Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର

ପୁରୀ : ଗଣତନ୍ତ୍ର ଦିବସ ଉପଲକ୍ଷେ ନିଆରା କଳାକୃତି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ଇଣ୍ଡିଆ ଗେଟର ଚିତ୍ର କରିବା ସହ ଆମର ପ୍ରିୟ ତ୍ରିରଙ୍ଗାର ଚିତ୍ର କରିଛନ୍ତି । ଏହି ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଭାରତ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ “Happy Republic Day”ର ବାର୍ତ୍ତା ଦେଇଛନ୍ତି ମାନସ । ଏହି ବାଲୁକାକଳା କରିବା ପାଇଁ ମାନସଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା ମୂର୍ତ୍ତିଟି ୫ ଫୁଟ ଓସାରର । ପୁରୀ ବଳିଆପଣ୍ଡା ନିକଟସ୍ଥ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ ହୋଇଛି ।

Comments are closed, but trackbacks and pingbacks are open.