Latest Odisha News

ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଅଧ୍ୟୟନ କାହିଁକି ଲେଗ୍ରେନଜିୟନ ବିନ୍ଦୁରୁ କରାଯାଇଥାଏ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଏବେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେପ୍ଟମ୍ବର ୨ରେ ଶ୍ରୀହରିକୋଟାରୁ ଆଦିତ୍ୟ-ଏଲ୧ ଲଂଚ କରାଯିବ । ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ଏହି ମିଶନର ମୂଳ ଲକ୍ଷ୍ୟ ହେବ । ଏବେ ପ୍ରଶ୍ନ ଉଠେ ସୂର୍ଯ୍ୟଙ୍କ ନିକଟରୁ ଅଧ୍ୟୟନ କରିବା ସମ୍ଭବପର କି ? ବୈଜ୍ଞାନିକଙ୍କ ମତରେ ଲେଗ୍ରେନଜିୟନ ବିନ୍ଦୁରେ ଏହା ସମ୍ଭବ । ତେବେ ଏହି ଲେଗ୍ରେନଜିୟନ ବିନ୍ଦୁ କଣ ? ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହା ଅବସ୍ଥିତ । ସୂର୍ଯ୍ୟଙ୍କ ବାୟୁମଣ୍ଡଳର ସବୁଠାରୁ ବାହାର ଅଂଶ ହେଉଛି ସୌର କୋରୋନା । ଲେଗ୍ରେନଜିୟନ ବିନ୍ଦୁ ଅନ୍ତରୀକ୍ଷର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଯେଉଁଠାରେ ୨ଟି ବସ୍ତୁର ଗୁରୁତ୍ୱକାର୍ଷଣ ପ୍ରଭାବ ସନ୍ତୁଳିତ ରହିଥାଏ ।

ସେଥିପାଇଁ ଏଲ ୧ ବିନ୍ଦୁକୁ ଚୟନ କରାଯାଇଛି । ଏଠାରେ ଏଲ ୧, ଏଲ ୨, ଏଲ ୩, ଏଲ ୪ ଓ ଏଲ ୫ ବିନ୍ଦୁ ରହିଛି । ପ୍ରଥମ ୩ଟି ବିନ୍ଦୁକୁ ସୂର୍ଯ୍ୟ ଓ ପୃଥିବୀର କେନ୍ଦ୍ରକୁ ଯୋଡୁଥିବା ରେଖା ଉପରେ ସ୍ଥିତ । ଅନ୍ୟ ୨ଟି ସୂର୍ଯ୍ୟ ଓ ପୃଥିବୀ ରେଖାର ସମବାହୁ ତ୍ରିଭୂଜର ଶୀର୍ଷରେ ଅବସ୍ଥିତ । ଏଲ ୧ ବିନ୍ଦୁରେ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବା ସବୁଠାରୁ ସହଜ ରାସ୍ତା । ସେଥିପାଇଁ ଏହାର ପ୍ରୟୋଗ କରିବା ପାଇଁ ବିଚାର କରାଯାଇଛି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ସୂର୍ଯ୍ୟର ତାପମାନ, ସୌର ବିସ୍ଫୋଟ, ସୌର ଝଡ, ପ୍ଲାଜାମର କାର୍ଯ୍ୟଶୈଳୀ, ବେଗ, ଘନତ୍ୱ ଓ ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ ହୋଇପାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.