Latest Odisha News

BREAKING NEWS

Browsing Tag

Literature

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଯାପିତ

୮ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଯାପିତ ହୋଇଛି । ଏହି ଅବସରରେ ପରିଷଦର ସଦସ୍ୟମାନଙ୍କ ହରେନ୍‌ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହୋଇଥିଲା ।…

ସୁଭାଷ ଶତପଥୀଙ୍କ ଅନୂଦିତ ସଙ୍କଳନ ‘ମରୀଚିକା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ଅନୁବାଦ ସାହିତ୍ୟ 'ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ' ଆନୁକୂଲ୍ୟରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କୋଙ୍କଣୀ ଗାଳ୍ପିକ ଦାମୋଦର ମାଜୋଙ୍କ ୧୨ଗୋଟି ନିର୍ବାଚିତ ଗଳ୍ପକୁ ନେଇ ଅନୁଦିତ ସଙ୍କଳନ"ମରାଚିକା ଓ ଅନ୍ୟାନ୍ୟ ଗଳ୍ପ” ସ୍ଥାନୀୟ 'ଆମ ଓଡ଼ିଶା' ସଭାଗୃହରେ ଉନ୍ମୋଚିତ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଶଙ୍ଖାରୀ ଗସ୍ତ

ବାଲେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ବିଭାଗ ପକ୍ଷରୁ…

ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର : ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୪ତମ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ପାଠକୀୟ ସ୍ୱୀକୃତି ହିଁ ଲେଖକ ପାଇଁ ପ୍ରକୃତ ସମ୍ମାନ : ବନ୍ଦିତା ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ବନ୍ଦିତା ଦାଶ । ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ…

ଆଭାସୀ ମାଧ୍ୟମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଉପରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ସାହିତ୍ୟ ଓ ସର୍ଜନାକୁ ନେଇ ଥିଙ୍କର୍ସ କ୍ଳବ୍ ପକ୍ଷରୁ ରୀତି ଯୁଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଭଞ୍ଜ ସାହିତ୍ୟକୁ ନେଇ ୮୧ ତମ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୈଳେଶ୍ୱର୍ ନନ୍ଦ, ମନମୋହନ ଆଚାର୍ଯ୍ୟ, ଅଂଶୁମାନ କର ଭଞ୍ଜ ସାହିତ୍ୟର ଶବ୍ଦ ଅର୍ଥ…

ଗୁଣସାଗର ଦାଶଙ୍କ କବିତା ସଙ୍କଳନ ‘ଭୂମିରୁ ଭୂମାକୁ’ ଉନ୍ମୋଚିତ

ଭୁବନେଶ୍ବର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଙ୍କଳନ 'ଭୂମିରୁ ଭୂମା'କୁ ଉନ୍ମୋଚିତ ହୋଇଯାଇଛି। ଗିରିଜା ଶଙ୍କର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅମରେଶ…

ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର…

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ୧୯ ତରିଖ ପର୍ଯ୍ୟନ୍ତ ଚାଲିବାକୁ ଏହି ପ୍ରଶିକ୍ଷଣ ଶିବିରରେ…

‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ‘ସ୍ବାଧୀନତା ସଂଗ୍ରମାକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁଥିବା ଏହି…