Latest Odisha News

ଆରମ୍ଭ ହେଲା ଶବ୍ଦ ଓ ରଙ୍ଗର ରଙ୍ଗାରଙ୍ଗ ଉତ୍ସବ ‘ଯୁବାୟନ’: ୮ଜଣ ପ୍ରତିଭାଙ୍କୁ ମିଳିଲା ‘ଟାଇମପାସ୍’ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି ଶବ୍ଦ ଓ ରଙ୍ଗର ତ୍ରୀଦିବସୀୟ ରଙ୍ଗାରଙ୍ଗ ଉତ୍ସବ ‘ଯୁବାୟନ’ । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତ୍ରିପୁରା ମିଶ୍ର ଓ ପ୍ରସିଦ୍ଧ ଗୀତିକାର ଦେବଦାସ ଛୋଟରାୟଙ୍କ ଦ୍ୱାରା ଉଦଘାଟିତ ହୋଇଛି…

ପ୍ରବଳ ବର୍ଷାରେ କାନ୍ଥ ଭାଙ୍ଗି ୩ ମୃତ, ଜଣେ ଆହତ

ରାୟଗଡ଼ା: ଓଡ଼ିଶାର ଦୁଇଟି ସ୍ଥାନରେ ପ୍ରବଳ ବର୍ଷାରେ କାନ୍ଥ ଭାଙ୍ଗିଯାଇ ଶନିବାର ସକାଳେ ୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ପ୍ରଥମ ଘଟଣାଟି ଘଟିଛି ରାୟଗଡ଼ାରେ, ଦୁଇଜଣ ଦମ୍ପତି ଶୋଇଥିଲା ବେଳେ ତାଙ୍କ ଉପରେ ଘରର ମାଟି କାନ୍ଥ ଭାଙ୍ଗି ପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ…

ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ଆସ୍ଥା ଭୋଟରେ ମୋଦିଙ୍କ ସରକାର ଜିତିଲା, ସରକାରଙ୍କ ସପକ୍ଷରେ ୩୨୫,…

ନୂଆଦିଲ୍ଲୀ : କେନ୍ଦ୍ରର ଏନଡ଼ିଏ ସରକାର ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ମତଦାନରେ ସଂସଦର ଆସ୍ଥା ଭାଜନ ହୋଇ ବିଜୟ ଲାଭ କରିଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ଟି ଭୋଟ ମିଳିଥିବା ବେଳେ ଅନାସ୍ଥା ବିରୋଧରେ ୩୨୫ ଖଣ୍ଡ ଭୋଟ ମିଳିଛି । ସଂସଦର ଲୋକସଭା ସଦନରେ ଦୀର୍ଘ ୧୨ ଘଣ୍ଟାର ଆଲୋଚନାର…

ଶ୍ରୀଜଗନ୍ନାଥଙ୍କ ଦେହରେ ଶ୍ରୀରାମଙ୍କୁ ଦର୍ଶନ କଲେ ସନ୍ଥ ତୁଳସୀ

ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ସ୍ୱୟଂ ପରଂବ୍ରହ୍ମ ତାହା ଅନେକଥର ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ପ୍ରମାଣିତ ହୋଇଛି । ଏହି ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜିତ ହୋଇ ମାନବୀୟ ଲୀଳାଖେଳା କରୁଛନ୍ତି ଦାରୁବ୍ରହ୍ମରୂପୀ ସ୍ୱୟଂ ପରଂବ୍ରହ୍ମ । ପରଂବ୍ରହ୍ମଙ୍କର…

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୁକ୍ରବାର ଦିନ ବଜ୍ରପାତ ଯୋଗୁଁ ୧୧ ବ୍ୟକ୍ତିିଙ୍କ ପ୍ରାଣହାନୀ ଘଟିଛି । କେବଳ ବାଲେଶ୍ୱର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧ଜଣ, ମୟୁରଭଞ୍ଜରେ ୫ ଜଣ ଓ କେନ୍ଦ୍ରାପଡ଼ାରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ।…

କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଯାଆଁଳା ଭାଇ ଘରକୁ ଫେରିବେ: ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଭେଟିଛନ୍ତି । ବର୍ତ୍ତନମାନ ଜଗା-କାଳିଆ ଓଡ଼ିଶା ଫେରିବେ ନାହିଁ, କାଳିଆ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ ଦୁଇ…

ଭଦ୍ରକ: ଗୋଟିଏ ମଶାଣିରେ ଜଳିଲା ୫ଟି ନିଷ୍ପାପ ପିଲାଙ୍କ ଜୁଇ, ଗାଁ’ରେ ଶୋକାକୂଳ ପରିସ୍ଥିତି

ଭଦ୍ରକ : ବୁକୁଫଟା କାନ୍ଦରେ ମଶାଣି ଭୁଇଁ ଥରିଉଠିଛି । ସାଙ୍ଗସାଥି, ବନ୍ଧୁ କୁଟମ୍ବ ଏବଂ କୋମଳମତୀ ପିଲାମାନଙ୍କର ଶେ।।କାତୁର ବାପାମାଆଙ୍କର କାନ୍ଦୁରା ମୁହଁ ଶ୍ମଶାନରେ ଏକ ଶୋକାକୂଳ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଶ୍ମଶାନରେ ଗୋଟିଏ ଗାଁ’ର ୫ଟି ସାଙ୍ଗପିଲାଙ୍କର ଶବକୁ ୫ଟି…

ଓଡ଼ିଶାରେ ବନ୍ୟା ଆଶଙ୍କା ଦୃଢିଭୂତ: ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର : ଭାରତୀୟ ପାଣିପାଗର ସତର୍କ ସୂଚନାନୁଯାୟୀ ଆଗମୀ ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ହେବ । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରି ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିର ମୁକାବିଲା ଲାଗି ସଜାଗ ରହିବାକୁ…

୨୪ରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ: ଜଳସ୍ତର ବୃଦ୍ଧି ନେଇ ଉଦବେଗ

ସମ୍ବଲପୁର : ଜୁଲାଇ ୨୪ ତାରିଖରେ ହିରାକୁଦ ଡ୍ୟାମର ବନ୍ୟାଜଳ ପ୍ରଥମ ଥର ଲାଗି ନିଷ୍କାସିତ ହେବ ବୋଲି ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଣାଇଛନ୍ତି । ହିରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ଆଜି ସକାଳ ସୁଦ୍ଧା ୬୦୭.୪୫ ଫୁଟ ରହିଥିଲା…

ସଂସଦରେ ଅନାସ୍ଥା ପ୍ରସ୍ତାବ: ବିଜେଡ଼ି ମତଦାନରୁ ବିରତ ରହି କକ୍ଷତ୍ୟାଗ କଲା, ୭ଘଣ୍ଟାର ଆଲୋଚନା ଆରମ୍ଭ ହେଲା

ନୂଆଦିଲ୍ଲୀ : କୁହାଯାଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଚାଣକ୍ୟ ନୀତି ଅବଲମ୍ବନ କରିଥାନ୍ତି, ଏବଂ ତାହା ଆଜି ମଧ୍ୟ ଲୋକସଭାରେ ପ୍ରମାଣିତ ହେଲା । ଅତୀତରେ ବାଡ଼ି ଭାଙ୍ଗିବନି କି ସାପ ମରିବନି ନୀତିରେ ରାଜ୍ୟ ରାଜନୀତିରେ ପୋଖତ ଖେଳ ପ୍ରଦର୍ଶନ କରିଥିବା ନବୀନଙ୍କ ଚାଲକୁ…