Latest Odisha News

BREAKING NEWS

ବିିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ । ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଭାଇ ଅଛନ୍ତି । ମୃତକ ୩ ଜଣଙ୍କ ବୟସ ୧୨, ୭ ଓ ୩ ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି।…

ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଲା କଟକ, ରାଜ୍ୟରେ ୨୪୭୦ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ରାଜ୍ୟରେ ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୦୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

ବର୍ଷା ସହ ବଜ୍ରପାତ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ୬ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ଗଂଜାମ, ନୟାଗଡ, ପୁରୀ, କଟକ ଓ ଜଗତସିଂହପୁରକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି…

ସାରୁଅରେ ଓଟିଭିର ବିବାଦୀୟ ସ୍ଥାନରେ ପାଚେରୀ ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା: ସାରୁଅରେ ଓଟିଭି ବିବାଦୀୟ ଜମିରେ ପାଚେରୀ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗା କାମ ଚାଲିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପଦକ୍ଷେପ ନେଇଛି ପ୍ରଶାସନ । ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ଯେ,…

ସାରା ଦେଶରେ ୭୩ ଲକ୍ଷ କରୋନା ଆକ୍ରାନ୍ତ, ସୁସ୍ଥ ହେଲେଣି ୬୩ ଲକ୍ଷ

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ଏବେ ସାମନାକୁ ଆସୁଛି ଭଲ ଖବର । ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା କମୁଛି । ଗତ କିଛି ସପ୍ତାହ ହେବ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୭ ହଜାର ୭୦୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସାରା…

ହାଇଦ୍ରାବାଦ ପରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା

ମୁମ୍ବାଇ: ଲଘୁଚାପଜନିତ ଲଗାଣ ବର୍ଷାରେ ହାଇଦ୍ରାବାଦରେ ଜଳ ପ୍ରଳୟ ସୃଷ୍ଟି ହେଲା । ଏପଟେ ମୁମ୍ବାଇ ଓ ପୁଣେରେ ବି ବିତ୍ପାତ । ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି । ବର୍ଷୁଛି ଯେ ବର୍ଷୁଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବଢୁଛି ଜଳସ୍ତର । #WATCH Heavy…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କୁ କରୋନା

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ କରୋନା ସଂକ୍ରମିତ । ବାରୋନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ୧୪ ବର୍ଷୀୟ ବାରୋନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା । ଓ୍ୱାଶିଂଟନର ଏକ ଘରୋଇ ସ୍କୁଲରେ…

ରାତିରେ ଜଳିଗଲା ସପିଂ ମଲ

ରାଇରଙ୍ଗପୁର: ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ନିଆଁ ଲାଗି ଏକ ସପିଂ ମଲ ଛାରଖାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଆଜି ସକାଳେ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରବଳ ନିାଁ ଓ ଧୂଆଁରେ ସାରା ଅଞ୍ଚଳ…

କଟକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

କଟକ: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତ ଗିରଫ । ୨୪ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ୨୪ ଘଣ୍ଟା…

ଦିଲ୍ଲୀର ଘାତକ ବୋଲିଂ ଆଗରେ ଆଣ୍ଠେଇଲା ରାଜସ୍ଥାନ

ଦୁବାଇ: ଶିଖର-ଶ୍ରେୟସଙ୍କ ବ୍ୟାଟିଂ ଓ ଘାତକ ବୋଲିଂ ଯୋଗୁ ଆଇପିଏରେ ପୁଣି ଥରେ ରାଜସ୍ଥାନକୁ ହରାଇଛି ଦିଲ୍ଲୀ । ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ…