Latest Odisha News

BREAKING NEWS

ଦୂତୀ ଚାନ୍ଦଙ୍କୁ ମିଳିଲା ‘ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍’ ସମ୍ମାନ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଭୋଗସ୍ ପକ୍ଷରୁ ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍ ୨୦୧୯ରେ ସମ୍ମାନରେ ପୁରସ୍କୃତ କରାଯାଇଛି। ‘‘ଟ୍ରାକରେ ରେକର୍ଡ ଭାଙ୍ଗୁଥୀବା ଦୂତୀ ଜଣେ ସମଲିଙ୍ଗୀ ଆଥଲେଟ୍ ମଧ୍ୟ ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ସଫଳତା ଓ…

କ୍ରିକେଟରୁ ସନ୍ୟାସ ନେଲେ ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ହଳଧର ଦାସ

ଭୁବନେଶ୍ବର: ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ରାଜ୍ୟର ପ୍ରଥମ ଆଇପିଏଲ୍ ଖେଳାଳି ହଳଧର ଦାସ ରବିବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ଲାଗି ଘୋଷଣା କରିଛନ୍ତି । ଏନେଇ ସେ ଓଡିଶା କ୍ରିକେଟ୍ ଆସୋସିଏସନର ସଚିବଙ୍କୁ ଏକ ପତ୍ର ଲେଖୀଛନ୍ତି । ଜଣ ବିବାଦୀୟ ତଥା…

ସଡକ ଦୁର୍ଘଟଣାରେ ଓଡିଶାର ଜୁଡୋ ଖେଳାଳି ଆହତ

ଇମ୍ଫାଲ୍: ମଣିପୁରସ୍ଥିତ ଇମ୍ଫାଲ୍ ନିକଟରେ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଜଣ ଜୁଡୋ ଖେଳାଳିଙ୍କୁ ନେଇ ଯାଉଥୀବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛିା ଯାହା ଫଳରେ ଖେଳାଳିମାନେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁୟାଯୀ ଉକ୍ତ ବସରେ ମୋଟ ୨୮ ଜଣ ଯାତ୍ରୀ ରହିଥୀଲେ। ଦୁର୍ଘଟଣାପରେ…

ଭୁବନେଶ୍ବରରେ ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥତ ଏକ ଘର ମଧ୍ୟରୁ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଦୀପାଳି ପ୍ରିୟଦର୍ଶୀନୀ ଜେନା ହୋଇଥୀବା ବେଳେ ସେ ନିଜ ମା’ ଓ ଦୁଇ ଭଉଣୀଙ୍କ ସହ ରହୁଥୀଲେ। ଖବର ପାଇ…

ପାଣିରେ ବୁଡି ୨ ବର୍ଷର ଶିଶୁପୁତ୍ର ମୃତ

ଦେଓଗଡ: ଦେଓଗଡର ସାମନ୍ତ୍ରାପାଲି ଗ୍ରାମରେ ରବିବାର ଦିନ ଜଣେ ୨ ବର୍ଷର ଶିଶୁ ପାଣି ହାଣ୍ଡିରେ ପଡିଯାଇ ମୃତୁବରଣ କରିଛନ୍ତି। ମୃତ ଶିଶୁଟି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ୨ ବର୍ଷୀୟ ଶିଶୁଟି ପାଖରେ ଥୀବା ପାଣି ହାଣ୍ଡି ନିକଟରେ…

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ: ଡ଼ଃ ସୁରଜିତ ସାହୁ

ଭୁବନେଶ୍ୱର: ମାନସିକ ଚାପ, ଆତ୍ମହତ୍ୟା ଭଳି ଚିନ୍ତାଧାରା, ପରିବାର ଏବଂ ବନ୍ଧୁଙ୍କର ସହଯୋଗ ନ ମିଳିବା, ଏକୁଟିଆ ରହିବା, ବେରୋଜଗାରୀ, ଡ୍ରଗ୍ସ ଓ ମାଦକଦ୍ରବ୍ୟ ସେବନ ଦ୍ୱାରା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ । ଆତ୍ମହତ୍ୟା କରିବା ପୂର୍ବରୁ ରୋଗୀ ନିକଟରେ ଅନେକ ବିପଦପୂର୍ଣ୍ଣ ଲକ୍ଷଣ…

ପୁଣି ଖଟରେ ବୁହାହେଲେ ଗର୍ଭବତୀ ମହିଳା

ସୋନପୁର: ସୋନପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ ମସିଣାପାଲି ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପାଖାପାଖୀ ୨କିମି. ଯାଏଁ ଖଟରେ ବୋହିନେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି। ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ…

ପାଲା ଜଗତର ଉଜ୍ଜ୍ୱଳ ପ୍ରତିଭା: ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ

ଭୁବନେଶ୍ୱର: ପାଲା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସହ ଜନସଚେତନତା ସୃଷ୍ଟି କରିବାରେ ଯେଉଁ କେତେଜଣ ଗାୟକ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ । ବୃତ୍ତିରେ ସେ ଜଣେ ଶିକ୍ଷକ, ହେଲେ ତାଙ୍କ ନିଶା ହେଉଛି ପାଲା, ଆଉ ଏହି ପାଲା ମାଧ୍ୟମରେ ସେ ସମାଜରୁ…

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ । ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ…

ସୈଫ୍‍ ଅଲ୍ଲୀ ଖାନଙ୍କ ‘ଲାଲ୍‍ କପ୍ତାନ୍‍’, ୩ ଦିନରେ ଆୟ ୧କୋଟି

ମୁମ୍ବାଇ: ପରଦାକୁ ଆସିଛି ସୈଫ୍‍ ଅଲ୍ଲୀ ଖାନ ଅଭିନୀତ ସିନେମା ‘ଲାଲ୍‍ କପ୍ତାନ୍‍’ । ଅକ୍ଟୋବର ୧୮ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୧ କୋଟି ୫ ଲକ୍ଷ ଟଙ୍କା ଆୟ କରିଛି । ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସିନେମା ହଲ ଗୁଡିକରେ ଦର୍ଶକଙ୍କ ଭିଡ଼…