Latest Odisha News

କବିତା : ପ୍ରାର୍ଥନା

ପ୍ରଦୀପ କୁମାର ମହାପାତ୍ର

ଏ କଳି ଯୁଗରେ,
ବସ୍ତୁନିଷ୍ଠ ଦୁନିଆଁରେ,
ଜୀବନଟାକୁ ଜୀଉଁ ଜୀଉଁ,
ଜଣାପଡିଗଲା,
ବାଞ୍ଛିତର ଅପ୍ରାପ୍ତି ଜନିତ ଅତୃପ୍ତିରୁ ଜାତ ମୂଲ୍ୟହୀନ ବୈରାଗ୍ୟ ।

ଏଣୁ ମୁଁ ଆଦରି ନେଲି ବନ୍ଧନକୁ।
ଅଣ୍ଟାରେ, ଗଳାରେ ବାନ୍ଧିଲି ମୁଁ ରଜ୍ଜୁ ।
କିନ୍ତୁ ଏ କ’ଣ?

ରଜ୍ଜୁଟା ପହଞ୍ଚୁ ନାହିଁ ତୁମ ଚରଣକୁ।
ଓହୋ
ଜାଣିଗଲି ଜାଣିଗଲି
ନୁହଇ ସମ୍ଭବ ପୁରୁଷାର୍ଥ ବଳେ ।
ପ୍ରାର୍ଥନା ହେ ପ୍ରଭୁ
ମୋ ରଜ୍ଜୁ ସହିତ ଯୋଡି ଦିଅ ତୁମ ପ୍ରେମ ଡୋରି,
ଟାଣିନିଅ ତୁମରି ପାଖକୁ ।
ବାନ୍ଧି ହୁଏ ତୁମରି ବନ୍ଧନେ ।
ବିଷୟର ଅପ୍ରାପ୍ତି ଜନିତ ଅତୃପ୍ତିଜନ୍ୟ
ବୈରାଗ୍ୟରୁ ନ ହେଉ ମୋ ଭକ୍ତି ।
ତବ ଶ୍ରୀ ଚରଣେ ଭକ୍ତି ହେତୁ ଜାତ ହେଉ
ମୋ ହୃଦେ ବୈରାଗ୍ୟ ।

Leave A Reply

Your email address will not be published.