Latest Odisha News

BREAKING NEWS

ବର୍ଷା ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ଏସଆରସିଙ୍କ ଚିଠି। ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ସତର୍କ କରାଯାଇଛି । ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।…

ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା, ଭରା ନଈ ନୁହେଁ, ବୋଟରେ ଯିବେ ମାଲକାନଗିରିବାସୀ

ମାଲକାନଗିରି: ଆଉ ଭରା ନଈରେ ବୁଡି ଯିବାକୁ ପଡିବନି ଅଙ୍ଗନୱାଡି କେନ୍ଦ୍ର । ବେକେ ପାଣିରେ ଜୀବନ ସହ ସଂଘର୍ଷ କରିବାକୁ ପଡିବନି । ଆଉ ଲାଉ ତୁମ୍ବା ସାଜିବନି ସାହାରା । ଜୀବନ ଓ ମରଣର ଦୋ ଛକିରେ ଥିବା ମାଲକନଗିରି ଚିତ୍ରକୋଣ୍ଡାର ଲାଇଫଲାଇନ୍ ସାଜିବ ବୋଟ । ଆଉ ଲୋକଙ୍କୁ ଏହି ବୋଟ ଯୋଗାଇ ଦେବେ…

ୟୁ-ଟ୍ୟୁବ୍‌ରେ ସୁପରହିଟ୍ ଆଇଏଏସ୍ ଅଫିସରଙ୍କ ଗୀତ !

ନୂଆଦିଲ୍ଲୀ: ରାକ୍ଷୀ ଗୁପ୍ତା । ପେଶାରେ ଜଣେ ଆଇଏଏସ୍ ଅଫିସର । ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା । ଖାଲି ଚର୍ଚ୍ଚା ନୁହେଁ ବରଂ ତାଙ୍କର ଏକ ଭଜନ ଗୀତ ବହୁଳ ମାତ୍ରାରେ ଭାଇରାଲ୍ ବି ହୋଇଛି । ଗୀତର ଲିରିକ୍ସ ଲାଇନ୍ "ମୈଁ ତୋ ରଟ୍ଟୁଙ୍ଗି ରାଧା ନାମ" ରହିଥିଲାବେଳେ…

ଆସାମର କଳାକାର ମେଡିସିନ୍‌, ସିରିଞ୍ଜରେ ତିଆରି କଲେ ମାଆ ଦୁର୍ଗାଙ୍କ କଳାକୃତି

ଗୌହାଟୀ: ଆସାମର ଜଣେ କଳାକାର ୩୦ ହଜାର ଏକ୍ସପାୟର୍ଡ ମେଡିସିନ ଓ ସିରିଞ୍ଜ ମାଆ ଦୁର୍ଗାଙ୍କ ମନୋଲୋଭା କଳାକୃତି ପ୍ରସ୍ତୁତ କରିଛନ୍ତି । ଧୁବରୀ ଅଂଚଳର ଏହି କଳାକାରଙ୍କ ନାମ ହେଲା ସଞ୍ଜୀବ ବସକ । ସେ ଏହା ପୂର୍ବରୁ ଦିଆସିଲ କାଠିରେ ଓ ତାରରେ ମାଆଙ୍କ ମୂର୍ତି କରିଥିଲେ । ଲକଡାଉନ ସମୟରେ ଅନେକ…

୧ ଲକ୍ଷ ୭୨ ହଜାର ବର୍ଷ ପୁରୁଣା ନଦୀର ମିଳିଲା ସନ୍ଧାନ

ନୂଆଦିଲ୍ଲୀ: ମରୁଭୂମିରେ ହଜିଯାଇଥିବା ୧ ଲକ୍ଷ ବର୍ଷରୁ ଅଧିକ ପୁରୁଣା ନଦୀର ସନ୍ଧାନ ମିଳିଛି । ବିକାନୀର ନିକଟ ଥର ମରୁଭୂମିରେ ସୁପ୍ତ ହୋଇ ପଡିଥିିବା ଏହି ନଦୀକୁ ଖୋଜି ପାଇଛନ୍ତି ଅନ୍ତର୍ଜାତୀୟ ଗବେଷକ ଦଳ । ଗବେଷକଙ୍କ ସୂଚନା ଅନୁସାରେ ଏହି ନଦୀ ୧ଲକ୍ଷ ୭୨ ହଜାର ବର୍ଷ ପୁରୁଣା । ସେତେବେଳର…

ଭୁବନେଶ୍ୱରରେ ୨୮ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୨୦୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ଡିନାମାଇଟ୍‌ରେ ବନ୍ଧ ଉଡାଇବା ଘଟଣା: ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର: ଯାଜପୁର ଧର୍ମଶାଳାରେ ଡିନାମାଇଟ୍ ଲଗାଇ ୨୪ କୋଟି ଟଙ୍କାର ବନ୍ଧ ଉଡାଇବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି । ବିଧାୟକଙ୍କ ସମେତ ୬ଜଣଙ୍କୁ ମଧ୍ୟ ନୋଟିସ ହୋଇଛି । ଘଟଣା ନେଇ ବିଧାୟକ ଓ ତାଙ୍କ ମାମୁ ଇଂଜିନିୟର ନରେନ ଜେନାଙ୍କ ନାଁରେ…

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର ଫୋନ କରିବାରୁ ସେ ଉଠାଇ…

ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ଶକ୍ତ ଧକ୍କା, ସୁଶୀଲ ମୋଦିଙ୍କୁ କରୋନା

ପାଟନା: ବିହାର ନିର୍ବାଚନ ପ୍ରଚାରରେ ଗୁରୁବାର ବିଜେପିକୁ ଶକ୍ତ ଧକ୍କା ଲାଗିଛି । ବରିଷ୍ଠ ନେତା ସୁଶୀଲ ମୋଦି କରୋନା ଆକ୍ରାନ୍ତ ହୋଇଛନ୍ତି । ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରାଦାର ଚାଲିଛି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି । ଆଜି…

ଟ୍ୱିଟରକୁ କାହିଁକି ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲେହ-ଲଦାଖର ଅବସ୍ଥିତି ସମ୍ପର୍କରେ ମ୍ୟାପରେ ଭୁଲ୍ ଦର୍ଶାଇଛି ଟ୍ବିଟର। ଯାହା ପରେ ଟ୍ୱିଟରକୁ କଡ଼ା ଚେତାବନୀ ଦେଇଛି ଭାରତ। କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ କଡା…