Latest Odisha News

BREAKING NEWS

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ‘ଅନଲକ୍‌’ ପ୍ରକ୍ରିୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ ସୋମବାର ଠାରୁ ଦିଲ୍ଲୀରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଲକଡାଉନ୍ ପ୍ରକ୍ରିୟାକୁ ଆଂଶିକ ଭାବେ କୋହଳ କରାଯାଇଛି। ନିର୍ମାଣ କ୍ଷେତ୍ର ଏବଂ କାରଖାନାଗୁଡ଼ିକରେ…

ଏସିଆନ୍ ବକ୍ସିଂ ଚାମ୍ପିୟନଶିପ: ପୂଜା ରାନୀଙ୍କୁ ସ୍ୱର୍ଣ୍ଣ, ରୌପ୍ୟରେ ମେରୀ କମ୍ ସନ୍ତୁଷ୍ଟ

ଦୁବାଇ: ଏସିଆନ୍ ବକ୍ସିଂ ଚାମ୍ପିୟନଶିପରେ ଭାରତର ପୂଜା ରାନୀ ୭୫ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅପରପକ୍ଷରେ ୬ ଥର ବିଶ୍ୱ ଚାମ୍ପିୟନ ମେରୀ କମ୍ ସମେତ ୩ଜଣ ବକ୍ସର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ଭାରତୀୟ ମହିଳା ଟିମ୍ ଏହି ଟୁର୍ଣ୍ଣାମେଂଟରେ ୧୦ ପଦକ(…

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ ଆଜି ଦିଲ୍ଲୀ ଯିବେନି !

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟଙ୍କୁ ଆଜି ଦିଲ୍ଲୀ ଆସିବାକୁ କୁହାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୈଠକରେ ବାତ୍ୟା ୟାସ ଓ କରୋନା ସମ୍ପର୍କରେ ଆଲୋଚନା ହେବାକୁ ଥିବାରୁ ଯାଇପାରିବେନି ବୋଲି ଜଣାପଡିଛି ।…

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର କରୋନା ପଜିଟିଭ୍, ୫୦ ଦିନରେ ସବୁଠୁ କମ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନାର ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ପ୍ରଦିନି କମୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ୨ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ । ଗତ ସପ୍ତାହେ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ, ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତରପ୍ରଦେଶ: କରୋନା  କାଳରେ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ତଥାପି ବହୁ ଲୋକ ଟିକାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଓ ସରକାର କର୍ମଚାରୀ ଏଯାଏ ଟିକା ନେଇ ନାହାନ୍ତି । ଏଭଳି ସ୍ଥିତିରେ ଉତ୍ତରପ୍ରଜେଶର ଫିରୋଜାବାଦ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ…

ୟୁକ୍ରେନରୁ ଭାରତ ଆସିଲା ୧୮୪ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରମଣର ଦ୍ବିତୀୟ ପ୍ରବାହ ଜାରି ରହିଥିବା ବେଳେ ବିଦେଶରୁ ମଧ୍ୟ ସହାୟତା ଆସୁଛି। ଭାରତର ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ଯୋଗୁଁ ଏହି ସଙ୍କଟ ସମୟରେ ଅନେକ ଦେଶ ଭାରତକୁ ମେଡିସିନ ଓ ଅକ୍ସିଜେନ କନସେଣ୍ଟ୍ରେଟର ପଠାଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ କରି ୧୮୪…

ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେଲେ ମିଲ୍ଖା ସିଂ

ଚଣ୍ଡିଗଡ଼: ଲିଜେଣ୍ଡାରୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍ଖା ସିଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ କିଛି ଦିନ ହେବ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ। ପରିବାରର ଅନୁରୋଧ କ୍ରମେ ୯୧ ବର୍ଷୀୟ ମିଲ୍ଖାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା…

ଓଡ଼ିଶାରୁ କରୋନା ନେଲା ୩୫ ଜୀବନ, ଅନୁଗୋଳ ଜିଲ୍ଲାରେ ଥମୁନି ମୃତ୍ୟୁସଂଖ୍ୟା

ଅନୁଗୋଳ: ଓଡ଼ିଶାରେ ଧିରେ ଧିରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ଥମୁନି ମୃତ୍ୟୁସଂଖ୍ୟା । ପ୍ରତିଦିନ ୩୦ରୁ ଅଧିକ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୩୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୋଳ ଜିଲ୍ଲାରେ ଅଧିକ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି ଜିଲ୍ଲାରୁ ଆଉ ୫ ଜଣ…

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ଆଜି ୮୩୧୩ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣକୁ ଆସୁଛି କରୋନାର ଦୈନିକ ସଂକ୍ରମଣ । ପଜିଟିଭ୍ ହାର୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୩୧୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୬୫୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ହଜାର ୬୫୮ ।…

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ ତାକୁ ଦେଖିଥିବା ଲୋକେ ମନେ ପକାନ୍ତି , ସେ ନିରୀମାଖୀ, ଏକବାରେ ମନୋଇ ଟିଆପଖିଆ ପଣତ ତାର ଲମ୍ବିଥାଏ , ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ, ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…