Latest Odisha News

BREAKING NEWS

ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ କିରାଣି କରୋନା ସଂକ୍ରମିତ

ବଲାଙ୍ଗିର: କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ କରୋନା । ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ଦ୍ୱିତୀୟ ଡୋଜ୍ କରୋନା ଟିକା ନେବା ପରେ ବି କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ…

କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ଥାଲାଇଭି’ ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ: ତାମିଲଡ଼ାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍‌ 'ଥାଲାଇଭି' ଏପ୍ରିଲ୍ ୨୩ରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅଭିନେତ୍ରୀ କଙ୍ଗନା ରାଣାୱତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତାମାନେ ଏହାର ମୁଖ୍ୟ…

ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ଏପ୍ରିଲ୍ ୯ରୁ ଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଲାଗି ସୋମବାର ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ବଡ଼ବଜାର ଦେଶୀବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଦୁଇ ବର୍ଷକୁ ଥରେ ମା’ଙ୍କ ଯାତ୍ରା ହୋଇଥାଏ । କୋଭିଡ୍…

ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ

ଭୁବନେଶ୍ୱର: କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ ମଙ୍ଗଳବାର ଦିନ ଓଡିଶା ଆସିବ। ଏଥିସହିତ ଆଉ ୯.୮୮ ଡୋଜ ଏପ୍ରିଲ୍ ୨ ସୁଦ୍ଧା ପହଞ୍ଚିବ। ଦୈନିକ ଟିକାକରଣ ୨ ଲକ୍ଷକୁ ବୃଦ୍ଧି କରିବା ଲାଗି ଓଡିଶା ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୨୫ ଲକ୍ଷ ଡୋଜ ଟିକା ମାଗିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ…

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ୪୦୦୦ କିଲୋମିଟର ଚାଲିଲେ ବ୍ୟକ୍ତି

କର୍ଣ୍ଣାଟକ: ପୁରସ୍କାର ଏବଂ ସମ୍ମାନ ଠାରୁ ଆରମ୍ଭ କରି କଳାକୃତି ତିଆରି ଏବଂ ସଂଗ୍ରହାଳୟ ସ୍ଥାପନ ପର୍ଯ୍ୟନ୍ତ, କୋଭିଡ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବଳିଦାନ ଏବଂ ଉଦ୍ୟମକୁ ବିଭିନ୍ନ ଉପାୟରେ ସରକାର ତଥା ଦେଶର ବିଭିନ୍ନ ସଂଗଠନ ପ୍ରଶଂସା କରିଆସୁଛି। କିନ୍ତୁ ମୈସୁରର ଏହି ୩୩ ବର୍ଷୀୟ…

ମିଶନ୍ ଓ୍ୱାନ୍ ଡେ: ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ…

ଦେଶରେ ଦିନକରେ ୪୦ ହଜାର ପାର କଲା କରୋନା ସଂକ୍ରମଣ, ୧୯୯ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୪୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬କୁ ବୃଦ୍ଧି ପାଇଛି ।…

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଓଏଏସ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସୋମବାର ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଅତିରିକ୍ତ ସଚିବ, ଶିଳ୍ପ, ବସନ୍ତ କୁମାର ଦାଶ କୁଆଖାଇ ବ୍ରିଜରେ ପୂଜା ସାମଗ୍ରୀ ପକାଉଥିବା ବେଳେ ଅଚାନକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା…

ଅଟୋ-ବସ୍ ଧକ୍କା: ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର

ଗ୍ୱାଲିଅର: ଅଶୁଭ ମଙ୍ଗଳବାର । ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର…

କରୋନାର ତୃତୀୟ ଲହର, ଏପ୍ରିଲ୍ ୧୮ ଯାଏ ଲକଡାଉନ୍ ବଢ଼ାଇଲା ଏହି ଦେଶ

ବର୍ଲିନ: କରୋନା ସଂକ୍ରମଣ ରୋକିବାକୁ ପୁଣି ଲକଡାଉନ୍ । ଜର୍ମାନୀ ଲକଡାଉନ୍ ଅବଧିକୁ ଏପ୍ରିଲ୍ ୧୮ ଯାଏ ବଢ଼ାଇ ଦେଇଛି । ୧୬ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା ପରେ ଜର୍ମାନୀ ଚ୍ୟାନ୍ସଲର ଆଙ୍ଗଲା ମାର୍କେଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ନହେବାକୁ କୁହାଯାଇଛି…