରଫର ୩୨ ଶହ ବୋତଲ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ…

ସଇଁତଳା ପୋଲିସକୁ ବଡ଼ ସଫଳତା, ୮ ଡକାୟତ ଗିରଫ

ଟିଟିଲାଗଡ଼ : ସଇଁତଳା ପୋଲିସକୁ ବଡ଼ ସଫଳତା । ଟିଟିଲାଗଡ଼ ଅଞ୍ଚଳ ତଥା କେସିଙ୍ଗା ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୮ ଜଣ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ମାରଣାସ୍ତ୍ର, ଲୁହା ରଡ, ୮ଟି ମୋବାଇଲ, ନଗଦ ୬ ହଜାର ଟଙ୍କା,…

ଭାଇରାଲ ହେଉଛି କ୍ରିକେଟର ୱାଶିଂଟନ ସୁନ୍ଦରଙ୍କ ରଜନୀକାନ୍ତ ଲୁକ୍‌

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ୱାଶିଂଟନ ସୁନ୍ଦର ଶନିବାର ଇନଷ୍ଟାଗ୍ରାମରେ ଏ ଭଳି ଏକ ଫଟୋ ଛାଡିଛନ୍ତି ଯାହାକି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଫଟୋରେ ୱାଶିଂଟନ ସୁନ୍ଦର ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଶିବାଜୀ ଦି ବସର ଲୁକ ଆପଣାଇଛନ୍ତି । ଏଥିରେ ଲେଖିଛନ୍ତି ଯେ,…

ଭିଜିଲାନ୍ସ ଜାଲରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ

ରାୟଗଡା : ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ ଶିଶିର ସେମେଳି । ଚଢ଼ାଉ ବେଳେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନୂଆପଡାର ଶିକ୍ଷକ ଶିଶିର କୁମାର ସେମେଲିଙ୍କ ଘରୁ ଠାବ ହୋଇଛି ଅମାପ ସମ୍ପତ୍ତି । ତାଙ୍କ ଘରୁ ଠାବ ହୋଇଛି ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି…

ଯୁବତୀଙ୍କୁ ସରକାରୀ ବାବୁଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମ୍ୟୁନିସିପାଲଟି ସରକାରୀ ବାବୁ । ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାରିପଦା ଟାଉନ ଥାନାରେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଜୁବଲି ପାର୍କ ଟିକେଟ କାଉଣ୍ଟରରେ ଯୁବତୀ ଜଣକ ଟିକେଟ କାଟୁଥିବା ସମୟରେ ମ୍ୟୁନିସିପାଲଟିର ସରକାରୀ…

ଓଡିଶା ଓପନ ବ୍ୟାଡମିଂଟନ: ଭାରତୀୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ, ସେମିରେ ହାରିଲେ ଶ୍ୱେତପର୍ଣ୍ଣା-ଯାଦବ ଯୋଡି

କଟକ: ଚଳିତ ଓଡିଶା ଓପନ ବ୍ୟାଡମିଂଟନରେ ମିକ୍ସଡ ଡବଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା ସେମିଫାଇନାଲରେ ହାରି ଯାଇଛନ୍ତି । ଶ୍ୱେତପର୍ଣ୍ଣା ଓ ବି.ଯାଦବ ଯୋଡି ନିଜ ଦେଶର ଏମଆର ଅର୍ଜୁନ-ଟ୍ରେସା ଜଲିଙ୍କ ନିକଟରୁ ୨୧-୯, ୨୧-୯ ସେଟରେ ପରାଜିତ ହୋଇଥିଲେ…

ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗାଁ ରାଜନୀତି । ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚାଲିଲାଣି ପ୍ରଚାର । କିପରି ଅଧିକରୁ ଅଧିକ ଭୋଟ ମିଳିବ, ସେନେଇ ଭୋଟରକୁ ମନାଇବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ସାରା ରାଜ୍ୟରେ ପଞ୍ଚାୟତ ପଲିଟିକ୍ସକୁ ନେଇ ଉଠୁଛି…

[ଭିଡ଼ିଓ] ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ, କ୍ରିଡାବିତଙ୍କ ବିରୋଧ

ରାୟଗଡା : ରାୟଗଡ଼ା ଆମ୍ବଗୁଡା ଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ କ୍ରିଡାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରସ୍ତାବିତ ସ୍ଥାନରେ ଆଜି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ କ୍ରିଡାବିତ ମାନେ ପହଞ୍ଚି…