Latest Odisha News

BREAKING NEWS

ପେଟ୍ରୋଲ-ଡ଼ିଜେଲ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅଥଚ କେନ୍ଦ୍ର ସରକାର ତାହାକୁ…

ତୈଳଦର ବୃଦ୍ଧି ନେଇ ବିଜେଡ଼ିର କେନ୍ଦ୍ରକୁ ସମାଲୋଚନା, ୭ ତାରିଖରୁ ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ନେଇ ଆଜି ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛି । ସାଢେ ୪ ବର୍ଷରେ ଓଡ଼ିଶା ସମେତ ସାରା ଭାରତରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ଘଟିବା ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ…

ଭୁବନେଶ୍ୱର: ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀ-ପୋଲିସ ସଂଘର୍ଷ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଶହଶହ ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ଶହଶହ ସଂଖ୍ୟାରେ ଅଙ୍ଗନବାଡି କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିରାଟ ପଟୁଆରରେ ଲୋୟର ପିଏମଜି ଧାରଣା ସ୍ଥଳକୁ ଆସିବା ସହ ବିକ୍ଷୋଭ ଜାରି କରିଥିଲେ । ସୂଚନା…

ପୂର୍ବତନ ବିଧାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ

ଫୁଲବାଣୀ : ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ନାମରେ ଏକ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ  ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ଉକ୍ତ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ପ୍ରତି ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମଧ୍ୟ ଗାଳିଗୁଲଜ…

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ରାଜ୍ୟ ବିଧାନସଭା ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିସହିତ ଗୃହ ମଧ୍ୟରେ ୧ ମିନିଟ୍ ର ନିରବ ଶୋକ ପାଳନ…

ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ ରାସ୍ତା ନିର୍ମାଣ !

ପାରଳାଖେମୁଣ୍ଡି: ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ ଏକ ରାସ୍ତା ନିର୍ମାଣକୁ ଗଜପତି ଜିଲ୍ଲା ଅନ୍ତର୍ଗତ ଖିଙ୍ଗା ଗ୍ରାମର ଅଧିବାସୀମାନେ ବିରୋଧ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର କଟିୟା, ଗୁଡ଼ିଖୁଡ଼ି ଏବଂ ମାଧିଆଖୋଲା ଗ୍ରାମରେ ଆନ୍ଧ୍ର ସରକାର ଆନ୍ଧ୍ର୍ ସରକାର…

‘ଓଏଫଡିସି’ର ନୂଆ ୱେବସାଇଟ୍, ରହିବ ସିନେମାର ସମସ୍ତ ତଥ୍ୟ

କଟକ : ଓଡିଶା ଚଳଚ୍ଚିତ୍ର ଉନ୍ନୟନ  ନିଗମ (ଓଏଫଡିସି)ର ନୂଆ ୱେବସାଇଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଏନଆଇସିର ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରୀପାଠୀଙ୍କ ସହ ଆଲୋଚନା କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ…

୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଉପକୂଳର ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକପୂର୍ଣ୍ଣ ଚିଠି, ବିଳାସପୁର ଜେଲରୁ ଆସିଛି ଚିଠି

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଦିନ ଏକ ହତ୍ୟା କରିବା ନେଇ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ନେଇ ଚର୍ଚ୍ଚା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଛତିଶଗଡ଼ର ବିଳାସପୁର ଜେଲରେ ଦଣ୍ଡ ଭୋଗୁଥିବା ଏକ କଏଦୀ ଏହି ଧମକପୂର୍ଣ୍ଣ ଚିଠି ଦେଇଥିବା କଥା…

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ବର୍ଷା ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ତ୍ରୀ-ସ୍ତରୀୟ କଡ୍ଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ସହିତ ୧୦୦ଜଣ ପୋଲସ…