Latest Odisha News

BREAKING NEWS

ଅଫଲାଇନରେ ବି ହୋଇପାରିବ ଟିକାକରଣ ପାଇଁ ପଞ୍ଜିକରଣ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କୁ ଟିକାକରଣ । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । କୋ-ଓ୍ୱିନ୍ ଆପରେ ରେଜିଷ୍ଟ୍ରେସନ କରାଯାଉଛି । ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ…

ନିଜର ପ୍ରଡକ୍ସନ୍ ହାଉସ୍ ଲଞ୍ଚ୍‌ କଲେ ଅଭିନେତ୍ରୀ ଆଲିଆ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ବର୍ତ୍ତମାନ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଅନୁଷ୍କା ଶର୍ମାଙ୍କ ଦଳରେ ସାମିଲ୍‌ ହୋଇଛନ୍ତି। ରବିବାର ଦିନ ଆଲିଆ ଭଟ୍ଟ ଆନୁଷ୍ଠାନିକ ଭାବେ ତାଙ୍କ ପ୍ରଡକ୍ସନ୍ ହାଉସ୍ - 'Eternal Sunshine'ର ଶୁଭାରମ୍ଭ ଘୋଷଣା କରିଛନ୍ତି। ଏ ନେଇ ଆଲିଆ ତାଙ୍କ…

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କରୋନା ଟିକା ନେଇଛନ୍ତି । ବିଧାନସଭାର ଡିସପେନସେରୀରେ ସେ ଦିନ ୧୧ଟାରେ କୋଭାକ୍ସିନ୍ ଟିକା ନେଇଛନ୍ତି। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ…

୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ନବରଙ୍ଗପୁର: ନବରଙ୍ଗପୁରର ଚାନ୍ଦିଆବେଡା ଅଞ୍ଚଳରୁ ରବିବାର ଦିନ ଉମରକୋଟ ପୋଲିସ ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସଂପୃକ୍ତି ନେଇ ଆସାମ ରାଇଫଲ କର୍ମଚାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଉମରକୋଟ୍ ସବ୍ ଡିଭିଜନାଲ ପୋଲିସ୍ ଅଧିକାରୀ…

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ସୋମବାର ଦିନ ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।…

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।…

ମାର୍ଚ୍ଚ ୩୧ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବାକୁ ଯାଇ ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି। ହେଲେ ଅଫିସ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟ ଜାରି ରହିବ। ରାଜ୍ୟ ସରକାର ନୂଆ ନିର୍ଦ୍ଦେଶରେ କରୋନା କଟକଣାକୁ କଡାକଡି ଭାବେ ପାଳନ…

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି…

ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ବ୍ରହ୍ମପୁର: ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତଦେହ ନିକଟରେ ପଡ଼ିଛି ଇଟା ଓ କାଠ ଫାଳିଆ । ଫଳରେ ହତ୍ୟା ସନ୍ଦେହ କରାଯାଉଛି । ଗାଁ ଦାଣ୍ଡରେ ପଡିଛି ମୃତଦେହ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା ଗାଁରେ ଘଟିଛି ଏହି ଅଭାବନୀ ଘଟଣା । ମୃତକ ହେଲେ ବଡ଼ସାହିର ଦଣ୍ଡପାଣି…

ଦେଶରେ ଦିନକରେ ୧୫ ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୧୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦୈନିକ ସଂକ୍ରମିତ ଓ କୋଭିଡ୍ ଆକ୍ଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୫୧୦ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୨୮୮ ସଂକ୍ରମିତ । ଦେଶରେ କରୋନା…