Latest Odisha News

BREAKING NEWS

ଓଡ଼ିଶାରୁ ଦିନକରେ ୧୪୦ କରୋନା ରୋଗୀ ସୁସ୍ଥ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୫ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଫେବ୍ରୁଆରି ୧ ରେ ଚାଷୀ ସଂଗଠନ ପାର୍ଲାମେଣ୍ଟ ଚାଲ୍ ଅଭିଯାନ

ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରକୁ ଆଉ ଏକ ବଡ ଚେତାବନୀ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧ ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହେବାର ଅଛି । ସେହି ଦିନ ସଂସଦ ଚାଲ୍ ଡାକରା ଦେଇଛନ୍ତି ସେମାନେ । ଦେଶର ବିଭିନ୍ନ ସ୍ଥାନରୁ…

ଅନ୍ଧବିଶ୍ୱାସର କୁପରିଣତି…ଆନ୍ଧ୍ର ମଦନାପଲ୍ଲୀରେ ଦୁଇ ଝିଅଙ୍କୁ ଚିରନିଦ୍ରାରେ ଶୁଆଇ ଦେଲେ ବାପା ମାଆ

ଚିତୋର: ଆନ୍ଧ୍ରପ୍ରଦେଶ ମଦନାପଲ୍ଲୀ ଉପକଣ୍ଠ ଶିବ ନଗରରେ ଦୁଇ ଝିଅଙ୍କୁ ବାପା ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଠାକୁରଙ୍କ ନିକଟରୁ ପାଇଥିବା ହୁକୁମ ଅନୁସାରେ ଝିଅମାନଙ୍କୁ ବଳି ଦେଇଥିବା ସେମାନେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଲା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ଏବେ ଏହା ଜୁନ ୧୮ରୁ ୨୨ ମଧ୍ୟରେ ହେବ । ପୂର୍ବରୁ ଏହା ଲଡ୍ସ ଗ୍ରାଉଣ୍ଡରେ ଜୁନ ୧୦ରୁ ୧୪ ମଧ୍ୟରେ ହେବାର ଥିଲା । ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ଖେଳିବା ଏକପ୍ରକାର…

ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତ: ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇନାହିଁ। ହେଲେ ନିର୍ବାଚନ ପାଇଁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନି ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି…

ରାଷ୍ଟ୍ରପତି ଉନ୍ମୋଚନ କରିଥିବା ଚିତ୍ର କାହାର ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନେତାଜୀ ସୁଭାଷ ବୋଷଙ୍କର ଏକ ଚିତ୍ର ଉନ୍ମୋଚନ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଚିତ୍ର ନେତାଜୀଙ୍କ ନୁହେଁ, ବରଂ ଫିଲ୍ମରେ ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରସନଜିତ ଚାଟାର୍ଜୀଙ୍କର ବୋଲିସୋସିଆଲ…

ଟେଷ୍ଟ ଇତିହାସରେ ନିଆରା ରେକର୍ଡ: ପ୍ରଥମ ଇନିଂସରେ ସମସ୍ତ ଉଇକେଟ ନେଲେ ପେସ ବୋଲର, ଦ୍ୱିତୀୟ ଇନିଂସରେ ସ୍ପିନରଙ୍କ କମାଲ

ଗେଲ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ସିରିଜରେ ନିଆରା ରେକର୍ଡ କରିଛନ୍ତି ବୋଲରମାନେ । ଏହି ରେକର୍ଡ ଟେଷ୍ଟ କ୍ରିକେଟର ୧୪୩ ବର୍ଷରେ ଘଟି ନ ଥିଲା । ଆସନ୍ତୁ ଜାଣିବା ଏହି ନିଆରା ରେକର୍ଡ କଣ ଥିଲା । ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଟିମ୍ ପ୍ରଥମ ଇନିଂସରେ ୩୮୧ ରନରେ ଅଲଆଉଟ ହୋଇ ଯାଇଥିଲେ ।…

ଗଣତନ୍ତ୍ର ଦିବସ ପାଇଁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି  

ବଲାଙ୍ଗିର : ଗଣତନ୍ତ୍ର ଦିବସ ପାଇଁ ମାଓ ପ୍ରବଣ ଅଞ୍ଚଳରେ ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିରରେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହା ମାଓ ପ୍ରବଣ ଜିଲ୍ଲା ଭାବରେ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ…

ପାଞ୍ଚ ବର୍ଷ ପରେ ବି ସରୁନି ଜଟଣୀ ଫ୍ଳାଏ ଓଭର ବ୍ରିଜ୍ ନିର୍ମାଣ କାମ

ଖୋର୍ଦ୍ଧା : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ । ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।  ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି…

ଅଚଳ ହେବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍, ଆରବିଆଇ କଲା ସ୍ପଷ୍ଟ

ଭୁବନେଶ୍ୱର: ସୋସିଆଲ ମିଡିଆରେ ୧୦୦, ୧୦ ଓ ୫ ଟଙ୍କା ଚଳିବନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଲୋକେ ବିବ୍ରତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ବିମୁଦ୍ରୀକରଣ ବେଳେ ଦେଖାଦେଇଥିବା ସମସ୍ୟା ମନକୁ ଆସି ଯାଇଥିଲା । With regard to reports in certain sections of…