Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା

କଲମ୍ବୋ: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୯ ପରଠାରୁ ସେ ଆଉ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରୁ ନ ଥିଲେ । କ୍ରିକେଟକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ବୋଲି ସେ ଏହି ଅବସରରେ…

ନାବାଳିକାଙ୍କୁ ବିବାହ କରି ଫସିଲେ ପାକିସ୍ତାନର ଏମପି ସଲ୍ଲାଉଦ୍ଦିନ

ଇସଲାମବାଦ: ୧୪ ବର୍ଷୀୟା ଜନୈକ ନାବାଳିକାଙ୍କୁ ବିବାହ କରି ଫସିଛନ୍ତି ପାକିସ୍ତାନ ଏମପି ମୌଲାନା ସଲ୍ଲାଉଦ୍ଦିନ ଆୟୁବି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବାଲୁଚିସ୍ତାନର ଏହି ଏମପିଙ୍କ ବିରୋଧରେ ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ପ୍ରଥମେ ଅଭିଯୋଗ ଆଣିଥିଲା ।…

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ଚେହ୍‌ରେ‌’

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ଅଭିନୀତ ଫିଲ୍ମ 'ଚେହ୍‌ରେ‌' କୁ ନେଇ ଏକ ନୂଆ ରିଲିଜ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୩୦, ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ 'ଚେହ୍‌ରେ' ଜୁଲାଇ ୨୦୨୦ ରେ ରିଲିଜ୍ ହେବାର ଥିଲା। ନିଜେ ଅମିତାଭ…

ଝୁଲନ୍ତା ଅବସ୍ଥାରେ ମିଳିଲା ଆଉ ଜଣେ ଟିକଟକ୍ ଷ୍ଟାରଙ୍କ ମୃତଦେହ

ପୁନେ: ପୁନେର ବାଘୋଲି ସ୍ଥିତ ନିଜ ଘରେ ଟିକଟକ୍ ଷ୍ଟାର ସମୀର ଗାୟକ୍ୱାଡ୍ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସମୀରଙ୍କର ବୟସ ମାତ୍ର ୨୨ ବର୍ଷ । ରବିବାର ସନ୍ଧ୍ୟା ୫ଟା ସମୟରେ ତାଙ୍କ ଘର ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପୋଲିସ…

KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ, ଭୟରେ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ 

ଭୁବନେଶ୍ୱର: KYC ଅପଡେଟ୍ ନେଇ ସଚେତନତା । ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି । ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ । KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ…

ଟୁଲ୍କିଟ୍ ବିବାଦ; ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର ହେଲା ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ

ନୂଆଦିଲ୍ଲୀ: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ସହ ହୋଇଥିବା ଟୁଲ୍କିଟ୍ ମାମଲାରେ ସହ-ଅଭିଯୁକ୍ତ ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ ପାଇଁ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଆଜି ଦିଶାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ଯାଉଛି। ଏହାପୂର୍ବରୁ ଦିଶାଙ୍କୁ ଦିନିକିଆ ପୋଲିସ…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ପକ୍ଷରୁ ଦୁଇଦିନିଆ ମାତୃଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ "ସମ୍ବାଦ"ରେ ପ୍ରକାଶ ପାଉଥିବା ସ୍ତମ୍ଭ ଆମ ଘରର ହାଲଚାଲ ପାଇଁ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ…

ଏହି ଦିନ ମୁକ୍ତିଲାଭ କରିବ ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ‘ମୁମ୍ବାଇ ସାଗା’

ନୂଆଦିଲ୍ଲୀ: ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ଅଭିନୀତ ଚଳଚ୍ଚିତ୍ର 'ମୁମ୍ବାଇ ସାଗା'ର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ୧୯ ମାର୍ଚ୍ଚ ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆସନ୍ତାକାଲି, ଅର୍ଥାତ୍‌ ଫେବୃଆରୀ ୨୪ ରେ ଫିଲ୍ମର ଟିଜର ରିଲିଜ ହେବ। ଜନ୍…

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…

ବିବନ ବିଶ୍ବାଳ ଗିରଫ ପରେ,ପୋଲିସ କମିଶନରଙ୍କୁ ଭେଟିଲେ CBIର ୨ ଅଧିକାରୀ, ତଦନ୍ତର ଅଗ୍ରଗତି ନେଇ ଆଲୋଚନା 

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ…