Latest Odisha News

BREAKING NEWS

ଅନ୍ତର୍ଜାତୀୟ ବିମାନ ଚଳାଚଳ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବନ୍ଦ  : ଡିଜିସିଏ

ନୂଆଦିଲ୍ଲୀ : ଭାରତ ସରକାର ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳକୁ ଆସନ୍ତା ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଜାରି ହୋଇଛି । ତେବେ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ…

ସମ୍ ହସ୍ପିଟାଲ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର…

ସର୍କସ ପାଇଁ ରଣବୀର ସିଂ ନେବେ ୫୦ କୋଟି !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ପ୍ରତ୍ୟେକ ହିଟ ଫିଲ୍ମ ପରେ ତାଙ୍କ ଫିସ୍ ବଢ଼ାଇବାରେ ଲାଗିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସର୍କସ ପାଇଁ ରଣବୀର ୫୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସେହିପରି ସେ ତାଙ୍କ ଫିଲ୍ମକୁ ଥିଏଟରରେ…

ପୁଣି ‌ସୌରଭ ଗାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା:  କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି । ଆଜି ତାଙ୍କର ପୁଣି ଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଏହାସହ ହୃତ୍‌ପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ…

ଫିଲ୍ମ ‘ଧୋରେ ବାୟା ଧୋ’ର ଲିଡ୍ ରୋଲରେ ଅଭିନୟ କରିବେ ହରିହର ମହାପାତ୍ର

ଭୁବନେଶ୍ୱର: ଆଠ ବର୍ଷର ବ୍ୟବଧାନ ପରେ ପୁଣି ଲିଡ୍ ରୋଲରେ ନଜର ଆସିବେ ଓଲିଉଡର ହାସ୍ୟ ଅଭିନେତା ହରିହର ମହାପାତ୍ର । ଚଳଚ୍ଚିତ୍ର 'ଧୋରେ ବାୟା ଧୋ'ରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଦିବ୍ୟା । ହରିହର ନିଜେ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତରେ ସଜେଇଛନ୍ତି…

ପାକିସ୍ତାନ ପାଇଲଟଙ୍କ ଦାବୀ, ଏଲିଅନଙ୍କୁ ଦେଖିଛି !

ଇସଲାମବାଦ: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏଲିଅନଙ୍କୁ ଦେଖିଥିବା ଦାବୀ କରିଛନ୍ତି । ଏପରି କି ସେ ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଦୂରରୁ ଏହା ଏକ ୟୁଏଫଓ ପରି ଦେଖା ଯାଉଥିଲା । ଏହି ଖବର ପ୍ରସାରିତ ହେବା ପରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ସୃଷ୍ଟି ହୋଇଛି । ପାଇଲଟଜଣଙ୍କ…

କୃଷି ଆଇନ୍ ବିରୋଧରେ ଗର୍ଜିଲେ ନୀଳଗିରି ଚାଷୀ, ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଲେ ସ୍ମାରକପତ୍ର

ନୀଳଗିରି : କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ବାଲେଶ୍ବର ଜିଲ୍ଲା ନୀଳଗିରି କୃଷକ ସଂଘର୍ଷ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା । ନୀଳଗିରି ରାଜବାଟୀଠାରୁ ଶତାଧିକ ଚାଷୀ ଏବଂ କୃଷକ ନେତାମାନେ ବିଭିନ୍ନ ନାରା ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । କୃଷି…

ଷଷ୍ଠ ଥର ବିବାହ କଲେ ପାମେଲା ଆଣ୍ଡରସନ: ଏଥର ନିଜ ବଡିଗାର୍ଡଙ୍କୁ କଲେ ଜୀବନସାଥୀ

ନ୍ୟୁୟର୍କ: ଅଭିନେତ୍ରୀ ତଥା ପ୍ଲେବୟ ମଡେଲ ପାମେଲା ଆଣ୍ଡରସନ ପୁନର୍ବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହା ତାଙ୍କର ଷଷ୍ଠ ବିବାହ । ଏଥର ସେ ତାଙ୍କ ବଡିଗାର୍ଡ ଡ୍ୟାନ ହେହେର୍ଷ୍ଟଙ୍କୁ ଜୀବନସାଥୀ ଭାବେ ଚୟନ କରିଛନ୍ତି । ୧୯୯୫ରେ ପାମେଲା ଟମ ଲୀଙ୍କ ସହ ପ୍ରଥମ ବିବାହ କରିଥିଲେ । ତାଙ୍କର…

ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ

କଟକ: ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାରର ୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ । ପ୍ରାୟ ୪ ଘଣ୍ଟା ଧରି ଏଠାରେ ନିଆଁ ଲାଗି…

ଫେବୃଆରୀ ୬ରେ ଅଦାଲତରେ ହଜାର ହେବାକୁ ରାଜ ଠାକରେଙ୍କୁ କୋର୍ଟଙ୍କ ଆଦେଶ

ମୁମ୍ବାଇ:ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହଜାର ହେବାକୁ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ,ରାଜ ଠାକରେ ୨୦୧୪ ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ…