ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାର ମାସରେ ତେର ଯାତ୍ରା ହୁଏ ବୋଲି ଲୋକମୁଖରେ ପ୍ରଚଳିତ ପ୍ରବାଦରୁ ଜଣାଯାଏ । ପ୍ରାଚୀନ ଗ୍ରନ୍ଥ ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦିରେ ଏ…