Latest Odisha News

BREAKING NEWS

Browsing Tag

Hockey

ହକି ବିଶ୍ୱକପ୍: କାଲି ଅଧାରୁ ଛୁଟି ହେବ କଟକର ସ୍କୁଲ୍ ଓ କଲେଜ

କଟକ: ଓଡ଼ିଶାକୁ ହକି ଜର । ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ । ବିଶ୍ୱକପ୍ ଉଦଘାଟନୀକୁ…

ହକି ପ୍ରତି ଓଡ଼ିଶାର ଅବଦାନକୁ ନେଇ ନୂଆ ଗୀତ ‘ଏକ ନୟୀ କହାନୀ ଲିଖି ହୈ ଓଡ଼ିଶା’

ଭୁବନେଶ୍ୱର: ଖେଳ ବିଶେଷକରି ହକି ପ୍ରତି ଓଡ଼ିଶାର ଅବଦାନ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ୩ ଦିନ ପରେ ଭୁବନେଶ୍ୱର ସହ ରାଉରକେଲାରେ ଆରମ୍ଭର ହକି ବିଶ୍ୱକପ୍ । ଏ ସମୟରେ ଦ ପ୍ରିମିୟର୍ ମିଡିଆ ଓ ଇଷ୍ଟର୍ଣ୍ଣ ବେ ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଛି ନୂଆ ହିନ୍ଦୀ ଗୀତ ‘ଏକ ନୟୀ କହାନୀ ଲିଖି ହୈ…

ଅଧରାତିରେ ଭଙ୍ଗାରୁଜା ପରେ ପିକନିକ୍ ପଳାଇଥିଲେ, ୩୪ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି ପୋଲିସ । ଛକ ଛକରେ ଚେକିଂ ଚାଲିଛି । ରାଜଧାନୀରେ କଡ଼ା ସୁରକ୍ଷା ସତ୍ତ୍ୱେ ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଶନିବାର ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ବାରରେ ଭଙ୍ଗାରୁଜା…

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ

ଭୁବନେଶ୍ୱର: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ଏକ ପାର୍ବଣର ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ । ଯାହାକି ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ବହୁଳ…

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ ଗମନାଗମନ…

ହକି ବିଶ୍ୱ କପ୍ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର : ଓଡ଼ିଶାରେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍ । ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ. ଜୋରାମଥାଙ୍ଗାଙ୍କୁ ଆଜି ସକାଳେ…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

୪୫ ଦିନରେ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଦାବି ନ ଶୁଣିଲେ ହକି ବେଳେ ରାଜପଥ ଅବରୋଧ ଧମକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆରମ୍ଭ ସମୟରୁ ଲୋୟର ପିଏମଜିରେ ଅଙ୍ଗନୱାଡ଼ି ଦିଦି ଧାରଣାରେ ବସିଛନ୍ତି । ୪୫ ରାତି ଲୋୟର ପିଏମଜିର ଖୋଲା ଆକାଶ ତଳେ କାଟିବା ପରେ ଆଜି ଅଙ୍ଗନୱାଡ଼ି କର୍ମଚାରୀ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋୟର ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ…

ବିଶ୍ୱକପ୍ ପୂର୍ବରୁ ଖେଳାଳି ରହିବାକୁ ଥିବା ହୋଟେଲରେ ଅନୁଧ୍ୟାନ କଲେ ଡିସିପି

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଆଇନଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ପୋଲିସ ନଜର ଦେଇଛି । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭୁବନେଶ୍ୱରରେ…

ହକି ପାଇଁ ବିଡିଏ ଗଠନ କଲା ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ଜାନୁଆରୀ ପହିଲାରୁ ତନାଘନା

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ସଜ୍ଜେଇ ହେଉଛି । ସହରକୁ ସରସ ସୁନ୍ଦର କରିବାକୁ ବିଏମସି ସହ ଅଣ୍ଟା ଭିଡ଼ିଛି ବିଡିଏ । ବିଶେଷ କରି ବିଶ୍ୱକପ୍ ହକି ସମୟରେ ରାସ୍ତାକଡ଼ରେ ଉଠା ଦୋକାନ, ରାସ୍ତା ଉପରେ ଯେଭଳି ଗାଡ଼ି ପାର୍କିଂ ନ ହେବ ସେଥିପ୍ରତି ବିଡିଏ ଦୃଷ୍ଟି ଦେଇଛି ।…