Latest Odisha News

BREAKING NEWS

ତିନି ହାର୍ଡକର ନକ୍ସଲଙ୍କ ଆତ୍ମସମର୍ପଣ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ୮ ବର୍ଷ ଧରି ଥିଲେ ସକ୍ରିୟ 

ମାଲକାନଗିରି: ଲାଲଗୋଡର ଅନ୍ଧାରି ଦୁନିଆକୁ ଛାଡି ମୁଖ୍ୟଶ୍ରୋତକୁ ଫେରିଲେ ନକ୍ସଲ । ତିନି ହାର୍ଡକର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ଏମାନେ ସକ୍ରିୟ ଥିଲେ । ଏସ.ପି ରିସିକେଶ ଖିଲାରି ଓ ବିଏସଏଫ ଡିଆଇଜି ସଞ୍ଜୟ କୁମାର…

ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା 

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା ।  ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଏଚ୍. ଡି. ଦେବେଗୌଡ଼ା । ଏବେ ସେ ଓ ତାଙ୍କ ପରିବାର ସମସ୍ତେ…

ରାତିରେ ଟ୍ରେନ୍ ଯାତ୍ରା କରୁଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଟ୍ରେନରେ ଦୂରକୁ ଯାତ୍ରା କରିଥାନ୍ତି । କାରଣ ଟ୍ରେନ୍ ଯାତ୍ରା ବସ୍ ଓ ବିମାନ ଭଡ଼ା ଠାରୁ ଢେର୍ କମ୍ । ପ୍ରାୟ ସମସ୍ତେ ଯାତ୍ରା ସମୟରେ ଟ୍ରେନରେ ମୋବାଇଲ୍ ଚାର୍ଜରେ ବସାଇଥାନ୍ତି । ସେଥିରୁ କେତେକ ରାତିସାରା ବି ମୋବାଇଲକୁ ଚାର୍ଜରେ ବସାଇ ଶୋଇ ପଡ଼ିଥାନ୍ତି ।…

ବିଜେଡିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ର ଉଷ୍ଣ ହେଲାଣି । ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲିରେ ରହି ନିର୍ବାଚନ…

ଭାରତରେ ‘ସ୍ପୁଟନିକ୍ ଭି’ର ଜରୁରୀକାଳୀନ ବ୍ୟବହାରକୁ ନେଇ ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: (SEC) ସୋମବାର ଦିନ ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀଗୁଡିକର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ରୁଷିଆର ଆଣ୍ଟି-କରୋନାଭାଇରସ୍ ଟିକା ସ୍ପୁଟନିକ୍ ଭିର ଆବେଦନ ପାଇଁ ବୈଠକ କରିବାର ସମ୍ଭାବନା ରହିଛି। କୋଭିଡ-୧୯ ସମ୍ବନ୍ଧୀୟ ଅନୁମୋଦନ ଅନୁରୋଧର ବିଶ୍ଳେଷଣକୁ ତ୍ୱରାନ୍ୱିତ…

ରାଜ୍ୟର ୨୪ ଜିଲ୍ଲାରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ କରୋନା । ମାର୍ଚ୍ଚ ୨୭ ପରେ ପୁଣି ଥରେ ୨୯୦ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି…

ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ, ୧୬ ଘଣ୍ଟାର ପରିଶ୍ରମ ପରେ ଲିଭିଲା ନିଆଁ 

ନବରଙ୍ଗପୁର: ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଇଛି ଲୁଗା ଦୋକାନରେ ଲାଗିଥିବା ନିଆଁ । ୬ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ କସରତରେ ଲାଗିଯାଇଥିଲେ । ଗତକାଲି ଅପରାହ୍ନରେ ନବରଙ୍ଗପୁର ମଧ୍ୟଭାଗରେ ଥିବା ପପୁ ନାମକ ଏକ ଲୁଗା ଦୋକାନର ତୃତୀୟ ମହଲାରେ…

ରାଜଧାନୀରେ ପୁଣି ସେକ୍ସ ରାକେଟ୍‌: ୨ ଗରାଖ ଗିରଫ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ । ଲକ୍ଷ୍ମୀସାଗର ଅଞ୍ଚଳରୁ ଠାବ କଲା ପୋଲିସ । ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଅଚାନକ ଚଢଞାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଛନ୍ତି । ଦୁଇ ଜଣ ଦେହଜୀବୀଙ୍କୁ ବି ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ…

ବିମାନବନ୍ଦରରେ ପାଳନ ହେଉନାହିଁ କୋଭିଡ୍ ନିୟମ, ଜରିମାନା ଆଦାୟ ପାଇଁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଜାରି ରହିଛି ବିମାନ ସେବା । ବିମାନବନ୍ଦରରେ ପହଞ୍ଚିବା ଠାରୁ ପ୍ରସ୍ଥାନ ଯାଏ ସବୁଠି କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ରହିଛି । ତେବେ ଦେଶର ଅଧିକାଂଶ ବିମାନବନ୍ଦରରେ କୋଭିଡ୍ ନିୟମକୁ ପାଳନ କରାଯାଉନାହିଁ । ପର୍ଯ୍ୟବେକ୍ଷଣ ବେଳେ…