Latest Odisha News

BREAKING NEWS

ଓଡିଶାର ପ୍ରମୋଦଙ୍କ ସମେତ ୧୧ ଆଥଲେଟ ପାଇବେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି ।…

ମାଲକାନଗିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ,୮ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ପୋଲିସକୁ ସଫଳତା । ଅର୍କେଲ ଥାନା ଅଞ୍ଚଳରେ ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ଚଢଉ ବେଳେ ନଗଦ ୩୬ ହଜାର ୭୮୦ ଟଙ୍କା ସହ ୮ ଟି ମୋବାଇଲ ଫୋନ, ଗୋଟିଏ କାରକୁ ଜବତ କରିଛି ପୋଲିସ । ଅଭିଯୁକ୍ତ…

ଟି୨୦ ବିଶ୍ୱକପ: ଇଂଲଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ନିଜ ସ୍ଥିତି ମଜଭୁତ କରିଛି । ଜାସନ ରୟଙ୍କ ଚମତ୍କାର ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୮ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୨୪ ରନ କରିଥିଲା ।…

ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀବାସୀ

ପୁରୀ : କାର୍ତ୍ତିକରେ ପୁରୀବାସୀଙ୍କ ପାଇଁ କୋହଳ ହେଲା ଜଗା ଦର୍ଶନ । ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର । ଆସନ୍ତା ୧ ତାରିଖରୁ ପଶ୍ଚିମ ଦ୍ବାର ଦେଇ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରି ଜଗା ଦର୍ଶନ କରିପାରିବେ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି…

୬ ବର୍ଷ ପରେ ମୈଦାନକୁ ଓହ୍ଲାଇଲେ ଲାଲୁ, ବିଜେପିକୁ କଲେ କଡ଼ା ସମାଲୋଚନା

ପାଟନା : ୬ ବର୍ଷ ପରେ ନିର୍ବାଚନ ମଇଦାନରେ ଲାଲୁ । ଚାରା ଘୋଟାଲା କେସ୍‌ରେ ଜେଲରୁ ଫେରିବା ପରେ ମଇଦାନକୁ ଓହ୍ଲାଇଛନ୍ତି ଲାଲୁ ପ୍ରସାଦ ଯାଦବ । ଲାଲୁ ବିହାର ଫେରିବା ପରେ ରାଜନୀତି ଏବେ ସରଗରମ ହୋଇଛି । ତାରପୁର ଓ କୁଶେଶ୍ବରସ୍ଥାନ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଆରଜେଡି ପକ୍ଷରୁ…

ଓଡ଼ିଶା ପରେ ରାଜସ୍ଥାନର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇଛି ରହସ୍ୟମୟୀ

ଭୁବନେଶ୍ବର : ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ଆସିଛି ନୂଆ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ର ଶିକାର ହୋଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ…

STF ହାତରେ ଧରାପଡ଼ିଲା ଅଭିଯୁକ୍ତ , ହାତୀ ଦାନ୍ତ ଜବତ

ଅନୁଗୁଳ :  ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପିଡିଲା ଜଣେ ଅଭିଯୁକ୍ତ। ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିବା ସମୟରେ ଏସଟିଏଫ୍ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।।ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି ଟିମ୍।ଅଭିଯୁକ୍ତ ଜଣକ…

ନୂଆ ଦଳ ଗଢ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ

ପଞ୍ଜାବ : ନୂଆ ଦଳ ଘୋଷଣା କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ହେଲେ ପରେ ଦଳର ନାମ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଅମରିନ୍ଦର ସିଂହ । ସେହିପରି ନୂଆ ଦଳର ସ୍କ୍ବାଡ ବି ଗଠନ କରିସାରିଛନ୍ତି କ୍ୟାପଟେନ । ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା…

ପେଗାସସ୍ ଜାସୁସି ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପେଗାସସ୍ ଜାସୁସି ମାମଲାରେ ଯାଞ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଫରେନ୍ସିକ, IT ଓ ସାଇବର ଏକ୍ସପର୍ଟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ବିଦେଶୀ ସଂସ୍ଥାଦ୍ବାରା ଦେଶର ନାଗରିକଙ୍କ…

କାଞ୍ଜିପାଣି ଘଟିରେ ଓଲଟିଲା ଅଟୋ, ୫ ବର୍ଷର ଶିଶୁ ସମେତ ୪ ଗୁରୁତର

କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ…