Latest Odisha News

ଜେଲରେ ଅଚାନକ ରେଡ୍: ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ

ଜୟପୁର(କୋରାପୁଟ): ଜେଲ ଭିତରେ ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ଉପକାରାଗାରରେ ପୋଲିସର ଅତର୍କିତ ଚଢ଼ାଉ । ଆଜି ଭୋର ୪ଟା ବେଳେ ଅଚାନକ ଜେଲ ଭିତରେ ଚଢ଼ାଉ କରିଥିଲା ପୋଲିସ । ଏତିକିବେଳେ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲାପାଳ ଓ ଏସପି । ଚଢ଼ାଉ ବେଳେ ଜେଲ ଭିତରୁ ଟଙ୍କା, ମୋବାଇଲ୍ ଫୋନ୍,…

ଓଡ଼ିଶା ପାଇଁ ୧୦ ଜିଲ୍ଲା ଟେନସନ୍: ଦିନକରେ ବାହାରିଛନ୍ତି ୭୨% କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନି ୩ହଜାର ଉପରେ ରହୁଛି ପଜିଟିଭ୍ କେସ୍ । ଦୈନିକ ସଂକ୍ରମଣରେ ୧୦ଟି ଜିଲ୍ଲା ରାଜ୍ୟର ଚିନ୍ତା ବଢ଼ାଇଛି । ଆଜି ଏହି ୧୦ ଜିଲ୍ଲାରୁ ବାହାରିଛନ୍ତି କେବଳ ୬୭ ପ୍ରତିଶତ ନୂଆ ଆକ୍ରାନ୍ତ । ଛତିଶଗଡ଼ରେ କରୋନା…

ଅର୍ଜୁନ ରାମପାଲ ଏବଂ ନୀଲ୍‌ ନିତିନ ମୁକେଶ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ପ୍ରଦାନ କରିଛନ୍ତି। ଅର୍ଜୁନ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାସହ  ସେ ଆବଶ୍ୟକୀୟ ପ୍ରୋଟୋକଲଗୁଡିକ ମଧ୍ୟ ଅନୁସରଣ କରୁଛନ୍ତି। ଏହାସହ…

ଶ୍ରୀମନ୍ଦିରରେ ଜାରି ରହିଛି ବିଶୋଧନ ପ୍ରକ୍ରିୟା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଦିନ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି। ପୂର୍ବ ନିଷ୍ପତି ଅନୁଯାୟୀ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର…

ଉପରାଷ୍ଟ୍ରପତି କମଲା ହାରିସଙ୍କୁ ହତ୍ୟା ଧମକ ଦେଇ ନର୍ସ ଗିରଫ

ୱାଇଂଟନ: ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଫ୍ଲୋରିଡାର ଜଣେ ୩୯ ବର୍ଷୀୟ ନର୍ସଙ୍କୁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଆମେରିକାର ଗୁପ୍ତ ସେବା ଦ୍ୱାରା ଅନୁସନ୍ଧାନ ପରେ ନିଭିଆନ୍ ପେଟିଟ୍ ଫେଲପ୍ସଙ୍କୁ ଗିରଫ…

ଘାତକ ସେକେଣ୍ଡ ଓ୍ୱେଭ୍: ଦେଶରେ ଦିନକରେ ୧୫ ଶହ ମୃତ, ଅଢ଼େଇ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୧୫ଶହ ୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ ଦିନକରେ ଡେଥ୍ କେସ୍ ବଢିଛି…

ରାଜ୍ୟରୁ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର: ଦୈନିକ ସଂକ୍ରମଣ ସହ ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ବି ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯ଶହ ୪୪କୁ…

ରାଜ୍ୟରୁ ୩୬୬୪ କରୋନା ପଜିଟିଭ୍: ଖୋର୍ଦ୍ଧାରେ ଦିନକରେ ବଢ଼ିଲା ୪୧%, ୧୦ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମ୍ଭୀର ଆଡକୁ ଗତି କରୁଛି । ଦୈନିକ ସଂକ୍ରମଣ ଉପରମୁହିଁ । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୬୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ହଜାର ୧୨୭ ଓ ଲୋକାଲ୍…

କୁମ୍ଭମେଳାରୁ ଫେରିଲେ କ୍ୱାରେଣ୍ଟାଇନ୍: ଏସବୁ ରାଜ୍ୟ ଲଗାଇଲେଣି କଟକଣା

ନୂଆଦିଲ୍ଲୀ: ଦେଶରେ କରୋନାର ସୁପର ସ୍ପ୍ରେଡର ହୋଇ ପାରନ୍ତି କୁମ୍ଭମେଳା ଫେରାନ୍ତ । କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ଦେଶରେ ଚିନ୍ତା ବଢ଼ିଛି । ବିଭିନ୍ନ ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୁମ୍ଭମେଳା ଫେରନ୍ତାଙ୍କ ଟେଷ୍ଟିଂ ସହ କ୍ୱାରେଣ୍ଟାଇନ୍ କରାଯାଉଛି ।…

ହସ୍ପିଟାଲରେ ଲାଗିଲା ନିଆଁ, ଜଳିଗଲେ ୫ ରୋଗୀ

ରାୟପୁର: ରାତିରେ ହସ୍ପିଟାଲରେ ଲାଗିଲା ନିଆଁ । ଜଳିଗଲେ ୫ ରୋଗୀ । ରାୟପୁରର ଏକ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ୟ୍ୟ ।…