Latest Odisha News

BREAKING NEWS

କାହିଁକି ହୁଏ ବ୍ରେନ ଷ୍ଟ୍ରୋକ୍, କ’ଣ ଏହାର ଲକ୍ଷଣ 

ଭୁବନେଶ୍ୱର: ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହା ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ମସ୍ତିଷ୍କ। ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଯାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥା’ନ୍ତି। କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇ ନ ପାରିଲେ, ମସ୍ତିଷ୍କର କୋଷିକାଗୁଡ଼ିକ ମରିଯା’ନ୍ତି। ଫଳରେ ବ୍ୟକ୍ତିଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ।

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍‌ ଭାବରେ ହୋଇପାରେ ନାହିଁ, ତେବେ ଏହାକୁ ଇସ୍ଚେମିକ୍‌ ଷ୍ଟ୍ରୋକ କୁହାଯାଏ। ଯଦି କୌଣସି କାରଣରୁ ମସ୍ତିଷ୍କର ଶୀରା ଫାଟି ଯାଇ ରକ୍ତ ସ୍ରାବ ହୁଏ, ତେବେ ଏହା ହେମରଜିକ୍‌ ଷ୍ଟ୍ରୋକ କୁହାଯାଏ।

ମୁଖ୍ୟ କାରଣ:

ଡାଏବେଟିସ୍‌, ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦରୋଗ, ମାନସିକ ଚାପ, ମେଦବହୁଳତା ହେଉଛି ବ୍ରେନ୍‌ ଷ୍ଟ୍ରୋକର ମୁଖ୍ୟ କାରଣ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବ୍ରେନ୍‌ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା ଥାଏ। ଏହାଛଡ଼ା ଯଦି ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ବଂଶଗତ କାରଣରୁ ବି ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ।

ଲକ୍ଷଣ:

ବାଲାନ୍ସ୍: ଯଦି ବ୍ୟକ୍ତି ନିଜକୁ ନିୟନ୍ତ୍ରଣ କରିନପାରେ ଏବଂ ବେଳେ ବେଳେ ପଡ଼ିଯାଏ, ତେବେ ଏହା ଷ୍ଟ୍ରୋକ୍‌ର ଲକ୍ଷଣ।

ମୁହଁ: ଷ୍ଟ୍ରୋକ ହୋଇଥିବା ବ୍ୟକ୍ତିର ମୁହଁ ବଙ୍କା ହୋଇଯିବା ସହ ମୁହଁରେ ଝିମ୍‌ ଝିମ୍‌ ଲାଗିଥାଏ।

ଦୁର୍ବଳ ବାହୁ: ଯଦି ଆପଣଙ୍କୁ ଷ୍ଟ୍ରୋକ ହୋଇଥାଏ ତେବେ ଆପଣ ହାତରେ କୌଣସି ଜିନିଷ ଉଠାଇ ପାରିବେ ନାହିଁ ବା ହାତ ବଧିରା ଭଳି ଲାଗିବା।

ଷ୍ଟ୍ରୋକ୍‌ ହେଲେ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିବା ନିହାତି ଦରକାର। ବ୍ରେନ୍‌ ଷ୍ଟ୍ରୋକ ହେବାର ସାଢ଼େ ୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ପହଞ୍ଚିବା ଦରକାର। ଏହି ୪ ଘଣ୍ଟାର ସମୟକୁ ଗୋଲ୍ଡେନ ଓ୍ୱିଣ୍ଡୋ ପିରିୟଡ୍‌ ବୋଲି କୁହାଯାଏ। କାରଣ ଷ୍ଟ୍ରୋକ୍‌ର ଚିକିତ୍ସା ଯେତେ ଶୀଘ୍ର ହେବ ଏହା ଠିକ୍‌ ହେବାର ସମ୍ଭାବନା ସେତିକି ଜଲଦି। ଡେରିରେ ଚିକିତ୍ସା କରାଗଲେ ରୋଗୀର ଠିକ୍‌ ହେବାରେ ବିଳମ୍ବ ହୋଇଥାଏ।

Leave A Reply

Your email address will not be published.